୧୫ କିଲୋ ଖବର କାଗଜକୁ ନେଇ ପ୍ରସ୍ତୁତ କଲେ ରାମ ମନ୍ଦିର ମଡେଲ, ଇଣ୍ଡିଆ ବୁକ୍‌ ଅଫ ରେକର୍ଡ ସାମିଲା ହେଲା ନାଁ

ମୁଜାଫରନଗର ଜିଲ୍ଲାର ଛାତ୍ର ତୁଷାର ଶର୍ମା ଖବରକାଗଜକୁ ନେଇ ରାମ ମନ୍ଦିରର ଏକ ବିଶେଷ ମଡେଲ ପ୍ରସ୍ତୁତ କରିଛନ୍ତି । ଯାହା ସମସ୍ତଙ୍କୁ ଆକର୍ଷିତ କରୁଛି । ଗାନ୍ଧୀ କଲୋନୀର ବାସିନ୍ଦା ବି.କମ୍ ଛାତ୍ର ତୁଷାର ଏହି ମନ୍ଦିର ପ୍ରସ୍ତୁତ କରିବା ପାଇଁ ଖବରକାଗଜରେ ପ୍ରାୟ ୮୦୦୦ ବାଡ଼ି ବ୍ୟବହାର କରିଛନ୍ତି ।

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଆଉ ଦିନ କେଇଟା ବାକି ରହିଲା । ଯେଉଁଥିପାଇଁ ସମଗ୍ର ଦେଶରେ ଉତ୍ସାହ ଦେଖାଯାଉଛି । ଏନେଇ ବିଭିନ୍ନ ସ୍ଥାନରୁ ଶ୍ରୀରାମଙ୍କ ପାଇଁ ଉପହାର ଆସୁଛି । କିଏ ସୁନାର ଉପହାର ଦେଉଛି ତ କିଏ ରୂପାର ଉପହାର ଦେଉଛି । ସମସ୍ତେ ଭିନ୍ନ ଢଙ୍ଗରେ ରାମଲଲାଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତ ହେଉଛନ୍ତି । ସମାନ ଭାବେ ଜଣେ ଛାତ୍ର ରାମ ମନ୍ଦିରର ଏକ ମଡେଲ ପ୍ରସ୍ତୁତ କରିଛନ୍ତି, ଯାହା ଇଣ୍ଡିଆ ବୁକ୍‌ ଅଫ ରେକର୍ଡରେ ସ୍ଥାନ ପାଇଛି । କାରଣ ଏହି ମଡେଲ ଯେଉଁ ଜିନିଷରେ ତିଆରି ହୋଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ମୁଜାଫରନଗର ଜିଲ୍ଲାର ଛାତ୍ର ତୁଷାର ଶର୍ମା ଖବରକାଗଜକୁ ନେଇ ରାମ ମନ୍ଦିରର ଏକ ବିଶେଷ ମଡେଲ ପ୍ରସ୍ତୁତ କରିଛନ୍ତି । ଯାହା ସମସ୍ତଙ୍କୁ ଆକର୍ଷିତ କରୁଛି । ଗାନ୍ଧୀ କଲୋନୀର ବାସିନ୍ଦା ବି.କମ୍ ଛାତ୍ର ତୁଷାର ଏହି ମନ୍ଦିର ପ୍ରସ୍ତୁତ କରିବା ପାଇଁ ଖବରକାଗଜରେ ପ୍ରାୟ ୮୦୦୦ ବାଡ଼ି ବ୍ୟବହାର କରିଛନ୍ତି । ୪ ମାସର କଠିନ ପରିଶ୍ରମ ପରେ ସେ ରାମ ମନ୍ଦିରର ଏହି ମଡେଲକୁ ପ୍ରସ୍ତୁତ କରିଛନ୍ତି । ଖୁବ ମନଲୋଭା ହୋଇଛି ଏହି ମଡେଲ ।

