ହାତୀ ପାଇଁ ରାସ୍ତାରୋକ, ଗାଁରେ ପଶି ଘର ଭାଙ୍ଗିବା ସହ ଫସଲ ଦଳିଚକଟି ନଷ୍ଟ କରୁଛନ୍ତି

ସୁନ୍ଦରଗଡ଼ ଜିଲ୍ଲା ଜକେଇକଳା ଗାଁରେ ହାତୀଙ୍କୁ ସ୍ଥାନାନ୍ତର ଦାବିରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ଉଚିତ୍ କ୍ଷତିପୂରଣ ଦାବି ସହ ହାତୀକୁ ଯଥାଶୀଘ୍ର ସ୍ଥାନାନ୍ତର ଦାବି କରି ନିଆଁ ଜାଳି ରାସ୍ତା ଅବରୋଧ କରିଛନ୍ତି ।

ସୁନ୍ଦରଗଡ଼ (କେନ୍ୟୁଜ)  :  ସୁନ୍ଦରଗଡ଼ ଜିଲ୍ଲା ଜକେଇକଳା ଗାଁରେ ହାତୀଙ୍କୁ ସ୍ଥାନାନ୍ତର ଦାବିରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ଆଜି ଭୋରରେ ଖାଦ୍ୟ ଅନ୍ୱେଷଣରେ ଦୁଇ ଦନ୍ତାହାତୀ ଆସି ଅସାଢୁ କିସାନଙ୍କ ଝିଅ ଘରେ ଶୋଇଥିବା ବେଳେ ଦୁଇଟି ଦନ୍ତା ଘର ଭାଙ୍ଗିଥିଲେ । ଚିତ୍କାର କରିବାରୁ ଘଟଣାସ୍ଥଳରୁ ହାତୀ ପଳାଇଥିଲେ । ଉଚିତ୍ କ୍ଷତିପୂରଣ ଦାବି ସହ ହାତୀକୁ ଯଥାଶୀଘ୍ର ସ୍ଥାନାନ୍ତର ଦାବି କରି ନିଆଁ ଜାଳି ରାସ୍ତା ଅବରୋଧ କରିଛନ୍ତି ।

କ୍ଷତିଗ୍ରସ୍ତ ପରିବାର ଓ ଗ୍ରାମବାସୀ । ଫଳରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଯେ ପର୍ଯ୍ୟନ୍ତ ବନ କର୍ମଚାରୀ ହାତୀକୁ ନ ଘୋଡାଇଛନ୍ତି, ସେ ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ବଣାଇ ରେଞ୍ଜର ଧରଣୀ ଧର ପାଲି, ତଳିତା ସେକ୍ସନର ସିଂଟୋଲ୍ଲା, ଦେଓଗାଁ, ଜୀବିକା, ତଳିତା, ଜକେଇକଳା, ନୂଆପାଲି ସମତେ ପ୍ରାୟ ୨୦ ରୁ ଉର୍ଦ୍ଧ୍ୱ ଗାଁରେ ପ୍ରାୟ ମାସେ ହେବ ଦୁଇଟି ଦନ୍ତାହାତୀ ଉତ୍ପାତ ଚଳାଇଛନ୍ତି । ଗାଁରେ ପଶି ଘର ଭାଙ୍ଗିବା ସହ ଧାନ ଖାଇ ଫସଲ ଦଳିଚକଟି ନଷ୍ଟ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.