Below header

ଜେଲ୍‌ରୁ ବାହାରିଲେ ସଞ୍ଜୟ ସିଂ, ରାଜ୍ୟସଭା ପାଇଁ ନାମାଙ୍କନ କରିବାକୁ ପୋଲିସ ଭ୍ୟାନ୍‌ରେ ଗଲେ

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲ୍‌ରେ ଥିବା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତା ସଞ୍ଜୟ ସିଂ ନିଜର ନାମାଙ୍କନ ଭରିବାକୁ ଜେଲ୍‌ରୁ ବାହାରିଛନ୍ତି । ସଞ୍ଜୟ ସିଂ ରାଜ୍ୟସଭା ପାଇଁ ନିଜ ନାମାଙ୍କନ ପତ୍ର ଦାଖଲ କରିବା ଲାଗି ଏକ ପୋଲିସ ଭ୍ୟାନରେ ଯାଇଥିଲେ ।

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲ୍‌ରେ ଥିବା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତା ସଞ୍ଜୟ ସିଂ ନିଜର ନାମାଙ୍କନ ଭରିବାକୁ ଜେଲ୍‌ରୁ ବାହାରିଛନ୍ତି । ସଞ୍ଜୟ ସିଂ ରାଜ୍ୟସଭା ପାଇଁ ନିଜ ନାମାଙ୍କନ ପତ୍ର ଦାଖଲ କରିବା ଲାଗି ଏକ ପୋଲିସ ଭ୍ୟାନରେ ଯାଇଥିଲେ । ସିଭିଲ୍‌ ଲାଇନ୍ସରେ ପହଞ୍ଚି ସେ ନାମାଙ୍କନ କରିଥିଲେ ।

ସଞ୍ଜୟ ସିଂଙ୍କ ବ୍ୟତୀତ ପାର୍ଟି ତରଫରୁ ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ଵାଲ ମଧ୍ୟ ରାଜ୍ୟସଭା ପାଇଁ ନାମାଙ୍କନ କରିଛନ୍ତି । ଜାନୁୟାରୀ ୧୯ରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଦିଲ୍ଲୀରୁ ୩ ଜଣଙ୍କୁ ନିଜର ପ୍ରାର୍ଥୀ ଘୋଷଣା କରିଛି ଆପ୍‌ । ଏଥିରେ ସଞ୍ଜୟ ସିଂ ଓ ଏନ୍‌ଡି ଗୁପ୍ତାଙ୍କୁ ପୁଣିଥରେ ମଉକା ଦିଆଯାଇଛି ।

ଏହାପୂର୍ବରୁ ଗତ ୬ ତାରିଖରେ ଦିଲ୍ଲୀ କୋର୍ଟଙ୍କ ତରଫରୁ ସଞ୍ଜୟ ସିଂଙ୍କୁ ବ୍ୟକ୍ତିଗତ ରୂପେ ରାଜ୍ୟସଭାର ନାମାଙ୍କନ କରିବାକୁ ଅନୁମତି ମିଳିଥିଲା । ନିର୍ବାଚନ ସହ ଜଡ଼ିତ ଅଣ୍ଡରଟେକିଂ, ନାମାଙ୍କନ ଫର୍ମ ଏବଂ ଅନ୍ୟାନ୍ୟ ଜରୁରୀ ଦସ୍ତାବିଜ୍‌ରେ ଦସ୍ତଖତ ପାଇଁ ଅନୁମତି ଦେବାକୁ ଜେଲ୍‌ ଅଧୀକ୍ଷକଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.