ବାଂଲାଦେଶରେ ପୁଣି ପ୍ରଧାନମନ୍ତ୍ରୀ ହେବେ ଶେଖ ହାସିନା, ୫ମ ଥର ପାଇଁ ହେବେ PM

ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ପଦର ଶପଥ ନେବାକୁ ପ୍ରସ୍ତୁତ ହେଉଛନ୍ତି ଆୱାମୀ ଲିଗ୍ ନେତ୍ରୀ ତଥା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା । ୨୯୯ ଆସନ ମଧ୍ୟରୁ ଶେଖ ହାସିନାଙ୍କ ଆୱାମୀ ଲିଗ୍ ଦଳ ୧୭୯ରୁ ଅଧିକ ଆସନରେ ବିଜୟୀ ହୋଇଛି । ସ୍ବାଧୀନ ଦଳ ୫୦ ସିଟରେ ବାଜି ମାରିଛି ।

ବାଂଲାଦେଶରେ ପୁଣି ପ୍ରଧାନମନ୍ତ୍ରୀ ହେବେ ଶେଖ ହାସିନା । ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି ଆୱାମୀ ଲିଗ୍ । ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ପଦର ଶପଥ ନେବାକୁ ପ୍ରସ୍ତୁତ ହେଉଛନ୍ତି ଆୱାମୀ ଲିଗ୍ ନେତ୍ରୀ ତଥା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ।

୨୯୯ ଆସନ ମଧ୍ୟରୁ ଶେଖ ହାସିନାଙ୍କ ଆୱାମୀ ଲିଗ୍ ଦଳ ୧୭୯ରୁ ଅଧିକ ଆସନରେ ବିଜୟୀ ହୋଇଛି । ସ୍ବାଧୀନ ଦଳ ୫୦ ସିଟରେ ବାଜି ମାରିଛି । ସେହିପରି ଜାଟିଆ ପାର୍ଟି ୧୧ ଆସନରେ ବିଜୟୀ ହୋଇଛି । ଦେଶର ପ୍ରମୁଖ ବିରୋଧୀ ଦଳ ବାଂଲାଦେଶ ନାସନାଲିଷ୍ଟ ପାର୍ଟି-BNP ନିର୍ବାଚନକୁ ବୟକଟ୍ କରିଥିଲା । ନିର୍ବାଚନରେ ୨୭ଟି ରାଜନୈତିକ ଦଳର ୧୮ଶହରୁ ଅଧିକ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ ।

ଶେଖ ହାସିନାଙ୍କ ବିଜୟ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ । ହସିନା ଭାରତର ଦୃଢ ସମର୍ଥକ । ବିଜୟ ପରେ ଶେଖ ହସିନା ଭାରତକୁ ପ୍ରଶଂସା କରିବା ସହ ଭରସାଯୋଗ୍ୟ ବନ୍ଧୁ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.