Below header

ପକ୍ଷୀ ପ୍ରେମରେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ, ଭାଇରାଲ୍ ହେଉଛି ଭିଡିଓ

ରାଜା ପୁଅଙ୍କ ପକ୍ଷୀ ପ୍ରୀତି । ବଲାଙ୍ଗିରର ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ ଏବେ ପକ୍ଷୀ ପ୍ରେମରେ ପଡିଛନ୍ତି । ଏପରି ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ବଲାଙ୍ଗିର(କେନ୍ୟୁଜ) : ଆପଣ ପଶୁପକ୍ଷୀଙ୍କୁ କେତେ ଭଲ ପାଆନ୍ତି। ଆପଣ ମାନଙ୍କ ଭିତରୁ ଅନେକ ଜଣ ଥିବେ ଯେଉଁମାନେ ପଶୁ ପକ୍ଷୀ ପ୍ରେମୀ ଥିବେ। ତେବେ ଆମ ସମାଜରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁ ମାନେ ଘରେ ପଶୁମାନଙ୍କୁ ପାଳିବା ପାଇଁ ପସନ୍ଦ କରନ୍ତି । ପ୍ରାୟତଃ ଆପଣ ଦେଖିଥିବେ ଯେ ଲୋକମାନେ କୁକୁର, ବିଲେଇ କିମ୍ବା ପାରାକୁ ନିଜ ଘରେ ରଖିଥାନ୍ତି । ଏହା ସହ ସେହି ପଶୁମାନଙ୍କୁ ନିଜ ପରିବାରର ସଦସ୍ୟ ଭଳି ଲାଳନ ପାଳନ କରନ୍ତି।

ତେବେ ଏସବୁ ଭିତରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ରାଜା ପୁଅଙ୍କ ପକ୍ଷୀ ପ୍ରୀତି ଦେଖିବାକୁ ମିଳିଛି । ବଲାଙ୍ଗିରର ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ ଏବେ ପକ୍ଷୀ ପ୍ରେମରେ ପଡିଛନ୍ତି । ଯାପରି ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଭିଡିଓଟିରେ ଦେଖିବାକୁ ମିଳିଛି ଯେ, କଳିକେଶ ରାତି ସମୟରେ ବଲାଙ୍ଗିର ସ୍ଥିତ ଶୈଳେଶ୍ରୀ ପ୍ୟାଲେସରେ ଏକ ପାରାକୁ ସେ ନିଜ କାନ୍ଧରେ ବସାଇ ବୁଲୁଥିବାର ଦେଖିବାକୁ ମିଳିଛି ।

ପାରାଟିକୁ ସେ ତାଙ୍କ କାନ୍ଧରେ ବସାଇ ଏକ ପାତ୍ରରେ କିଛି ଖାଇବା ରଖି ତାକୁ ଖୁଆଉଛନ୍ତି । ପାରାଟି ବି ଖୁବ୍ ଆନନ୍ଦରେ କାନ୍ଧ ଉପରେ ବସି ଖୁମ୍ପି ଖୁମ୍ପି ଖାଉଛି । ପାଖରେ ଉପସ୍ଥିତ କିଛି ଲୋକ ଏହି ଦୃଶ୍ୟକୁ ଉପଭୋଗ କରିବା ସହିତ ମୋବାଇଲରେ ଭିଡିଓ କରିଥିଲେ । ଯାହା ଏବେ ଭାଇରାଲ୍ ହେଉଛି ।

ତେବେ ବଲାଙ୍ଗିର ଜିଲ୍ଲାରେ ସବୁବେଳେ ଚର୍ଚ୍ଚାରେ ଥାଏ ରାଜାଘର । ରାଜନୀତିରୁ ଉର୍ଦ୍ଧ୍ୱରେ ରହି ରାଜଉଆସରେ ବିଭିନ୍ନ ସମୟରେ ବିଭିନ୍ନ ପର୍ବପର୍ବାଣିକୁ ଏଠାରେ ପାଳନ କରାଯାଏ । ତେବେ ରାଜା ପୁଅଙ୍କର ଏହି ପକ୍ଷୀ ପ୍ରେମ ଦେଖି ତାଙ୍କ ପ୍ରଶଂସକମାନେ ଭାରି ଖୁସି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.