ଆସିଲେ ଡରାଇଲେ, ଦେଢ଼ କୋଟିରୁ ଅଧିକ ଟଙ୍କା ନେଇ ଛୁ ମାରିଲେ

ଲକ୍ଷେ କି ଦୁଇ ଲକ୍ଷେ କି ପାଞ୍ଚ ଦଶ ଲକ୍ଷ ନୁହେଁ କୋଟିଏ ୫୦ ଲକ୍ଷ ଟଙ୍କା ନେଇ ଛୁ ମାରିଛନ୍ତି ଦୁବୃର୍ତ୍ତ । କଟକ ଜିଲ୍ଲା ତିଗିରିଆ ଥାନା ଗୋଡ଼ିଝରିଆ ନିକଟରେ ଆଜି କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଏଟିଏମ୍‌ରେ ଟଙ୍କା ଭରିବାକୁ ଯାଉଥିବା ଭ୍ୟାନ୍‌ରୁ ଟଙ୍କା ଭର୍ତ୍ତି ଟ୍ରଙ୍କ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଉକ୍ତ ଟ୍ରଙ୍କରେ ଦେଢ଼ କୋଟିରୁ ଅଧିକ ଟଙ୍କା ଥିବା କୁହାଯାଉଛି।

ଆଠଗଡ (କେନ୍ୟୁଜ) : ଏଟିଏମ୍‌ ଭ୍ୟାନରୁ ଟଙ୍କା ଚୋରି । ଟଙ୍କା ଭର୍ତ୍ତି ଟ୍ରଙ୍କ୍‌ ନେଇଗଲେ ଦୁବୃର୍ତ୍ତ । ସ୍ପଷ୍ଟ ଦିବାଲୋକରେ ଖତରନାକ ଚୋରି । ପୁଣି ଲକ୍ଷେ କି ଦୁଇ ଲକ୍ଷେ କି ପାଞ୍ଚ ଦଶ ଲକ୍ଷ ନୁହେଁ କୋଟିଏ ୫୦ ଲକ୍ଷ ଟଙ୍କା ନେଇ ଛୁ ମାରିଛନ୍ତି ଦୁବୃର୍ତ୍ତ । କଟକ ଜିଲ୍ଲା ତିଗିରିଆ ଥାନା ଗୋଡ଼ିଝରିଆ ନିକଟରେ ଆଜି କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଏଟିଏମ୍‌ରେ ଟଙ୍କା ଭରିବାକୁ ଯାଉଥିବା ଭ୍ୟାନ୍‌ରୁ ଟଙ୍କା ଭର୍ତ୍ତି ଟ୍ରଙ୍କ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଉକ୍ତ ଟ୍ରଙ୍କରେ ଦେଢ଼ କୋଟିରୁ ଅଧିକ ଟଙ୍କା ଥିବା କୁହାଯାଉଛି।

ଆଜି ସିକ୍ୟୋର ଭାଲ୍ୟୁ ନାମକ ସଂସ୍ଥାର କର୍ମଚାରୀମାନେ ଆଠଗଡ଼ ଏସ୍‌ବିଆଇରୁ ଟଙ୍କା ଉଠାଇ ବିଭିନ୍ନ ଏଟିଏମ୍‌ରେ ଭରିବାକୁ ଯାଇଥିଲେ। ସେମାନେ ୨ କୋଟିରୁ ଅଧିକ ଟଙ୍କା ଉଠାଇଥିଲେ। ମୋଟ ୧୩ଟି ଏଟିଏମ୍‌ରେ ସେମାନେ ଏହି ଟଙ୍କା ଭରି ଥାଆନ୍ତେ। ତେବେ ମାତ୍ର ଚାରୋଟି ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ପରେ ସେମାନେ ଲୁଟ୍‌ର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି କର୍ମଚାରୀ ।

ସିକ୍ୟୋର ଭାଲ୍ୟୁର ଲୋର୍ଡର ବୟ ସଞ୍ଜୟ ସ୍ୱାଇଁ କହିଛନ୍ତି, ସବୁ ଦିନ ଭଳି ଆଜି ମଧ୍ୟ ଏସ୍‌ବିଆଇରୁ ଟଙ୍କା ଉଠାଇଥିଲୁ। ମାଧପୁର ଏଟିଏମ୍‌, ଆଠଗଡ଼ରେ ଦୁଇଟି ଏଟିଏମ୍‌ ଓ ଗୋଡ଼ିଝରିଆରେ ଗୋଟିଏ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିଥିଲୁ। ଗୋଡ଼ିଝରିଆରେ ଟଙ୍କା ଭର୍ତ୍ତି କରି ଅନ୍ୟ ଏଟିଏମ୍‌କୁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଟଙ୍କା ଭର୍ତ୍ତି ଟ୍ରଙ୍କ ନେଇ ଯାଇଥିଲେ। ଦୁର୍ବୃତ୍ତମାନେ ଓଡ଼ିଆରେ କଥା ହେଉଥିଲେ। ସେମାନେ ଆମକୁ ଗାଳିଗୁଲଜ କରିଥିଲେ। ଆହୁରି ୯ଟା ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାର ଥିଲା। ଟ୍ରଙ୍କରେ ଦେଢ଼ କୋଟିରୁ ଅଧିକ ଟଙ୍କା ଥିଲା।

