ପ୍ରତ୍ୟେକ ରଙ୍ଗର ରହିଛି କିଛି ଖାସ୍ ଗୁଣ, ଜାଣନ୍ତୁ ରଙ୍ଗ ପାଇଁ କଣ ରହିଛି ବାସ୍ତୁ ନିୟମ

ଆଗକୁ ଆସୁଛିର ଆଲୋକର ପର୍ବ ଦୀପାବଳି। ଆପଣ ଏଥିପାଇଁ ଘରକୁ ବିଭିନ୍ନ ରଙ୍ଗରେ ସଜାଇବା ପାଇଁ ମଧ୍ୟ ପ୍ଲାନିଂ କରୁଥିବେ। କିନ୍ତୁ ଆପଣ ଜାଣିଛନ୍ତି କି ବାସ୍ତୁ ନିୟମ ଅନୁଯାୟୀ ଘର ରଙ୍ଗ କରିବା ଦ୍ବାରା ଘରେ ପଞ୍ଚତତ୍ତ୍ବର ସନ୍ତୁଳନ ଠିକ୍ ରହିଥାଏ ଏବଂ ଘରେ ସୁଖ-ଶାନ୍ତି ରହିଥାଏ। ଘରର ସାଜସଜ୍ଜାରେ ରଙ୍ଗର ବ୍ୟବହାର ବାସ୍ତୁଶାସ୍ତ୍ର ଦୃଷ୍ଟିରେ ଏକ ଶକ୍ତିଶାଳୀ ଉପକରଣ। ଆମ ଆଖ-ପାଖରେ ଥିବା ରଙ୍ଗ ଅନୁଯାୟୀ ବ୍ୟକ୍ତି ଶାରୀରିକ ଏବଂ ମାନସିକ ରୂପେ ପ୍ରଭାବିତ ହୋଇଥାଏ। ସତ, ରଜ ଏବଂ ତମ ଏହି ତିନି ପ୍ରକାର ଗୁଣ ସହ ରଙ୍ଗର ଗଭୀର ସମ୍ବନ୍ଧ ରହିଛି।

ନୀଳ, ହଳଦିଆ, ଧଳା ଏବଂ ଅନ୍ୟ ହାଲକା ରଙ୍ଗକୁ ସତ କୁହାଯାଇଥାଏ। ନାଲି, ଗୋଲାପି ଏବଂ ନାରଙ୍ଗୀ ରଙ୍ଗକୁ ରଜ କୁହାଯାଇଥାଏ, ଯାହା ଇଛାଶକ୍ତି ବଢାଇଥାଏ। ତମ ରଙ୍ଗରେ ଗାଢ ନୀଳ ରଙ୍ଗ ଏବଂ କଳା ରଙ୍ଗ ମୁଖ୍ୟ। ଏହି ରଙ୍ଗ ବ୍ୟକ୍ତିଙ୍କୁ ଆଳସୁଆ କରିଦେଇଥାଏ। ଘରର ସୌନ୍ଧର୍ଯ୍ୟ ବାତାବରଣ ପାଇଁ ହାଲକା ନମ୍ର ସାତ୍ବିକ ରଙ୍ଗ କରିବା ଉଚିତ।

painting-ହାଲକା ନୀଳ ରଙ୍ଗକୁ ବାସ୍ତୁ ଶାସ୍ତ୍ରରେ ସ୍ବାସ୍ଥ୍ୟର ପ୍ରାକୃତିକ ସ୍ରୋତ। ଏହି ରଙ୍ଗ ଥଣ୍ଡା ଏବଂ କୋମଳ ହୋଇଥିବାରୁ ଏହାଦ୍ବାରା ଶାନ୍ତିମୟ ପରିବେଶ ସୃଷ୍ଟି ହୋଇଥାଏ। ଘରର ଡାଇନିଂଗରେ ଏହି ରଙ୍ଗ କରିବା ଉଚିତ। ଏହି ରଙ୍ଗ ଘରର ବାର୍ଥରୁମ୍ ପାଇଁ ମଧ୍ୟ ଶୁଭ ହୋଇଥାଏ।

-ହଳଦିଆ ରଙ୍ଗ ବ୍ୟକ୍ତିର ସ୍ନାୟୁ ତନ୍ତ୍ରକୁ ସନ୍ତୁଳିତ କରିବା ସହ ମସ୍ତିଷ୍କକୁ ସକ୍ରିୟ କରିଥାଏ। ଏହି ରଙ୍ଗକୁ ଅଧ୍ୟୟନ କକ୍ଷ ଏବଂ ଲାଇବ୍ରେରୀରେ କରିବା ଉଚିତ।

-ବାଇଗଣୀ ରଙ୍ଗ ଉତ୍ସାହବର୍ଦ୍ଦକ ଏବଂ ଅବସାଦ ନାସ କରିବାର କାରକ। ଏହି ରଙ୍ଗକୁ ଯୋଗ କକ୍ଷ, ସାଧନା କକ୍ଷ କିମ୍ବା ପୂଜା ସ୍ଥଳରେ କରିବା ଉଚିତ୍।

ଏହାସହ ପଢନ୍ତୁ: ପୂଜାପରେ ହାତରେ ବନ୍ଧାଯାଉଥିବା ବ୍ରତ ଶରୀର ପାଇଁ ଏତେ ମାତ୍ରାରେ ଲାଭଦାୟକ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

-ଘରର ଛାତ ଧଳା ରଙ୍ଗ କରିବା ଉଚିତ। କାରଣ ଏହାଦ୍ବାରା ଘରେ ଅଧିକ ଉଷ୍ମତା ରହିଥାଏ। କିନ୍ତୁ ଘରର ଚାରିଆଡେ ଧଳା ରଙ୍ଗ କରିବା ଅନୁଚିତ କାରଣ ବାସ୍ତୁଶାସ୍ତ୍ର ଅନୁଯାୟୀ ଏହି ରଙ୍ଗଅଳ୍ପଜୀବୀ ହୋଇଥାଏ।

-ଗୋଲିପି, ନାଲି ଏବଂ ନାରଙ୍ଗୀ ରଙ୍ଗ ପରସ୍ପର ମଧ୍ୟରେ ସମ୍ପର୍କକୁ ଦୃଢ଼ ରଖିଥାଏ। ଏହିକାରଣରୁ ଶୋଇବା ଘରେ ଏହି ସବୁ ରଙ୍ଗ କରିବା ଉଚିତ। ରୋଷେଇ ଘରେ ମଧ୍ୟ ନାଲି ରଙ୍ଗ ଶୁଭ ହୋଇଥାଏ। ସେହିପରି ଘରର ମୁଖ୍ୟ ଦ୍ବାରାର ରଙ୍ଗ ଦିଗ ଅନୁଯାୟୀ ସ୍ଥିର କରିବା ଉଚିତ। ଏପରି କରିବା ଦ୍ବାରା ସକରାତ୍ମକ ଶକ୍ତି ବୃଦ୍ଧି ପାଇବା ସହ ପର୍ଯାବରଣ ସୌନ୍ଧର୍ଯ୍ୟ ପୂର୍ଣ୍ଣ ହୋଇଥାଏ।