ଏୟାରଟେଲ ଏବଂ ଜିଓକୁ ଟକ୍କର ଦେଲା ଭୋଡାଫୋନ: ଲଞ୍ଚ କଲା ୩୦ ଏବଂ ୩୧ ଦିନର ପ୍ରିପେଡ ପ୍ଲାନ

ଭୋଡାଫୋନ-ଆଇଡିଆ ଏବେ ୩୦ ଏବଂ ୩୧ ଦିନର ପ୍ରିପେଡ ପ୍ଲାନ ଲଞ୍ଚ କରିଛି । ଯାହାର ମୂଲ୍ୟ ଯଥାକ୍ରମେ ୩୨୭ ଏବଂ ୩୩୭ ଟଙ୍କା ରହିଛି । ଯେଉଁଥିରେ ଟେଲିକମ୍ କମ୍ପାନୀଗୁଡିକ ଅତି କମରେ ୩ ଦିନିଆ ଯୋଜନା ଏବଂ ଗୋଟିଏ monthly renewal plan ଦେଉଛି ବୋଲି କୁହାଯାଇଛି, ଯାହା ପ୍ରତି ମାସରେ ସମାନ ଦିନରେ renew କରି ହେବ । ଏୟାରଟେଲ ଏବଂ ଜିଓର ୨୯୬ ପ୍ରିପେଡ୍ ଯୋଜନା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଭୋଡାଫୋନ ୩୨୭ ଟଙ୍କା ଏବଂ ୩୩୭ ଟଙ୍କା ରିଚାର୍ଜ ଯୋଜନା ଆରମ୍ଭ କରାଯାଇଛି । ତେବେ ଭୋଡାଫୋନ ନୂତନ ୩୦ ଏବଂ୩୧ ଦିନର ବୈଧତା ପ୍ଲାନ ବିଷୟରେ ଆସନ୍ତୁ ଜାଣିବା ।

ଭୋଡାଫୋନ୍ ଆଇଡିଆର ୩୨୭ ଟଙ୍କା ପ୍ଲାନର ଲାଭ

ଭୋଡାଫୋନର ୩୨୭ ଟଙ୍କା ପ୍ଲାନ ୩୦ ଦିନ ପର୍ଯ୍ୟନ୍ତ ବୈଧତା ପ୍ରଦାନ କରିଥାଏ । ଏହି ଯୋଜନା 25GB 4G ହାଇ ସ୍ପିଡ୍ ଡାଟା ସହିତ ଆସିଥାଏ । ଏହି ପ୍ଲାନରେ କମ୍ପାନୀ ଅନଲିମିଟେଡ କଲ ଏବଂ ପ୍ରତିଦିନ ୧୦୦ ମେସେଜ ଦେଉଛି । ଏହି ପ୍ରିପେଡ ପ୍ଲାନରେ ସମୁଦାୟ ୨୨୫ ଜିବି ଡାଟା ଦିଆଯାଇଛି । ଏଥିରେ ଭିଆଇ ମୁଭିସ୍ ଏବଂ ଟିଭି କ୍ଲାସିକ ମଧ୍ୟ ସବସ୍କ୍ରିପସନ ମାଗଣା ରହିଛି ।

ଭୋଡାଫୋନ୍ ଆଇଡିଆର ୩୩୭ ଟଙ୍କା ପ୍ଲାନର ଲାଭ

ସେହିପରି ୩୩୭ ଟଙ୍କା ପ୍ଲାନରେ ୩୧ ଦିନର ଭାଲିଡିଟି ରହିଛି । ଏହି ପ୍ୟାକ୍ 28GB 4G ହାଇ ସ୍ପିଡ୍ ଡାଟା ସହିତ ଆସିଥାଏ । ଅନଲମିଟେଡ କଲିଂ, ପ୍ରତିଦିନ ୧୦୦ ଏସଏମଏସ ଏବଂ ୨୮ ଜିବି ଡାଟା ଦିଆଯାଉଛି । ଏଥିରେ ଭିଆଇ ମୁଭିସ୍ ଏବଂ ଟିଭି କ୍ଲାସିକ ମଧ୍ୟ ସବସ୍କ୍ରିପସନ ମାଗଣା ରହିଛି ।

ଭୋଡାଫୋନ୍ ୩୨୭ , ଏୟାରଟେଲ ୨୯୬ ଟଙ୍କା ଓ ଜିଓ ୨୯୬ ଟଙ୍କା ପ୍ଲାନର ଲାଭ

ଏୟାରଟେଲ ଏବଂ ଜିଓ ୩୧ ଦିନିଆ ବୈଧତା ପ୍ଲାନ ଘୋଷଣା କରିନାହାଁନ୍ତି। ଉଭୟ କମ୍ପାନୀ ୨୯୬ ଟଙ୍କା ପାଇଁ ୩୦ ଦିନର ବୈଧତା ଯୋଜନା ପ୍ରଦାନ କରୁଛନ୍ତି । ଜିଓ ଏବଂ ଏୟାରଟେଲ ପ୍ଲାନରେ ମାଗଣା ଭଏସ୍ କଲ୍, ୨୫ ଜିବି ଡାଟା, ଏବଂ SMS ସୁବିଧା ଉପଲବ୍ଧ । ଏଥି ସହିତ, ଭୋଡାଫୋନ୍ ର ୩୦ ଦିନିଆ ଯୋଜନା ହେଉଛି ୩୨୭ ଟଙ୍କା ଏବଂ ୨୮ ଜିବି ଡାଟା, ଏଥିରେ ମାଗଣା କଲ ଏବଂ ୧୦୦ ଟି ଏସଏମଏସ ଦିଆଯାଉଛି । ଜିଓର ପ୍ଲାନ ସହିତ ଜିଓ ଆପ୍ ସବସ୍କ୍ରିପସନ୍ ମଧ୍ୟ ଉପଲବ୍ଧ ଥିବାବେଳେ ୨୯୬ ଟଙ୍କା ଏୟାରଟେଲ ରିଚାର୍ଜ ପ୍ଲାନରେ ୱିଙ୍କ ମ୍ୟୁଜିକ୍ ସବସ୍କ୍ରିପସନ୍, ଆମାଜନ ପ୍ରାଇମ ଭିଡିଓ ମୋବାଇଲ୍ , ଏଡିସନ ଟ୍ରାଏଲ୍ ପ୍ୟାକ୍ ଆକ୍ସେସ୍, FASTag ରେ ୧୦୦ ଟଙ୍କା କ୍ୟାସବ୍ୟାକ୍ ଏବଂ ବହୁତ କିଛି ପ୍ରଦାନ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.