ସିକ୍ୟୋର ଭାଲ୍ୟୁ ସଂସ୍ଥା ପକ୍ଷରୁ ଟଙ୍କା ନେଇ ଯାଉଥିବା ଗାଡ଼ିରେ ଜଣେ ସୁରକ୍ଷା କର୍ମଚାରୀଙ୍କୁ ମିଶାଇ ମୋଟ ଚାରି ଜଣ ଥିଲେ। ସେମାନେ ଗୋଡ଼ିଝରିଆରେ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରି ଫେରୁଥିବା ବେଳେ ଏକ ନିଛାଟିଆ ସ୍ଥାନରେ ଗାଡ଼ି ଉପରକୁ ଏକ ପଥର ମାଡ଼ ହୋଇଥିଲା। ତେଣୁ ଡ୍ରାଇଭର କଣ ଏମିତି ମାଡ ହେଲା ବୋଲି ଗାଡିର ସ୍ପିଡ୍‌ କମାଇବା ସମୟରେ ହଠାତ୍‌ ଏକ ସ୍କୋର୍ପିଓ, ଗୋଟିଏ ବାଇକ ଓ ଗୋଟିଏ ସ୍କୁଟି ସେମାନଙ୍କ ବାଟ ଓଗାଳିଥିଲେ। ଏହି ସବୁ ଗାଡ଼ିରେ ଆସିଥିବା ୮ରୁ ଅଧିକ ଲୋକ ମୁହଁରେ କପଡ଼ା ବାନ୍ଧିଥିଲେ। ସେମାନଙ୍କ ହାତରେ ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଥିଲା। ସିକ୍ୟୋର ଭାଲ୍ୟୁ ସଂସ୍ଥାର ଗାଡ଼ି ଅଟକି ଯିବା ପରେ ଦୁର୍ବୃତ୍ତମାନେ ଗାଡ଼ିରୁ ଓହ୍ଲାଇ ଆସି କେହି କିଛି ବୁଝିବା ପୂର୍ବରୁ ସମସ୍ତଙ୍କ ମୁଣ୍ଡରେ ବନ୍ଧୁକ ରଖି ଦେଇଥିଲେ। ଗାଡ଼ିରେ ଥିବା ସୁରକ୍ଷାକର୍ମଚାରୀଙ୍କ ଠାରୁ ବନ୍ଧୁକ ଛଡ଼ାଇ ନେଇଥିଲେ। ସମସ୍ତଙ୍କ ଠାରୁ ମୋବାଇଲ ଛଡ଼ାଇ ନେବା ସହ ଗାଡ଼ି ଠାରୁ ଦୂରରେ ଛିଡ଼ା ହେବାକୁ କହିଥିଲେ ଓ ଗାଡ଼ିରେ ଥିବା ଟଙ୍କା ଭର୍ତ୍ତି ଟ୍ରଙ୍କ ନେଇ ଫେରାର ହୋଇଯାଇଥିଲେ।

ଏହି ଘଟଣା ପରେ ତିଗିରିଆ ଓ ଆଠଗଡ଼ ପୁଲିସ୍ ପକ୍ଷରୁ ତନାଘନା ଜାରି ରହିଛି। ଆଠଗଡ଼ରେ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇଛି। ଏହା ସହିତ ଟଙ୍କା ନେଇ ଯାଉଥିବା ସମସ୍ତ କର୍ମଚାରୀଙ୍କୁ ପୁଲିସ ପକ୍ଷରୁ ପଚରାଉଚରା କରାଯାଉଛି। କଟକ ଗ୍ରାମାଞ୍ଚଳ ଏସ୍‌ପି ମିହିର ପଣ୍ଡା କହିଛନ୍ତି, ଆମେ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରିଛୁ। ପଡ଼ୋଶୀ ଜିଲ୍ଲାଗୁଡ଼ିକ ସହିତ ଯୋଗାଯୋଗରେ ଅଛୁ। ଘଟଣାର ତଦନ୍ତ କରିବା ପାଇଁ ଓ ଲୁଟେରାମାନଙ୍କୁ ଧରିବା ପାଇଁ ୩ଟି ଟିମ୍ ଗଠନ କରାଯାଇଛି। ବିଭିନ୍ନ ଦିଗକୁ ନେଇ ଏହି ଘଟଣାର ତଦନ୍ତ ଚାଲିଛି। ଅନେକ ସମୟରେ ଦେଖାଯାଇଛି, ଏଭଳି ଲୁଟରେ ସାଧାରଣତଃ ଟଙ୍କା ଭର୍ତ୍ତି କରିବାକୁ ଯାଉଥିବା କର୍ମଚାରୀମାନଙ୍କର ହାତ ଥାଏ। ଏହି କ୍ଷେତ୍ରରେ ସେଭଳି କିଛି ଘଟିଛି ନା ନାହିଁ, ସେ ଦିଗରେ ବି ପୁଲିସ୍ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.