ମୟୂରଭଞ୍ଜ କରଞ୍ଜିଆରେ ହାତୀ ଆତଙ୍କ
ମୟୂରଭଞ୍ଜ(କେନ୍ୟୁଜ୍): ମୟୂରଭଞ୍ଜ କରଞ୍ଜିଆରେ ହାତୀ ଆତଙ୍କ। ୪ଟି ବ୍ଲକରେ ଗତ ୪୩ଦିନ ଧରି ହାତୀ ଉପଦ୍ରବ ଲାଗି ରହିଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ଜୁଲାଇ ୩୧ତାରିଖରୁ ଝାଡ଼ଖଣ୍ଡରୁ ୨୨ଟି ହାତୀ ଆସିବା ରହିଯାଇଛନ୍ତି। ଗତକାଲି ୨ଟି ଘର ଭାଙ୍ଗିବା ସହ ବହୁ ଫସଲ ନଷ୍ଟ କରିଛନ୍ତି। ଏପର୍ଯ୍ୟନ୍ତ ହାତୀ ଉପଦ୍ରବରେ ୬୦ରୁ ଅଧିକ ଘର ଭାଙ୍ଗିବା ସହ ଜଣକୁ ଦଳି ଦେଇଛନ୍ତି। ହାତୀପଲ ବର୍ତ୍ତମାନ ଦୁଧିଆଣି ରେଞ୍ଜର ବନ୍ଦା ଜଙ୍ଗଲରେ ଜମା ହୋଇଛନ୍ତି। ହାତୀପଲକୁ ଘଉଡ଼ାଇବା ପାଇଁ ବନବିଭାଗ ଉଦ୍ୟମ ଜାରି ରଖିଛି। ଗ୍ରାମବାସୀମାନେ ମଧ୍ୟ ନିଆଁ ଜାଳି ଜଗି ରହୁଛନ୍ତି। ହାତୀ ଉପଦ୍ରବ ପାଇଁ ୨୦୦ରୁ ଅଧିକ ଗାଁରେ ଆତଙ୍କ ଦେଖା ଦେଇଛି।