ଫ୍ରାନ୍ସର ସର୍ବକନିଷ୍ଠ ଓ ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ ହେଲେ ଗାବ୍ରିଏଲ୍‌ ଅଟଲ

ଗାବ୍ରିଏଲ୍‌ ଅଟଲ ହୋଇଛନ୍ତି ଫ୍ରାନ୍ସର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ମଙ୍ଗଳବାର ଗାବ୍ରିଏଲ୍ ଅଟଲଙ୍କୁ ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଛନ୍ତି । ୩୪ ବର୍ଷୀୟ ଗାବ୍ରିଏଲ୍‌ ଏହାପୂର୍ବରୁ ଫ୍ରାନ୍ସର ଶିକ୍ଷା ମନ୍ତ୍ରୀ ଥିଲେ ।

ଗାବ୍ରିଏଲ୍ ଅଟଲ ଶିକ୍ଷା ମନ୍ତ୍ରୀ ଥିବାବେଳେ ଏକ ଘୋଷଣା କରି ସାରା ବିଶ୍ୱରେ ଚର୍ଚ୍ଚାକୁ ଆସିଥିଲେ । ସେ ଘୋଷଣା କରିଥିଲେ ଯେ ମୁସଲମାନ ମହିଳା ଓ ଝିଅମାନେ ପିନ୍ଧୁଥିବା ପରିଧାନ ଅବାୟାକୁ ଫ୍ରାନ୍ସର ସରକାରୀ ସ୍କୁଲରେ ବ୍ୟାନ୍‌ କରାଯିବ । ଇମାନୁଏଲ୍ ମାକ୍ରୋନ୍‌ଙ୍କର ଦୀର୍ଘ ଦିନର ସମର୍ଥକ ତଥା ବନ୍ଧୁ ଗାବ୍ରିଏଲ୍ ଅଟଲ୍ ସେତେବେଳେ କହିଥିଲେ କି, ନୂତନ ଶିକ୍ଷା ବର୍ଷ ଆରମ୍ଭରେ ଏହି ନୀତି ଲାଗୁ ହେବ ।

ଏବେ ଗାବ୍ରିଏଲ୍ ଅଟଲ ଫ୍ରାନ୍ସର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଏହା ସହିତ ସେ ହେଉଛନ୍ତି, ଫ୍ରାନ୍ସର ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ । ଏହାପୂର୍ବରୁ ରାଜନୈତିକ ଅସ୍ଥିରତା ମଧ୍ୟରେ ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ଣ୍ଣ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ଏହାକୁ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ମଧ୍ୟ ସ୍ୱୀକାର କରିନେଇଥିଲେ ।

ସୂଚନାଯୋଗ୍ୟ, ମାକ୍ରୋନ୍ ପୁଣିଥରେ ଫ୍ରାନ୍ସର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ୨୦୨୨ ମେ’ରେ ଏଲିଜାବେଥ୍‌ ଦେଶର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ । ସେ ପାଖାପାଖି ଦୁଇ ବର୍ଷ ଧରି ଏହି ପଦବୀରେ ରହିଥିଲେ । ଏହି ପଦବୀ ପାଇବାରେ ସେ ଥିଲେ ଫ୍ରାନ୍ସର ଦ୍ୱିତୀୟ ମହିଳା ପ୍ରଧାନମନ୍ତ୍ରୀ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.