କଟକରେ ପେଟ୍ରୋଲ ଅଭାବରୁ କଳାବଜାରୀ, ଲିଟର ପିଛା ୧୫୦ ଟଙ୍କାରେ ବିକ୍ରି

କଟକର ଖାନ୍ ନଗର ପେଟ୍ରୋଲ ପମ୍ପରେ ପେଟ୍ରୋଲ ସରିଯାଇଥିବା ବେଳେ ଅନେକ ଲୋକ ହଇରାଣ ହେଉଥିବା ଦେଖିବାକୁ ମିଳିଛି । ସାଧାରଣ ଲୋକ ଲିଟର ପିଛା ୧୪୦ରୁ ୧୫୦ ଟଙ୍କା ଦେଇ ପେଟ୍ରୋଲ ଲୋକ ଗାଡିରେ ପକାଉଛନ୍ତି ।

କଟକ (କେନ୍ୟୁଜ) : କଟକର କିଛି ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ସରିଯାଇଥିବା ବେଳେ ଡିଜେଲ ଉପଲବ୍ଧ ଅଛି । ଖାନ୍ ନଗର ପେଟ୍ରୋଲ ପମ୍ପରେ ପେଟ୍ରୋଲ ସରିଯାଇଥିବା ବେଳେ ଅନେକ ଲୋକ ହଇରାଣ ହେଉଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ପେଟ୍ରୋଲ କଳା ବଜାରୀ ମଧ୍ୟ ଦେଖିବାକୁ ମିଳିଛି । ସାଧାରଣ ଲୋକ ଲିଟର ପିଛା ୧୪୦ରୁ ୧୫୦ ଟଙ୍କା ଦେଇ ପେଟ୍ରୋଲ ଲୋକ ଗାଡିରେ ପକାଉଛନ୍ତି ।

ହିଟ ଆଣ୍ଡ ରନ ଆଇନ ପ୍ରତ୍ୟାହାର ଦାବିରେ ଓଡ଼ିଶା ପରିବହନ ଶ୍ରମିକ ମହାସଂଘର ଆନ୍ଦୋଳନ । ତେବେ ଏହି ବନ୍ଦ ଡାକରାକୁ ସମର୍ଥନ କରୁନାହାଁନ୍ତି ରାଜ୍ୟ ବସ ଓ ଟ୍ରକ ମାଲିକ ମହାସଂଘ ।  ତେବେ ରାଜ୍ୟର କିଛି ସ୍ଥାନରେ ବସ୍ ଓ ଟ୍ରକ ଚଳାଚଳ ସ୍ୱାଭାବିକ ରହିଥିବାବେଳେ କିଛି ସ୍ଥାନରେ ପ୍ରଭାବିତ ହୋଇଛି ।  ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପଟେ ଟାଙ୍କିରେ ତେଲ ସରିବା ଆଶଙ୍କା ବଢିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.