Below header

ଟଙ୍କା ପାଇବା ପାଇଁ ରୋଗୀଙ୍କ ଜୀବନ ସହ ଖେଳ ଖେଳିଲେ, ଡାକ୍ତର ପାଲଟି ଯାଇଛନ୍ତି ଯମ

ଜଣେ ଦୁଇ ଜଣ କି ୫ ଜଣ ନୁହେଁ ୨୫୦ ଜଣ ରୋଗୀଙ୍କ ଶରୀରରେ ଲଗାଇଛନ୍ତି ଅତି ନିମ୍ନ ମାନର ପେସମେକର । କିନ୍ତୁ ଟଙ୍କା ନେଇଛନ୍ତି ହାଇ ଦାମରେ ।

ଏଇ ଡାକ୍ତର ନୁହେଁ ଯମରାଜ…
ରୋଗୀଙ୍କ ଜୀବନ ସହ ଖେଳ ଖେଳିଲେ ଡାକ୍ତର…
ଅସଲି ଦାମ ନେଲେ କିନ୍ତୁ କଲେ ନକଲି କାମ…

ରୋଗୀଙ୍କ ଜୀବନ ସହ ଖେଳ ଖେଳିଲେ ଡାକ୍ତର । ବିଦେଶ ଯାତ୍ରା କରିବା ପାଇଁ ୨୫୦ ରୋଗୀଙ୍କ ଠାରେ ଲଗାଇଲେ ଶସ୍ତା ପେସମେକର । ଏ ଡାକ୍ତରଙ୍କ କାରନାମାର ପୂରା ଘଟଣା ସମ୍ପର୍କରେ ଜାଣିଲେ ଆପଣଙ୍କ ଛାତି ଥରି ଉଠିବ । ଆମେ ଡାକ୍ତରଙ୍କୁ ଭଗବାନ ବୋଲି କହୁ, କାହିଁକିନା ଡାକ୍ତର ରୋଗୀଙ୍କ ନୂଆ ଜୀବନ ଦିଅନ୍ତି । କିନ୍ତୁ ଏଠି ଡାକ୍ତର ପାଲଟି ଯାଇଛନ୍ତି ଯମ । ଟଙ୍କା ପାଇବା ପାଇଁ ରୋଗୀଙ୍କ ଜୀବନ ସହ ଖେଳ ଖେଳିଛନ୍ତି ଏ ଡାକ୍ତର । ଜଣେ ଦୁଇ ଜଣ କି ୫ ଜଣ ନୁହେଁ ୨୫୦ ଜଣ ରୋଗୀଙ୍କ ଶରୀରରେ ଲଗାଇଛନ୍ତି ଅତି ନିମ୍ନ ମାନର ପେସମେକର । କିନ୍ତୁ ଟଙ୍କା ନେଇଛନ୍ତି ହାଇ ଦାମରେ ।

ସୈଫାଇ ମେଡିକାଲ ବିଶ୍ୱବିଦ୍ୟାଳୟର ହୃଦରୋଗ ବିଶେଷଜ୍ଞ ଡାକ୍ତର ସମୀର ସରାଫ ଡାକ୍ତର ପେଶାକୁ ବଦନାମ୍ କରିଦେଇଛନ୍ତି । ରୋଗୀମାନଙ୍କୁ ନକଲି ପେସମେକର ଲଗାଇଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । ଯଦି ଆପଣ ତାଙ୍କର ଏହି ଘୃଣ୍ୟ କାମ ବାବଦରେ ଜାଣିବେ ତେବେ ଆପଣ ବି ଚକିତ ହୋଇଯିବେ ରକ୍ତ ଗରମ ହୋଇଯିବ ଆପଣଙ୍କର ।

