‘ଗୁଣ୍ଟୁର କାରମ’ର ଟ୍ରେଲର ରିଲିଜ୍, ଖୁବ୍ଶୀଘ୍ର ମୁକ୍ତିଲାଭ କରିବ ଫିଲ୍ମ
ମହେଶ ବାବୁଙ୍କ ବୁହୁ ଚର୍ଚ୍ଚିତ ଫିଲ୍ମ ‘ଗୁଣ୍ଟୁର କାରମ’ ର ଟ୍ରେଲର ରିଲିଜ୍ ହୋଇଛି । ତେବେ ଟ୍ରେଲରରେ ମହେଶ ବାବୁଙ୍କ ଦମ୍ଦାର ଆକ୍ସନ୍, ଡ୍ୟାସିଂ ଲୁକ୍ ଓ ଧାସୁ ଏନର୍ଜି ଲୋକଙ୍କ ମନ ଜିତିଛି । ଏହା ସହ ମହେଶ ବାବୁଙ୍କ ଏହି ଫିଲ୍ମ ପାଇଁ ଦର୍ଶକ ବହୁତ ସମୟ ଧରି ଅପେକ୍ଷା କରିଛନ୍ତି ।

ସାଉଥ୍ ସୁପରଷ୍ଟାର ମହେଶ ବାବୁଙ୍କ ବୁହୁ ଚର୍ଚ୍ଚିତ ଫିଲ୍ମ ‘ଗୁଣ୍ଟୁର କାରମ’ ର ଟ୍ରେଲର ରିଲିଜ୍ ହୋଇଛି । ତେବେ ଟ୍ରେଲରରେ ମହେଶ ବାବୁଙ୍କ ଦମ୍ଦାର ଆକ୍ସନ୍, ଡ୍ୟାସିଂ ଲୁକ୍ ଓ ଧାସୁ ଏନର୍ଜି ଲୋକଙ୍କ ମନ ଜିତିଛି । ଏହା ସହ ମହେଶ ବାବୁଙ୍କ ଏହି ଫିଲ୍ମ ପାଇଁ ଦର୍ଶକ ବହୁତ ସମୟ ଧରି ଅପେକ୍ଷା କରିଛନ୍ତି । ଏପରି ଭାବେ ଶେଷ ଥର ପାଇଁ ମହେଶ ବାବୁ ୨୦୨୨ରେ ତାଙ୍କ ଫିଲ୍ମ ‘ସରକାରୁ ଭାରୀ ପଟ୍ଟା’ରେ ନଜର ଆସିଥିଲେ । ତେବେ ୨୦୨୩ ମସିହାରେ ଅଭିନେତାଙ୍କର କୌଣସି ଫିଲ୍ମ ସିନେମା ହଲ୍ରେ ରିଲିଜ୍ ହୋଇନଥିଲା । ଏଭଳି ପରିସ୍ଥିତିରେ ଫ୍ୟାନ୍ସ ଉତ୍ସାହର ସହିତ ‘ଗୁଣ୍ଟୁର କାରମ’ କୁ ଅପେକ୍ଷା କରିଛନ୍ତି । ‘ଗୁଣ୍ଟୁର କାରମ’ ର ଟ୍ରେଲର ରିଲିଜ୍ ହେବା ପରେ ସମସ୍ତଙ୍କୁ ବହୁତ ପସନ୍ଦ ଆସିଛି । ମହେଶ ବାବୁ ଏହି ଫିଲ୍ମରେ ରମଣ ରେଡ୍ଡୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମରେ ମହେଶ ବାବୁ ଏବଂ ଶ୍ରୀଲେଲାଙ୍କ ଏକ ଭିନ୍ନ ଏବଂ ରୋମାଣ୍ଟିକ କେମେଷ୍ଟ୍ରି ଦେଖିବାକୁ ମିଳିବାକୁ ଯାଉଛି ।
ତ୍ରିବିକ୍ରମ ଶ୍ରୀନିବାସଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗୁଣ୍ଟୁର କାରମ’ ରେ ମହେଶ ବାବୁ ମୁଖ୍ୟ ଭୂମିକାରେ ନଜର ଆସିଥିବାବେଳେ ମୀନାକ୍ଷୀ ଚୌଧୁରୀ ମଧ୍ୟ ଶ୍ରୀଲେଲାଙ୍କ ସହ ଏକ ମୁଖ୍ୟ ଭୂମିକାରେ ନଜର ଆସିବେ । ସୂଚନା ମୁତାବକ, ଫିଲ୍ମର ଆରମ୍ଭରେ ପୂଜା ହେଗଡେ ଶ୍ରୀଲେଲାଙ୍କ ଚରିତ୍ର ପାଇଁ ମନୋନୀତ ହୋଇଥିଲେ । ତେବେ କୌଣସି କାରଣରୁ ପୂଜା ଏହି ଫିଲ୍ମ କରିନାହାନ୍ତି । ଯାହଫଳରେ ଫିଲ୍ମସ୍କ୍ରିପ୍ଟରେ ବଡ଼ ପରିବର୍ତ୍ତନ କରାଯାଇଥିଲା ଏବଂ ଫିଲ୍ମର କିଛି ସୁଟିଂ ଆଉଥରେ ମଧ୍ୟ କରିବାକୁ ପଡିଥିଲା ।
ତେବେ ଏହି ଫିଲ୍ମଟି ଜାନୁଆରୀ ୧୨ ରେ ସିନେମା ଘରେ ମୁକ୍ତିଲାଭ କରିବ । ଏହା ସହ ଏପରି ମଧ୍ୟ କିଛି ସୂଚନା ରହିଛି ଏହି ଫିଲ୍ମ ରିଲିଜ୍ର ପରଦିନ ଅର୍ଥାତ୍ ଜାନୁୟାରୀ ୧୩ ରେ ଭେଙ୍କଟେଶଙ୍କ ଫିଲ୍ମ ‘ସାଧବ’ଏବଂ ଜାନୁଆରୀ ୧୪ ରେ ନାଗାର୍ଜୁନଙ୍କ ଫିଲ୍ମ ‘ନା ସାମି ରଙ୍ଗା’ ରିଲିଜ୍ ହେବା ସହ ତେଜା ସାଜାଙ୍କ ଫିଲ୍ମ ‘ହନୁମାନ’ ମଧ୍ୟ ରିଲିଜ୍ ହେବ । ଏଭଳି ପରିସ୍ଥିତିରେ ଫିଲ୍ମର ବିଜ୍ନେସ କିଛି ମାତ୍ରାରେ ପ୍ରଭାବିତ ହୋଇପାରେ । ଏବେ ଦେଖିବାର ଅଛି ଏହି ସବୁ ଫିଲ୍ମ ମଧ୍ୟରୁ କେଉଁ ଫିଲ୍ମଟି ଭଲ ଇନ୍କମ କରିବ ।