Below header

ଆପଣଙ୍କ ସାଧାରଣ ଲିପଷ୍ଟିକ୍‌ ମଧ୍ୟ ଦେଇପାରିବ ‘ମ୍ୟାଟ’ ଲୁକ୍‌, ଆପଣାନ୍ତୁ ଏହି ସହଜ ଟିପ୍ସ

ଚେହେରାର ସୁନ୍ଦରତା ବଢାଇବା ପାଇଁ ଝିଅମାନେ ବିଭିନ୍ନ ପ୍ରକାର ବିୟୁଟି ପ୍ରଡକ୍ଟସ ଆପଣାନ୍ତି, କିନ୍ତୁ ଲିପଷ୍ଟିକ ହିଁ ସେମାନଙ୍କ ଲୁକ୍‌କୁ ସୂଂପୂର୍ଣ୍ଣ ଭାବେ ବଦଳାଇ ଦେଇଥାଏ। ଓଠକୁ ସୁନ୍ଦର କରିବା ପାଇଁ ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ଲିପଷ୍ଟିକ୍‌ ମିଳୁଛି। ଲିପ୍‌ ଗ୍ଲସ, ଲିପ୍‌ ବାମ, ଲିପ୍‌ କ୍ରେଏସନ୍‌, ଲିପ୍‌ ଲାଇନର, ଲିପଷ୍ଟିକ ଏବଂ ଲିପ୍‌ ସ୍କ୍ରବ। ଏହି ଜିନିଷର ମଧ୍ୟ ବିଭିନ୍ନ ପ୍ରକାର ରହିଛି। କିନ୍ତୁ ଆପଣଙ୍କ ସାଧାରଣ ଲିପଷ୍ଟିକକୁ କିପରି ମ୍ୟାଟ ଲୁକ୍‌ ଦେବେ, ତାହା ଆସନ୍ତୁ ଜାଣିବା …

4

କୌଣସି ବି ସାଧାରଣ ଲିପଷ୍ଟିକ୍‌କୁ ମ୍ୟାଟ ଲୁକ୍‌ ଦେବାକୁ ଚାହୁଁଥିଲେ ଆପଣଙ୍କ ପାଖରେ ସେହି ସେଡ୍‌ର ଆଇସ୍ୟାଡୋ ରହିଥିବା ଆବଶ୍ୟକ। ଟିସୁ ପେପର, ମେଟଫାଇଂ ପ୍ରଡକ୍ଟସ ଏବଂ ଅଏଲ ବ୍ଲଟ ପେପର ସାହଯ୍ୟରେ ଆପଣ ଏଭଳି କରିପାରିବେ।

ପ୍ରଥମେ ନିଜ ଓଠକୁ ଭଲ ଭାବେ ସଫା କରିଦିଅନ୍ତୁ। ଏଥିପାଇଁ ପ୍ରଥମେ ନିଜ ଓଠକୁ ଅଳ୍ପ ନଡିଆ ତେଲ କିମ୍ବା ବାମ୍‌ ସାହାଯ୍ୟରେ ସମାଜ୍‌ କରିଦିଅନ୍ତୁ।
ଏବେ ଟିସୁ ପେପର ସାହାଯ୍ୟରେ ଓଠରେ ତେଲକୁ ସଫା କରିଦିଅନ୍ତୁ। ଏହାପରେ ଓଠରେ ନିଜର ପସନ୍ଦ ମୁତାବକ ଲିପଷ୍ଟିକ ସେଡକୁ ଦୁଇ ରୁ ତିନି ପରସ୍ତ ଲଗାନ୍ତୁ।

ଏହାସହ ପଢ଼ନ୍ତୁ ; ଝଡ଼ୁଥିବା କେଶ ପାଇଁ ବରଦାନ ଅଟେ ଗ୍ଲିସରିନ୍‌, ଜାଣନ୍ତୁ ଫାଇଦା

55

ଏବେ ଲିପଷ୍ଟିକ ଉପରେ ବ୍ରସ୍‌ ସାହାଯ୍ୟରେ ସେହି ରଙ୍ଗର ଆଇସ୍ୟାଡୋ ଲଗାଇଦିଅନ୍ତୁ। ଆପଣ ଯଦି ଚାହିଁବେ ମେଟ ବ୍ଲଶ ସାହାଯ୍ୟରେ ମଧ୍ୟ ଫିନିସିଂ ଲୁକ୍‌ ଦେଇପାରିବେ। ଏହାପରେ ଦୁଇ ଓଠ ମଧ୍ୟରେ ଟିସୁ ପେପରକୁ ରଖି ଅଧିକ ଲିପଷ୍ଟିକ ହଟାଇଦିଅନ୍ତୁ। ଏପରି ଆପଣ ନିଜେ ସାଧାରଣ ଲିପଷ୍ଟିକକୁ ମ୍ୟାଟ ଲୁକ୍‌ ଦେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.