ଉତ୍ତର ଭାରତରେ ଭୀଷଣ ଥଣ୍ଡା ସହ ଘନ କୁହୁଡ଼ି, ପଶ୍ଚିମା ଝଡ଼ ସମ୍ଭାବନା !

ଉତ୍ତର ଭାରତରେ ଶୀତ ଲହରୀ । ପାରଦ ଆହୁରି ଖସିବ । ଶୀତ ବଢ଼ିବା ସହ କୁହୁଡ଼ିର ଘନତା ବଢ଼ିବ । ଏହା ଭିତରେ ଉତ୍ତର ଏବଂ କେନ୍ଦ୍ରୀୟ ଭାରତର କିଛି ସ୍ଥାନରେ ପଶ୍ଚିମା ଝଡ଼ ପ୍ରଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ଉତ୍ତର ଭାରତରେ ହାଡ଼ଭଙ୍ଗା ଜାଡ଼ । ଭୀଷଣ ଥଣ୍ଡା ସହ ଘନ କୁହୁଡ଼ି । ଥରାଇ ଦେଉଛି ଶୀତ ଲହରୀ । ପାରଦ ଆହୁରି ଖସିବ । ଶୀତ ବଢ଼ିବା ସହ କୁହୁଡ଼ିର ଘନତା ବଢ଼ିବ । କମିବ ଦୃଶ୍ୟମାନ ଦୂରତା । ଏହା ଭିତରେ ଉତ୍ତର ଏବଂ କେନ୍ଦ୍ରୀୟ ଭାରତର କିଛି ସ୍ଥାନରେ ପଶ୍ଚିମା ଝଡ଼ ପ୍ରଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ଆଜି ଓ ଆସନ୍ତାକାଲି ବର୍ଷା ନେଇ ପୂର୍ବାନୁମାନ କରିଛି ଆଇଏମଡ଼ି । ପଶ୍ଚିମା ଝଡ଼ର ପ୍ରଭାବ ହଟିବା ପରେ ପରେ ବଢ଼ିବ ଶୀତ । ସର୍ବନିମ୍ନ ତାପମାତ୍ରା ଆହୁରି ଖସିବ । କାଶ୍ମୀରରେ ଡାଲ୍ ହ୍ରଦର ପାଣି ଆଂଶିକ ଭାବେ ବରଫ ପାଲଟି ଗଲାଣି । ଶୀତ ପାଇଁ ଉତ୍ତର ଭାରତରେ ସ୍ବାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ।

ଗତକାଲି ଉତ୍ତର ପ୍ରଦେଶର କିଛି ସ୍ଥାନରେ ୭ଡିଗ୍ରୀ ସେଲସିଅସକୁ ଖସିଥିଲା ପାରଦ । ଦିଲ୍ଲୀରେ ମଧ୍ୟ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି । ଶୀତ ଯୋଗୁଁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦିଲ୍ଲୀରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସେହିପରି ପଞ୍ଜାବରେ ମଧ୍ୟ ଜାନୁୟାରୀ ୧୪ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.