ଶିଶୁ ଦିବସ ଅବସରରେ ମୋ ବଡ଼ଚଣା ପକ୍ଷରୁ ମିନି ମାରାଥନ କାର୍ଯ୍ୟକ୍ରମ, ଶତାଧିକ ଯୁବକ ସାମିଲ

ଯାଜପୁର: ଶିଶୁ ଦିବସ ଅବସରରେ ମୋ ବଡ଼ଚଣା ପକ୍ଷରୁ ମିନି ମାରାଥନ କାର୍ଯ୍ୟକ୍ରମ। ସୁସ୍ଥ ସମାଜ ସହ ସୁସ୍ଥ ଶରୀର ଗଠନ ଏହି ମାରାଥନର ମୂଳ ଉଦ୍ଦେଶ୍ୟ। ବଡ଼ଚଣା ଥାନା ପରିସରରୁ ଏହି ଗଣଦୌଡ ଆରମ୍ଭ ହୋଇ ଚଣ୍ଡିଖୋଲ ଛକ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ଶତାଧିକ ଯୁବକ ସାମିଲ ହୋଇଥିଲେ। ବଡ଼ଚଣା ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ସଭାନେତ୍ରୀ ତଥା ସମାଜସେବୀ ମନୋରମା ଆଚାର୍ଯ୍ୟ ଯୋଗଦେଇ ଫିତା କାଟି ଏହି ମାରାଥନର ଶୁଭାରମ୍ଭ କରିଥିଲେ। ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ, ନକୁଳ ଚରଣ ଦାସ, ବିମ୍ବାଧର ମୁଦୁଲି, ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ଟ୍ରଫି ପ୍ରଦାନ କରିଥିଲେ।

Leave A Reply

Your email address will not be published.