ଦେଶ ପାଇଁ ହସି ହସି ଜୀବନ ଦେଇଥିବା ଏହି ଶହୀଦଙ୍କର ଆଜି ଜନ୍ମ ଦିନ, ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି

ଏମିତି କିଛି ବିରଳ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁ ମାନେ କି ହସି ହସି ଦେଶ ପାଇଁ ଜୀବନ ଦେଇଛନ୍ତି । ସେହି ମାନଙ୍କ ଭିତରୁ ପ୍ରଥମ ନାମ ଶହୀଦ ଭଗତ ସିଂ ଙ୍କର ଆସିଥାଏ । ହସି ହସି ଦେଶ ପାଇଁ ଜୀବନ ଦେଇଥିବା ଏହି ମହାନ ଶହୀଦଙ୍କର ଆଜି ଜନ୍ମ ଜୟନ୍ତୀ ।
୧୯୦୭ ମସିହା ଆଜିର ଦିନରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମ ଅବିଭକ୍ତ ଭାରତର ଲୟରପୁରର ବାବଲୀ ଗ୍ରାମରେ (ଫୈସଲାବାଦ,ପାକିସ୍ତାନ)ରେ ହୋଇଥିଲା । କିନ୍ତୁ ପଞ୍ଜାବର ଖଣ୍ଦକୈକଳା ତାଙ୍କର ପୈତୃକ ଗ୍ରାମ । ନିଜ ଛୋଟ ବେଳରୁ ହିଁ ସେ ବ୍ରିଟିଶ ଶାସନ ବିରୋଧୀ ଥିଲେ । ନିଜ ଛାତ୍ର ଜୀବନରେ ଲୋକଙ୍କ ଭିତରେ ଦେଶ ଭକ୍ତି ର ଭାବନା ସୃଷ୍ଟି କରିବା ପାଇଁ ସେ ବିଭିନ୍ନ ଦେଶାତ୍ମବୋଧକ ନାଟକ ମାନ ମଞ୍ଚସ୍ଥ କରୁଥିଲେ । ନିଜ ସ୍କୁଲ ଜୀବନରୁ ହିଁ ସେ ୟୁରୋପ ମହାଦେଶର ବିଭିନ୍ନ କ୍ରାନ୍ତିକରି ଆନ୍ଦୋଳନ ବିଷୟରେ ପଢିବା ଆରମ୍ଭ କରିଥିଲେ । ତେଣୁ କରି ତାଙ୍କ ଠାରେ କ୍ରାନ୍ତି କରି ଭାବନା ଜାଗ୍ରତ ହୋଇଥିଲା । ତାଙ୍କ ଅନୁସାରେ ସ୍ୱାଧୀନତା କେବଳ ଲଢେଇ ଦ୍ୱାରା ହିଁ ହାସଲ ହୋଇପାରିବ ।

ଭଗତ ସିଂଙ୍କ ଆନ୍ଦୋଳନ ଭରା ଜୀବନ:

୧୯୧୯ ମସିହା ଜାଳିବାନା ବାଗ ହତ୍ୟା କାଣ୍ଡ ତାଙ୍କ ଜୀବନ ଉପରେ ଏକ ଗଭୀର ପ୍ରଭାବ ପକାଇଥିଲା । କୁହାଯାଏ କି ଇଂରେଜ ମାନଙ୍କ ଏହି ଦୌରାତ୍ମ୍ୟ ରେ ସେ ଏତେ ମାତ୍ରାରେ ଦୁଃଖିତ ଥିଲେ ପ୍ରାୟ ୧୨ ମାଇଲ ରାସ୍ତା ପାଦରେ ଚାଲି ଚାଲି ଯାଇଥିଲେ । ଭଗତ ସିଂ ଙ୍କର ଓଜସ୍ବୀ ଭାଷଣରେ ଇଂରେଜ ସରକାର ଭୟଭୀତ ହୋଇଯାଉଥିଲେ | ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରୁଥିଲେ ।
ଚନ୍ଦ୍ର ଶେଖରଙ୍କ ସହ ଦେଖା ହେବା ପୂର୍ବରୁ ଜଳନ୍ତା ମହମବତୀ ଉପରେ ହାତ ରଖି ସେ ଶପଥ ନେଇଥିଲେ କି ତାଙ୍କ ଜୀବନ ଦେଶ ପାଇଁ ଉତ୍ସର୍ଗ ହେଵ | କାକୋରି କାଣ୍ଡ ଭଗତ ସିଂ ଙ୍କୁ ସବୁଠୁ ଅଧିକ ବ୍ୟସ୍ତ ବିବ୍ରତ କରିଥିଲା । ଏହି ଘଟଣାରେ ରାମ ପ୍ରସାଦ ବିସ୍ମିଲଙ୍କ ଛଡା ୪ କ୍ରାନ୍ତିକାରୀଙ୍କୁ ଫାସୀ ଦିଆଯାଇଥିବା ବେଳେ ୧୬ ଜଣଙ୍କୁ କାରାବାସ ହୋଇଥିଲା । ଚନ୍ଦ୍ର ଶେଖରଙ୍କ ସହ ମିଶି ଏକ ନୂଆ ଦଳ ହିନ୍ଦୁସ୍ତାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନ ଗଠନ କରିଥିଲେ । ଏହି ସଙ୍ଗଠନର ମୂଳ ଲକ୍ଷ ସେବା,ତ୍ୟାଗ ସମେତ ଏକ କ୍ରାନ୍ତିକାରୀ ଯୁବକ ଗଠନ କରିବା ଥିଲା ।

