ଆଜି ବେଙ୍ଗାଲୁରୁ ବନ୍ଦ…; ବିଦ୍ୟାଳୟ ଛୁଟି, ଦିନକ ପାଇଁ ରାସ୍ତାରେ ଗଡ଼ିବନି ୧୦ ଲକ୍ଷ ଗାଡ଼ି

କର୍ଣ୍ଣାଟକ ଷ୍ଟେଟ୍‌ ଫେଡେରେସନ୍ ଅଫ୍ ପ୍ରାଇଭେଟ୍‌ ଟ୍ରାନ୍ସପୋର୍ଟ ଆସୋସିଏସନ୍ ସୋମବାର ବେଙ୍ଗାଲୁରୁରେ ବନ୍ଦ ଡାକରା ଦେଇଛି। ଏହି ଡାକରା ଯୋଗୁ ଆଜି ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିବ।

କର୍ଣ୍ଣାଟକ ଷ୍ଟେଟ୍‌ ଫେଡେରେସନ୍ ଅଫ୍ ପ୍ରାଇଭେଟ୍‌ ଟ୍ରାନ୍ସପୋର୍ଟ ଆସୋସିଏସନ୍ ସୋମବାର ବେଙ୍ଗାଲୁରୁରେ ବନ୍ଦ ଡାକରା ଦେଇଛି। ଏହି ଡାକରା ଯୋଗୁ ଆଜି ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିବ। ଅଟୋ, ଟ୍ୟାକ୍ସି, ମ୍ୟାକ୍ସି କ୍ୟାବ୍‌, ମାଲ୍‌ଗାଡ଼ି ଏବଂ କର୍ପୋରେଟ୍ ବସ୍ ସମେତ ବେସରକାରୀ ଗାଡ଼ିଗୁଡ଼ିକ ଦିନସାରା ରାସ୍ତାରେ ଗଡ଼ିବନି। ପାଖାପାଖି ୭ରୁ ୧୦ ଲକ୍ଷ ଗାଡ଼ି ବେଙ୍ଗାଲୁରୁ ରାସ୍ତାରେ ଦେଖାଯିବ ନାହିଁ।

ରିପୋର୍ଟ ଅନୁସାରେ, ମହାସଂଘରେ ମୋଟ ୩୨ଟି ବେସରକାରୀ ପରିବହନ ସଂଘ ଅନ୍ତର୍ଭୁକ୍ତ ରହିଛି। ଅଧିକାଂଶ ଘରୋଇ ପରିବହନ ସୋମବାର ରାତି ପର୍ଯ୍ୟନ୍ତ ଉପଲବ୍ଧ ହେବ ନାହିଁ। ଅଫିସିଆଲ୍‌ ସୂତ୍ରରୁ ପ୍ରକାଶ ଯେ ବେସରକାରୀ ମ୍ୟାକ୍ସି କ୍ୟାବ୍‌ ଅନେକ ସ୍କୁଲ ପିଲାଙ୍କ ପାଇଁ ପରିବହନର ମାଧ୍ୟମ ରହିଛି। ତେଣୁ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସହରର କିଛି ସ୍କୁଲ ସୋମବାର ଛୁଟି ଘୋଷଣା କରିଦେଇଛନ୍ତି।

ସେପଟେ ବିମାନବନ୍ଦର ଯାଉଥିବା ଯାତ୍ରୀମାନଙ୍କୁ ପରିବହନର ଏକ ଅନ୍ୟ ବିକଳ୍ପ ଖୋଜିବାକୁ ପଡ଼ିବ। ମହାସଂଘ ମୋଟରସାଇକେଲ ଟ୍ୟାକ୍ସି ଉପରେ ପ୍ରତିବନ୍ଧକ ସମେତ ଅନ୍ୟାନ୍ୟ ଦାବିକୁ ନେଇ ବନ୍ଦ ଡାକରା ଦେଇଛି।

ବନ୍ଦ ସମୟରେ ଜନସାଧାରଣଙ୍କ ସମସ୍ୟାକୁ ଦୂର କରିବା ପାଇଁ ବେଙ୍ଗାଲୁରୁ ମହାନଗର ପରିବହନ ନିଗମ (ବିଏମ୍‌ଟିସି) ସହର ଭିତରେ ଏବଂ କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟନ୍ତ ଅଧିକ ବସ୍ ଚଳାଚଳ କରିବ। ପରିବହନ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ ପୂର୍ବରୁ କହିଥିଲେ ଯେ ସରକାର ମହାସଂଘ ସହିତ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି।

You might also like