ଭାରସାମ୍ୟ ହରାଇ ରାସ୍ତାରୁ ଦଶ ଫୁଟ ତଳକୁ ଖସିଲା ଅଟୋ, ଜଣେ ମୃତ

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଲୁଗୁମ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାରୁ ଦଶ ଫୁଟ ତଳକୁ ଖସିଲା ଅଟୋ । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥବା ବେଳେ ଜଣେ ଗୁରୁତର ଅଛନ୍ତି ।

କୋରାପୁଟ (କେନ୍ୟୁଜ) : ଦଶ ଫୁଟ ତଳକୁ ଓଲଟିଲା ଅଟୋ । ଅଟୋ ଓଲଟି ଜଣଙ୍କର ମୃତ୍ୟୁ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଲୁଗୁମ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାରୁ ଦଶ ଫୁଟ ତଳକୁ ଖସିଲା ଅଟୋ । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥବା ବେଳେ ଜଣେ ଗୁରୁତର ଅଛନ୍ତି ।

ମୃତ ବ୍ୟକ୍ତି ଜଣକ ଲୁଗୁମ ଗାଁର ସଦା ଶିସା । ଗତକାଲି ଯଲାପୁଟ ହାଟକୁ ଯାଇ ପିପଳି ବିକ୍ରି କରି ଘରକୁ ଫେରୁଥିବା ବେଳେ ବିଲମ୍ବିତ ରାତିରେ ଘଟିଥିଲା ଦୁର୍ଘଟଣା । ଘଟଣାସ୍ଥଳରେ ଲମତାପୁଟ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.