ରାଫେଲ ମାମଲାର ରିଭ୍ୟୁ ପିଟିସନକୁ ଖାରଜ କଲେ ସର୍ବୋଚ୍ଚ ନ୍ୟାୟାଳୟ, ରାହୁଲ ଗାନ୍ଧିଙ୍କ ଉପରେ ମାନହାନି ମାମଲାକୁ ବନ୍ଦ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ:ରାଫେଲ ମାମଲାର ରିଭ୍ୟୁ ପିଟିସନକୁ ଖାରଜ କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ୩୬ଟି ରାଫେଲ ଯୁଦ୍ଧ ବିମାନ କିଣାରେ ଆର୍ଥିକ ଅନିୟମିତତାର ତଦନ୍ତ କରିବାକୁ ହୋଇଥିବା ଏକାଧିକ ଆବେଦନକୁ ଖାରଜ କରି ଦେଇଛନ୍ତି ସାମ୍ବିଧାନିକ ଖଣ୍ଡପୀଠ। ୨୦୧୮ ଡିସେମ୍ବର ୧୪ରେ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ।  ସେହିପରି ରାହୁଲ ଗାନ୍ଧିଙ୍କ ଉପରେ ମାନହାନି ମାମଲାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାନହାନି ନେଇ ରାହୁଲ କ୍ଷମା ପ୍ରାର୍ଥନା କରିଥିବାରୁ ଏହାକୁ ଗ୍ରହଣ କରିଛନ୍ତି ଖଣ୍ଡପୀଠ। ତେବେ ଭବିଷ୍ୟତରେ ଏହାର ପୁନରାବୃତ୍ତି ନକରିବାକୁ ରାହୁଲଙ୍କୁ ଚେତେଇ ଦିଆଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ସଞ୍ଜୟ କିଶନ କୌଲ ଓ ଜଷ୍ଟିସ କେ.ଏମ ଯୋଶେଫ ରିଭ୍ୟୁ ପିଟିସନ ମାମଲାକୁ ଖାରଜ କରିଛନ୍ତି।

Leave A Reply

Your email address will not be published.