ଟେକ୍ସାସ ସେରିଫଙ୍କ ଡେପୁଟି ସନ୍ଦୀପ ସିଂହ ଧଲିୱାଲଙ୍କୁ ହତ୍ୟା
କେନ୍ୟୁଜ୍: ଟେକ୍ସାସରେ ଘୃଣା ହତ୍ୟା ଅଭିଯୋଗ। ଟେକ୍ସାସ ସେରିଫଙ୍କ ଡେପୁଟି ସନ୍ଦୀପ ସିଂହ ଧଲିୱାଲଙ୍କୁ ହତ୍ୟା। ବିଳମ୍ବିତ ରାତିରେ ହଷ୍ଟନ ସହରରେ ଟ୍ରାଫିକରେ ସନ୍ଦୀପ ଅଟକିଥିବା ବେଳେ ଅଜଣା ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଛି। ଦୁର୍ବୃତ୍ତଜଣକ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଶିଖ୍ ସଂପ୍ରଦାୟର ସନ୍ଦୀପ ପଗଡ଼ି ଓ ଦାଢି ରଖିଥିବାରୁ ତାଙ୍କ ଉପରେ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଗୁଳିମାଡ଼ ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସନ୍ଦୀପଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଆଡ୍ରିଆନ ଗାର୍ସିଆ। ଶିଖ ସଂପ୍ରଦାୟର ସେ ଜଣେ ସମ୍ମାନନୀୟ ବ୍ୟକ୍ତି ଥିଲେ। ମାନବିକତାର ସମସ୍ତ ଗୁଣ ତାଙ୍କ ପାଖରେ ରହିଥିବା ସେ କହିଛନ୍ତି। ୨୦୧୫ରୁ ଟେକ୍ସାସ ସେରିଫଙ୍କ ଡେପୁଟି ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ।