Below header

ବିଲ୍‌କିସ ବାନୋ ମାମଲା: ସମସ୍ତ ୧୧ ଦୋଷୀ ପୁଣି ଯିବେ ଜେଲ୍‌, ସୁପ୍ରିମକୋର୍ଟ ରଦ୍ଦ କଲେ ସରକାରଙ୍କ ମୁକ୍ତି ଆଦେଶ

୧୧ ଦୋଷୀଙ୍କ ମୁକ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବିଲକିସ ବାନୋ । ଆଜି ଏହାର ରାୟ ଶୁଣାଇଛନ୍ତି କୋର୍ଟ । ଦୋଷୀଙ୍କୁ ମୁକ୍ତ କରିବା ପାଇଁ ଗୁଜରାଟ ସରକାର ସମର୍ଥ ନୁହନ୍ତି ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।

ବହୁଚର୍ଚ୍ଚିତ ଗୁଜରାଟର ବିଲ୍‌କିସ ବାନୋ ମାମଲାରେ ସମସ୍ତ ଦୁଷ୍କର୍ମକାରୀଙ୍କ ମୁକ୍ତି ଆଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ । ବିଲକିସ୍ ବାନୋଙ୍କୁ ଗଣଦୁଷ୍କର୍ମ ଓ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ମାମଲାରେ ସଜା କାଟୁଥିବା ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିଥିଲେ ଗୁଜରାଟ ସରକାର । ୨୦୦୨ ଗୁଜରାଟ ଦଙ୍ଗା ବେଳେ ଏମାନେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରିବା ସହ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିଥିଲେ । ଏହି ଦୋଷୀମାନଙ୍କୁ ୨୦୨୨ ଅଗଷ୍ଟ ୧୫ରେ ଗୁଜରାଟ ସରକାର ମୁକ୍ତ କରିଥିଲେ ।

ସେପଟେ ୧୧ ଦୋଷୀଙ୍କ ମୁକ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବିଲକିସ ବାନୋ । ଆଜି ଏହାର ରାୟ ଶୁଣାଇଛନ୍ତି କୋର୍ଟ । ଦୋଷୀଙ୍କୁ ମୁକ୍ତ କରିବା ପାଇଁ ଗୁଜରାଟ ସରକାର ସମର୍ଥ ନୁହନ୍ତି ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ମୁକ୍ତି ପାଇଁ ଏମାନେ ଯୋଗ୍ୟ ନୁହନ୍ତି ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

କୋର୍ଟ କହିଛନ୍ତି, ‘ମହିଳା ସମ୍ମାନର ଯୋଗ୍ୟ । ରାଜ୍ୟ ଏହି ପ୍ରକାରର ନିର୍ଣ୍ଣୟ ନେବା ପାଇଁ ସକ୍ଷମ ନୁହେଁ’ । ଜଷ୍ଟିସ୍‌ ବିଭି ନାଗରଥାନା ଓ ଉଜ୍ଜଲ ଭୂୟାଁଙ୍କ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ବେଞ୍ଚ କହିଛନ୍ତି ଯେ ୧୧ ଦୋଷୀଙ୍କ ଶୀଘ୍ର ମୁକ୍ତିକୁ ଚ୍ୟାଲେଞ୍ଜ ଦେଇଥିବା ବିଲ୍‌କିସ ବାନୋଙ୍କ ଆବେଦନ ବୈଧ । ସୁପ୍ରିମକୋର୍ଟଙ୍କ କହିବା ହେଲା, ଉଭୟ ରାଜ୍ୟ (ମହାରାଷ୍ଟ୍ର ଓ ଗୁଜରାଟ)ର ନିମ୍ନ ଅଦାଲତ ଏବଂ ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି । ତେଣୁ ଏଥିରେ କୌଣସି ପ୍ରକାରର ହସ୍ତକ୍ଷେପର ଆବଶ୍ୟକତା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.