ମାଳଦ୍ବୀପ ହାଇକମିଶନରଙ୍କୁ ସମନ, ଫ୍ଲାଇଟ ବୁକିଂ ରଦ୍ଦ କଲା EaseMyTrip

ମାଳଦ୍ବୀପ ହାଇକମିଶନରଙ୍କୁ ସମନ କରିଛି ଭାରତ ବୈଦେଶିକ ମନ୍ତ୍ରାଳୟ । ସମନ ପରେ ଦିଲ୍ଲୀସ୍ଥିତ ସାଉଥ ବ୍ଲକରେ ମାଳଦ୍ବୀପ ହାଇକମିଶନର ଇବ୍ରାହିମ ସାହିବ ପହଞ୍ଚିଛନ୍ତି । ଏସବୁ ଭିତରେ ଭାରତରୁ -ମାଳଦ୍ବୀପ ପାଇଁ ହୋଇଥିବା ଫ୍ଲାଇଟ ବୁକିଂଙ୍କୁ ରଦ୍ଦ କରିଛି ଇଜ ମାଇ ଟ୍ରିପ ।

ଲାକ୍ଷାଦ୍ୱୀପକୁ ନେଇ ତେଜିଲା ମାଳଦ୍ବୀପ ଝଡ । ବିବାଦ ମଧ୍ୟରେ ମାଳଦ୍ବୀପ ହାଇକମିଶନରଙ୍କୁ ସମନ କରିଛି ଭାରତ ବୈଦେଶିକ ମନ୍ତ୍ରାଳୟ । ସମନ ପରେ ଦିଲ୍ଲୀସ୍ଥିତ ସାଉଥ ବ୍ଲକରେ ମାଳଦ୍ବୀପ ହାଇକମିଶନର ଇବ୍ରାହିମ ସାହିବ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାଳଦ୍ବୀପର ୩ ଜଣ ମନ୍ତ୍ରୀଙ୍କ ଆପେକ୍ଷ ପ୍ରସଙ୍ଗରେ ସମନ ହୋଇଥିବା ସୂଚନା କରିଛି । ମୋଦିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ମାଳଦ୍ୱୀପର ତିନି ମନ୍ତ୍ରୀ ପଦ ହରାଇଛନ୍ତି ।


ଏପଟେ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଛି ବୟକଟ୍ ମାଳଦ୍ବୀପ । ଏସବୁ ଭିତରେ ଭାରତରୁ -ମାଳଦ୍ବୀପ ପାଇଁ ହୋଇଥିବା ଫ୍ଲାଇଟ ବୁକିଂଙ୍କୁ ରଦ୍ଦ କରିଛି ଇଜ ମାଇ ଟ୍ରିପ । ପ୍ରତିବର୍ଷ ଭାରତରୁ ଲକ୍ଷାଧିକ ପର୍ଯ୍ୟଟକ ମାଳଦ୍ବୀପ ଯାଆନ୍ତି । ସିଇଓ ନିଶାନ୍ତ ପଟ୍ଟି ସୂଚନା ଦେଇ କହିଛନ୍ତି, ଦେଶର ଏକତାରେ ସାମିଲ ହୋଇ (EaseMyTrip) ପକ୍ଷରୁ ମାଳଦ୍ୱୀପକୁ ଯାଉଥିବା ସବୁ ଫ୍ଲାଇଟ୍‌ ବୁକିଂକୁ ବାତିଲ କରି ଦିଆଯାଇଛି।

ସେପଟେ ମାଳଦ୍ବୀପ ରାଷ୍ଟ୍ରପତି ଚୀନ ଗ୍ରସ୍ତ କରିଛନ୍ତି । ଫଳରେ ଭାରତ ଓ ମାଳଦ୍ବୀପ ମଧ୍ୟରେ କୂଟନୈତିକ ସଂପର୍କ ଉପରେ ପ୍ରଭାବ ପଡିବ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ନେଇ ଆରମ୍ଭ ପର୍ଯ୍ୟଟନ ବିବାଦ କ୍ରମେ କୂଟନୈତିକ ବିବାଦ ଆଡକୁ ମୁହାଁଉଛି ।

ମାଳଦ୍ବୀପର ମହିଳା ମନ୍ତ୍ରୀ ମରିୟମ୍‌ ଶିଉନା ପିଏମ୍‌ ମୋଦିଙ୍କୁ ନେଇ ସୋସିଆଲ ମିଡିଆରେ ବିବାଦୀୟ ଟିପ୍ପଣୀ କରିଥିଲେ । ମାଳଦ୍ବୀପର ମହମ୍ମଦ ମୁଇଜ୍ଜୁ ସରକାରଙ୍କ ସାମ୍ନାରେ ଭାରତ ଏହି ପ୍ରସଙ୍ଗ ଉଠାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.