Below header

ୟୁକ୍ରେନ ମିକୋଲେଭ ଗଭର୍ଣ୍ଣର ଅଫିସ ଉପରେ ଋଷର ରକେଟ ମାଡ଼: ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି, ୩୪ ଜଣ ଆହତ

ୟୁକ୍ରେନ ମିକୋଲେଭ ଗଭର୍ଣ୍ଣର ଅଫିସ ଉପରେ ଋଷର ରକେଟ ମାଡ଼ । ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି, ୩୪ ଜଣ ଆହତ । ଦକ୍ଷିର ୟୁକ୍ରେନର ପୋର୍ଟ ସିଟି ମିକୋଲେଭରେ ଥିବା ୟୁକ୍ରେନ ଆଞ୍ଚଳିକ ପ୍ରଶାସନ ବିଭାଗର ୯ ମହଲା ବିଲଡିଂରେ ଋଷ ରକେଟ ମାଡ଼ କରିଥିଲା । ରକେଟ ମାଡ ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।

ମିରହୋରୋଡରେ ତିନିଟି ମିସାଇଲ ମାଡ଼ କରିଛି ଋଷ । ସେହିଭଳି ୟୁକ୍ରେନ ସେନା ମଧ୍ୟ ପ୍ରତି ଜବାବ ଦେଉଛି । ଇରପିନ ସହରରେ ଗୋଟିଏ ଦିନରେ ୬୪୦ ବିସ୍ଫୋରକକୁ ନିଷ୍କ୍ରିୟ କରିଛି ୟୁକ୍ରେନ ସେନା । ଇରପିନରୁ ସେନା ବାହିନୀ ପ୍ରତ୍ୟାହାର କରିଛି ଋଷ ।

ବୁକା ସହରକୁ ଋଷ ସେନା କବଳରୁ ଛଡ଼ାଇ ଆଣିଛନ୍ତି ୟୁକ୍ରେନ ସେନା । ହେଲେ ଯିବା ପୂର୍ବରୁ ଧ୍ୱଂସର ତାଣ୍ଡବ ରଚିଛି ଋଷ । ବୁକା ସହରର ରାସ୍ତାରେ ୨୦ ଜଣ ସାଧାରଣ ନାଗରିକଙ୍କ ମୃତଦେହ ଉଦ୍ଧାର ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.