Below header

ଆସନ୍ତା ୨୨ ତାରିଖରେ ସ୍କୁଲ କଲେଜରେ ରହିବ ଛୁଟି, ବିକ୍ରି ହେବନି ମଦ ! ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ବନ୍ଦ ରହିବ ଉତ୍ତର ପ୍ରଦେଶର ସମସ୍ତ ସ୍କୁଲ ଓ କଲେଜ୍‌ । ପୂରା ପ୍ରଦେଶରେ ସେଦିନ ମଦ ବି ବିକ୍ରି ହେବ ନାହିଁ । ଅଯୋଧ୍ୟାରେ ବୈଠକ ସମୟରେ ସିଏମ ଯୋଗୀ ଆଦିତ୍ୟନାଥ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ବନ୍ଦ ରହିବ ଉତ୍ତର ପ୍ରଦେଶର ସମସ୍ତ ସ୍କୁଲ ଓ କଲେଜ୍‌ । ପୂରା ପ୍ରଦେଶରେ ସେଦିନ ମଦ ବି ବିକ୍ରି ହେବ ନାହିଁ । ଅଯୋଧ୍ୟାରେ ବୈଠକ ସମୟରେ ସିଏମ ଯୋଗୀ ଆଦିତ୍ୟନାଥ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ । ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ବିଶ୍ୱବ୍ୟାପୀ କରାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ସମସ୍ତ ପ୍ରକାରର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ।

ଏହି ଉତ୍ସବରେ ଯୋଗଦେବା ପାଇଁ ଦେଶ, ବିଦେଶର ହଜାର ହଜାର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନିକଟକୁ ପର୍ଯ୍ୟାୟକ୍ରମେ ନିମନ୍ତ୍ରଣ ପଠାଯାଉଛି । ତେବେ ଏହି ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଜାନୁଆରୀ ୨୨ ତାରିଖ ଦିନ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟର ଓ ସମସ୍ତ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ଏହି ଦିନ ରାଜ୍ୟର ସମସ୍ତ ମଦ ଦୋକାନ ବନ୍ଦ ରହି ବୋଲି ମଧ୍ୟ କୁହାଯାଇଛି ।

ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ମୁତାବକ, ଅଯୋଧ୍ୟାକୁ ଆସୁଥିବା ସମସ୍ତ ଭକ୍ତଙ୍କୁ ଅବିସ୍ମରଣୀୟ ଭାବେ ଅତିଥି ସତ୍କାର ମିଳିବ । ଏହି ଅବସରରେ ରାଜ୍ୟର ସମସ୍ତ ସରକାରୀ ଭବନମାନଙ୍କରେ ସାଜ୍ଜସଜା କରାଯିବ । ମାତ୍ର ବାଣ ଉପରେ କଟକଣା ଲାଗୁ କରାଯିବ । ୧୪ ତାରିଖ ଠାରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିବେ । ପ୍ରାଣ ପ୍ରତିଷ୍ଠା ସମାରୋହର ପ୍ରସ୍ତୁତି ଅବସରରେ ପରିଷ୍କାର ପରିଚ୍ଛନ୍ନତା ଓ ସୁରକ୍ଷା ବ୍ୟବସ୍ଥା ପ୍ରତି ଅଧିକ ଧ୍ୟାନ ଦିଆଯିବ । ଶ୍ରଦ୍ଧାଳୁଙ୍କୁ ନବ୍ୟ, ଭବ୍ୟ ଓ ଦିବ୍ୟ ଅଯୋଧ୍ୟାର ମହିମା ବିଷୟରେ ପରିଚିତ କରାଇବା ପାଇଁ ଟୁରିଷ୍ଟ ଗାଇଡଙ୍କୁ ମୁତୟନ କରାଯିବାକୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଅଯୋଧ୍ୟାରେ ହୋଟେଲ ଓ ଧର୍ମଶାଳା ।ରହିଛି । ହୋମ ଷ୍ଟେ ବ୍ୟବସ୍ଥା ମଧ୍ୟ ରହିଛି । ଟେଣ୍ଟ୍‌ ସିଟି ସଂଖ୍ୟା ଆହୁରି ବି ବଢ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.