 

୧୯୨୮ ମସିହା ଡିସେମ୍ବର ମାସ ୧୭ ତାରିଖରେ ସେତେବେଳେ ସହାୟକ ପୋଲିସ ଅଧିକ୍ଷକ ଥିବା ସାଂଡର୍ସଙ୍କୁ ହତ୍ୟା କରିଥିଲେ । ସାଂଡର୍ସ ହତ୍ୟାକାଣ୍ଡ ସେମାନଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ଆଣି ଦେଇଥିଲା । ସେହି ଘଟଣାର ମୋକଦ୍ଦମା ଚଳାଇ ଇଂରେଜ ସରକାର ଓ ତାଙ୍କ ସାଥି ମାନଙ୍କୁ ଫାସି ଖୁଣ୍ଟରେ ଝୁଲେଇ ଥିଲେ । କ୍ରାନ୍ତିକାରୀ ସାଥି ବାଟୁକେଶ୍ୱର ଦତ୍ତଙ୍କ ୧୯୨୯ ମସିହା ଏପ୍ରିଲ ମାସ ୮ ତାରିଖରେ ସହ ମିଶି ବର୍ତ୍ତମାନର ନୂଆଦିଲ୍ଲୀ ଠାରେ ଥିବା ସେଣ୍ଟ୍ରାଲ ଆସେମ୍ବ୍ଲି ନିକଟରେ ବମ ପକାଇଥିଲେ । ସେହିଁ ସଂଗେ ସଂଗେ ହିଁ ସେମାନେ ଆତ୍ମସମର୍ପଣ ମଧ୍ୟ କରିଥିଲେ । ଏହି ବମ ଗୁଡିକ ଦିଲ୍ଲୀ ନିକଟସ୍ଥ ନୋଇଡାର ନଲଗଡା ଗ୍ରାମରେ ପ୍ରସ୍ତୁତ କରାଯାଉଥିଲା । ଏହାକୁ ଭଗତ ସିଂ ଓ ଚନ୍ଦ୍ର ଶେଖର ନିଜେ ହିଁ ତିଆରି କରୁଥିଲେ । ଏହି ସ୍ଥାନ ସେତେବେଳର କ୍ରାନ୍ତିକାରୀ ନେତାଙ୍କ ପାଇଁ ଏକ ସୁରକ୍ଷିତ ଆଶ୍ରୟ ସ୍ଥଳୀ ଥିଲା । ଯେଉଁ ଠାକୁ ଇଂରେଜ ମାନେ ସହଜରେ ପହଂଚି ପାରୁନଥିଲେ ।

ଏହା ସହ ପଢନ୍ତୁ:

ଆସନ୍ତୁ ଜାଣିବା UNGAର ଚାରି ମହିଳା ଅଧ୍ୟକ୍ଷ ସମ୍ପର୍କରେ

ନିଜ ଜେଲ ଜୀବନ ସମୟରେ ଅର୍ଥାତ ୧୯୨୯ ମସିହା ସେପ୍ଟେମ୍ବର ୧୨ ତାରିଖରୁ ସେ ଏକ ଡାଏରୀ ଲେଖିବା ଆରମ୍ଭ କରିଥିଲେ । ନିଜ ଶେଷ ସମୟ ପର୍ଯ୍ୟନ୍ତ ସେ ଏହି ଅଭ୍ୟାସକୁ ଜାରି ରଖିଥିଲେ । ରୁଷ କ୍ରାନ୍ତିକାରୀ ନେତା ଲେନିନଙ୍କ କାର୍ଯ୍ୟ ଭଗତ ସିଂଙ୍କୁ ବେଶୀ ପ୍ରଭାବିତ କରିଥିଲା । ନିଜ ଶେଷ ଇଛାରେ ସେ ଲେନିନଙ୍କ ଜୀବନୀ ପୁସ୍ତକ ପଢି ଶେଷ କରିବା ପାଇଁ ଏକ ଅନୁରୋଧ ମାଗିଥିଲେ । ସେ ଲାହୋର ସେଣ୍ଟ୍ରାଲ ଜେଲରେ ଥିବା ବେଳେ ‘ମେଁ ନାସ୍ତିକ କ୍ୟୁନ ହୁଁ ‘ ନାମରେ ଏକ ବହୁ ଚର୍ଚ୍ଚିତ ନିବନ୍ଧ ରଚନା କରିଥିଲେ । ଶେଷରେ ୧୯୩୧ ମସିହା ମାର୍ଚ୍ଚ ମାସ ୨୩ ତାରିଖରେ ନିଜର ଆଉ ଦୁଇ ସାଥି ସୁଖଦେବ ଓ ରାଜଗୁରୁଙ୍କ ସହ ସନ୍ଧ୍ୟା ୭ ତା ୩୩ ମିନିଟରେ ତାଙ୍କୁ ଫାସୀ ଦିଆଯାଇଥିଲା । କିନ୍ତୁ ସମସ୍ତଙ୍କୁ ଯାହା ସେହି ସମୟରେ ବିସ୍ମିତ କରିଥିଲା ତାହା ହେଉଛି ମାତ୍ର ୨୩ ବର୍ଷ ବୟସରେ ମଧ୍ୟ ନିଜ ମୃତ୍ୟୁକୁ ନେଇ ତାଙ୍କ ଠାରେ କୌଣସି ଅନୁଶୋଚନା ନଥିଲା । ବରଂ ହସି ହସି ସେ ଫାସୀ ଖୁଣ୍ଟରେ ଝୁଲି ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.