Below header

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଲେ ବିଜେଡି ନେତା ତଥା ଓଲିଉଡ୍ ଷ୍ଟାର ଅରିନ୍ଦମ

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଲେ ବିଜେଡି ନେତା ତଥା ଓଲିଉଡ୍ ଷ୍ଟାର ଅରିନ୍ଦମ ରାୟ । ଅରିନ୍ଦମ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧବଳେଶ୍ବରରେ ଭେଟିବା ଓ ରୁଦ୍ଧଦ୍ବାର ବୈଠକରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ହେବାରେ ଲାଗିଛି ।

କଟକ (କେନ୍ୟୁଜ) : ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଲେ ବିଜେଡି ନେତା ତଥା ଓଲିଉଡ୍ ଷ୍ଟାର ଅରିନ୍ଦମ ରାୟ । ଅରିନ୍ଦମ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧବଳେଶ୍ବରରେ ଭେଟିବା ଓ ରୁଦ୍ଧଦ୍ବାର ବୈଠକରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ହେବାରେ ଲାଗିଛି ।

କଟକର କୌଣସି ଆସନରୁ ଅରିନ୍ଦମ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି  । ୨୦୧୯ ନିର୍ବାଚନ ସମୟରୁ ଚର୍ଚ୍ଚା ହୋଇ ଆସୁଥିବା ବେଳେ ଏବେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ରାଜନୈତିକ ଆଲୋଚନାର ଖୋରାକ ଯୋଗାଇଛି ।  ଅରିନ୍ଦମଙ୍କ ମନରେ ଦୀର୍ଘ ଦିନ ହେବ ଅଭିମାନ ରହି ଆସିଥିବା ଚର୍ଚ୍ଚା ହୋଇ ଆସୁଛି । ରେଳମନ୍ତ୍ରୀ ଅଶ୍ବିନୀ ବେଷ୍ଣବଙ୍କୁ ଭେଟିବାର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଏ ନେଇ ଅରିନ୍ଦମ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.