ଆତଙ୍କବାଦୀଙ୍କ ଅଭିନବ ଆକ୍ରମଣ, ତୈଳ କଂପାନୀ ଉପରେ ଡ୍ରୋନ ବ୍ୟବହାର କରି କଲେ ହମଲା୍
କେନ୍ୟୁଜ୍: ଆତଙ୍କବାଦୀଙ୍କ ଅଭିନବ ଆକ୍ରମଣ। ସାଉଦୀ ଆରବର ତୈଳ କଂପାନୀ ସାଉଦୀ ଆରାମକୋର ୨ଟି ୟୁନିଟ ଉପରେ ଡ୍ରୋନ ବ୍ୟବହାର କରି ଆକ୍ରମଣ କରାଯାଇଛି। ପୂର୍ବ ସାଉଦୀ ଆରବର ଆବାକ୍ୱେକ ଓ ଖୁରାଇସ ପ୍ଲାଣ୍ଟ ଉପରେ ଆକ୍ରମଣ ହୋଇଥିବା ସାଉଦୀ ଆଭ୍ୟନ୍ତରୀଣ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଛି। ତେବେ ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହିଁ। ଭୋର ପ୍ରାୟ ୪ଟା ବେଳେ ଆକ୍ରମଣ ହେବା ପରେ ତୈଳ ପ୍ଲାଣ୍ଟରେ ନିଆଁ ଲାଗିଯାଉଥିଲା। ପରେ ନିଆଁକୁ କାବୁ କରାଯାଇଥିଲା। ଗତମାସରେ ମଧ୍ୟ ଆରାମକୋର ସାୟବାହ ନାଚୁରାଲ ଗ୍ୟାସ କଂପାନୀରେ ୟେମେନର ହୁଥି ବିଦ୍ରୋହୀ ମାନେ ଆକ୍ରମଣ କରିଥିଲେ। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲା।