ବେଲପାହାଡ଼ ଗୌରପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ମୃତ

ବାଇକକୁ ପିଟିଲା ଅଜଣା ଗାଡ଼ି । ଚାଲିଗଲା ୩ ଜୀବନ । ବାଇକ ଆରୋହୀଙ୍କୁ ଧକ୍କା ଦେଇଥିବା ଗାଡିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ତେବେ ତିନି ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

ଝାରସୁଗୁଡ଼ା (କେନ୍ୟୁଜ) : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ । ବାଇକକୁ ପିଟିଲା ଅଜଣା ଗାଡ଼ି । ଝାରସୁଗୁଡ଼ା ବେଲପାହାଡ଼ ଗୌରପଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି । ବେଲପାହାଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଜାତୀୟ ରାଜପଥ ୪୯ରେ ଏହି ଦୁର୍ଘଟଣା ଘଟିଛି । ବାଇକ ଆରୋହୀଙ୍କୁ ଧକ୍କା ଦେଇଥିବା ଗାଡିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ତେବେ ତିନି ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.