ଡାକ୍ତର ସମୀର ସରାଫ ୨୫୦ ଜଣ ହୃଦରୋଗୀଙ୍କୁ ଅପରେଶନ କରି ସେମାନଙ୍କ ଠାରେ ଶସ୍ତା ପେସମେକର ଲଗାଇଥିବା ଅଭିଯୋଗ ମିଳିବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ଅଭିଯୋଗ ରହିଛି କି, ରୋଗୀମାନଙ୍କ ଠାରେ ନକଲି ପେସମେକର ଲଗାଇବା ପାଇଁ ଡାକ୍ତର ଜଣଙ୍କ କମ୍ପାନୀମାନଙ୍କ ସହ ଚୁକ୍ତି କରିଥିଲେ । ଏହି ଚୁକ୍ତି ମୁତାବକ ଡାକ୍ତର ଜଣଙ୍କ ରୋଗୀଙ୍କ ଠାରେ ବ୍ରାଣ୍ଡେଡ କମ୍ପାନୀ ନାଁରେ ଶସ୍ତା ପେସମେକର ଲଗାଇ ମୋଟା ଅଙ୍କର ରୋଜଗାର କରୁଥିଲେ । କେବଳ ସେତିକି ନୁହେଁ ଏହି କାମ ବଦଳରେ କମ୍ପାନୀମାନେ ଡାକ୍ତରଙ୍କୁ ୧୮ଟି ବିଦେଶ ଯାତ୍ରା କରାଇଛନ୍ତି ମଧ୍ୟ ।

ମେଡିକାଲ ବିଶ୍ୱବିଦ୍ୟାଳୟ ପାଇଁ ମେଡିକାଲ ଉପକରଣ କିଣିବାରେ ଡାକ୍ତର ଜଣଙ୍କ ୨.୫ କୋଟି ଟଙ୍କା ଦୁର୍ନୀତି କରିଥିବା ଅଭିଯୋଗ ମଧ୍ୟ ରହିଛି । ଗେଜେଡେଟ ଅଧିକାରୀ ଓ ପୋଲିସ ଯାଂଚ ବେଳେ ଡାକ୍ତର ସମୀରଙ୍କ ଦୋଷ ଧରାପଡିଛି । ସୈଫଇ ପୋଲିସ ଡାକ୍ତରଙ୍କ ବିରୋଧରେ ଆଇପିସିର ଅନେକ ଧାରା ଲଗାଇ ମାମଲା ରୁଜୁ କରିଛି । ଏବଂ ଡାକ୍ତରଙ୍କୁ ଜେଲ ପଠାଇ ଦେଇଛି ।

ସୂଚନା ମୁତାବକ ଏହି ମାମଲା ୨୦୨୨ ଫେବୃଆରୀରେ ଆରମ୍ଭ ହୋଇଥିଲା । କିଛି ରୋଗୀ ଥାନାକୁ ଯାଇ ଡାକ୍ତର ସମୀରଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଅଭିଯୋଗରେ କୁହାଯାଇଥିଲା କି, ସେମାନଙ୍କ ହାର୍ଟ ଅପରେଶନ କରି ସେମାନଙ୍କ ଠାରେ ଶସ୍ତା ପେସମେକର ଲଗାଯାଇଛି । ଏହାଦ୍ୱାରା ତାଙ୍କୁ ଯନ୍ତ୍ରଣା ହେଉଛି । ଯାଂଚ ଅଧିକାରୀ କହିଛନ୍ତି କି, ଡାକ୍ତର ଜଣଙ୍କ ଗୋଟିଏ ପେସମେକର ଲଗାଇବାକୁ ଜଣେ ରୋଗୀଙ୍କ ଠାରୁ ୧.୮୫ ଲକ୍ଷ ଟଙ୍କା ନେଇଛନ୍ତି । କିନ୍ତୁ ପ୍ରକୃତରେ ଏହି ପେସମେକରର ଦାମ୍‌ ୯୬ ହଜାର ଟଙ୍କା ।

ଯାହାପରେ ଡାକ୍ତରଙ୍କ ଉପରେ ନିଆଯାଇଛି କଡା କାର୍ଯ୍ୟାନୁଷ୍ଠାନ । ଅଢ଼େଇ ଶହ ଲୋକଙ୍କ ଜୀବନ ସହ ଖେଳ ଖେଳିଥିବା ଏହି ଡାକ୍ତରଙ୍କ ସହ ଅନ୍ୟ ଲୋକମାନେ ବି ସାମିଲ ଥିବା ସମ୍ଭାବନା କରାଯାଉଛି ଏବଂ ଯାଞ୍ଚ ବି ଆରମ୍ଭ କରିଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.