ବ୍ୟବହାର ହେଉନଥିବା ଖବରକାଗଜକୁ ରିସାଇକେଲ କରି ତୁଷାର ଏହି ମଡେଲଟି ତିଆରି କରିଛନ୍ତି । ଲକଡାଉନ ସମୟରୁ ହିଁ ସେ ରାମ ମନ୍ଦିରର ମଡେଲ ପ୍ରସ୍ତୁତ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ସେ ଏଥିରେ ୮୦୦୦ ବାଡି ଯୋଡ଼ି ଏହି ମଡେଲ ନିର୍ମାଣ କରିଛନ୍ତି ଏବଂ ଏହା ତାଙ୍କର ସବୁଠାରୁ ବଡ ମଡେଲ୍ । ତାଙ୍କର ଏହି ମଡେଲ ଏତେ ସୁନ୍ଦର ହୋଇଛି ଯେ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି ।

ତୁଷାର ଶର୍ମା କହିଛନ୍ତି ଯେ ରାମ ମନ୍ଦିରର ମଡେଲ ତିଆରି କରିବା ପାଇଁ ସେ ପ୍ରାୟ ୧୫ କିଲୋଗ୍ରାମ ଖବରକାଗଜ ସଂଗ୍ରହ କରିଥିଲେ । ଏହା ପରେ ଖବରକାଗଜ ପୃଷ୍ଠାରୁ ଆଠ ହଜାର ବାଡ଼ି ତିଆରି କରିଥିଲେ, ଯାହାକୁ ଫେଭିକଲ ସାହାଯ୍ୟରେ ଯୋଡ଼ିଥିଲେ । ପୁରା ମନ୍ଦିରର ମଡେଲ ତିଆରି କରିବାକୁ ତାଙ୍କୁ ଚାରି ମାସ ସମୟ ଲାଗିଥିଲା । ତାଙ୍କର ଏହି ମଡେଲ ଦେଖିବା ପରେ ସମସ୍ତଙ୍କ ଆଖି ଲାଖି ରହି ଯାଉଛି । କାରଣ ଏହା ଖୁବ ଚମତ୍କାର ଭାବେ ପ୍ରସ୍ତୁତ ହୋଇଛି । ଏହି ମଡେଲ ଯୁବପିଢ଼ିମାନଙ୍କ ପାଇଁ ଉଦାହରଣ ପାଲଟିଛି ।

ଗାନ୍ଧୀ କଲୋନୀର ବାସିନ୍ଦା ତୁଷାର ଶର୍ମାଙ୍କ ଦ୍ୱାରା ପ୍ରସ୍ତୁତ ମଡେଲ ଅଯୋଧ୍ୟାରେ ନିର୍ମିତ ହେଉଥିବା ରାମ ମନ୍ଦିରର ଅପରୂପ ବୋଲି ଜଣା ପଡ଼ିଛି । ତୁଷାର ପୂର୍ବରୁ ଅନେକ ମଡେଲ ତିଆରି କରିସାରିଛନ୍ତି, ଯେଉଁଥିପାଇଁ ତାଙ୍କ ନାମ ଶ୍ରେଷ୍ଠ ୧୦୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛି । ଏକ୍ସିଲେଣ୍ଟ ଅନ୍‌ ୱାର୍ଲ୍ଡ ଷ୍ଟେଜ୍ ୨୦୨୨ ତଥା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ତାଙ୍କ ନାମ ସାମିଲ ରହିଛି । ଗତ ତିନିବର୍ଷ ମଧ୍ୟରେ ତୁଷାର ଇଣ୍ଡିଆ ଗେଟ୍, ଲାଲ କୀଲ୍ଲା, ହ୍ଵାଇଟ୍‌ ହାଉସ୍, ଗୋଲ୍ଡେନ୍‌ ଟେମ୍ପଲ୍‌, ବଦ୍ରିନାଥ ଧାମ, କେଦାରନାଥ ଧାମ, ଶିବଲିଙ୍ଗ ଇତ୍ୟାଦିର ଫଟୋ ସହ ମଡେଲ ମଧ୍ୟ ପ୍ରସ୍ତୁତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.