ପ୍ଲେ ଷ୍ଟୋରରୁ ୨୯ଟି ଆପ୍ସକୁ ହଟାଇଲା ଗୁଗଲ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ : ପାଖାପାଖି ଗୁଗଲ ପ୍ଲେ ଷ୍ଟୋରରୁ ୨୯ଟି ଆପ୍ସ ହଟାଇ ଦିଆଯାଇଛି । ଭାଇରସ୍ ଥିବାରୁ ଏହାକୁ ଗୁଗଲ ହଟାଇଥିବା ବେଳେ ଏକ କୋଟିରୁ ଅଧିକ ଥର ତାହାକୁ ଡାଉନ୍ଲୋଡ୍ କରାଯାଇଥିଲା ବୋଲି ଜଣାପଡ଼ିଛି । ଗୁରୁବାର କ୍ୱିକ୍ହିଲ୍ ସିକ୍ୟୁରିଟି ଲ୍ୟାବ୍ସ ପକ୍ଷରୁ ଭାଇରସ୍ ଥିବା ନେଇ ଏକ ରିପୋର୍ଟ ପ୍ରକାଶ କରାଯିବା ପରେ ଗୁଗଲ ଏହାକୁ ପ୍ଲେ ଷ୍ଟୋର୍ରୁ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲା । ୨୯ଟି ଆପ୍ସ ମଧ୍ୟରୁ ୨୪ଟି ଫୋନ୍ର ହୋମ୍ ସ୍କ୍ରିନ୍ରେ ଲୁଚି କରି ରହୁଥିଲା ବୋଲି ଜଣାପଡ଼ିଛି, ଯାହାକୁ ହାଇଡ୍ଆଡ୍ ବର୍ଗରେ ଆସୁଛି ।
ଏହି ଆପ୍ ଗୁଡ଼ିକୁ ଥରେ ଖୋଲିବା ପରେ ତାହାର ଆଇକନ୍ ବ୍ୟବହାରକାରୀଙ୍କୁ ନଜର ଆସି ନ ଥାଏ । କିନ୍ତୁ ସେ ଫୋନ୍ରେ ରହି ନିଜ କାମ କରିଥାଏ । ବ୍ୟବହାରକାରୀ ଏହି ଆପ୍ ଗୁଡ଼ିକ ସହଜରେ ଅନ୍ ଇନ୍ଷ୍ଟଲ ଯେମିତି ନ କରି ପାରିବେ, ସେ ନେଇ ଏହି ଆପ୍ର ଆଇକନ୍ ଅଦୃଶ୍ୟ ହୋଇଯାଇଥାଏ ବୋଲି କହିଛି କ୍ୱିକ୍ହିଲ୍ ସିକ୍ୟୁରିଟି ଲ୍ୟାବ୍ସ । ବ୍ୟବହାରକାରୀ ଆପ୍ର ସର୍ଟକର୍ଟ ଫୋନରୁ ହଟାଇ ପାରୁଥିଲେ ମଧ୍ୟ ଫୋନରେ ଏହା ଇନ୍ଷ୍ଟଲ ହୋଇ ରହିଥାଏ ।
ଏହାସହ ପଢନ୍ତୁ:
ଗୁଗଲ ଉପରେ ଲାଗିଲା ୧୨.୨୪ଲକ୍ଷ କୋଟି ଜରିମନା! ଜାଣନ୍ତୁ ଏହାର କାରଣ