ପ୍ରତ୍ୟାହାର ହେଲା ରାଜ୍ୟ ପରିବହନ କର୍ମଚାରୀ ସଂଘର ଧର୍ମଘଟ, ମୁଖ୍ୟ ସଚିବଙ୍କ ସହ ଆଲୋଚନା ପରେ ସଂଘ ନେଲା ନିଷ୍ପତ୍ତି

ରାଜ୍ୟ ପରିବହନ କର୍ମଚାରୀ ସଂଘର ଧର୍ମଘଟ ପ୍ରତ୍ୟାହାର । ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର ପାଇଁ ସଂଘ ନିଷ୍ପତ୍ତି ନେଇଛି । ବୈଠକରେ ଆଲୋଚନା ପରେ ସଂଘ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ସଂଘ ନିଷ୍ପତ୍ତି ନେଇଛି ।

ରାଜ୍ୟ ପରିବହନ କର୍ମଚାରୀ ସଂଘର ଧର୍ମଘଟ ପ୍ରତ୍ୟାହାର । ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର ପାଇଁ ସଂଘ ନିଷ୍ପତ୍ତି ନେଇଛି । ହିଟ୍ ଆଣ୍ଡ ରନ୍ ମାମଲାରେ ଭାରତୀୟ ନ୍ୟାୟ ସଂହିତାରେ କଡ଼ା ଦଣ୍ଡ ବ୍ୟବସ୍ଥାକୁ ବିରୋଧ କରି ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇଥିଲା ଅଲ ଓଡ଼ିଶା ପରିବହନ କର୍ମଚାରୀ ସଂଘ । ଏନେଇ ଆଜି ଲୋକସେବା ଭବନରେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ସଚିବ ଉଷା ପାଢ଼ୀ, ପୋଲିସ କମିଶନ ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀକ ସିଂ ଓ ଅଲ ଓଡ଼ିଶା ପରିବହନ କର୍ମଚାରୀ ସଂଘର ସଭାପତି ଜନାର୍ଦ୍ଦନ ପତି ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଆଲୋଚନା ପରେ ସଂଘ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ସଂଘ ନିଷ୍ପତ୍ତି ନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.