ଟ୍ରେନର ସୁରକ୍ଷାକୁ ବଢ଼ାଇବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବେସଡ୍‌ ଡିଭାଇସ, ଡ୍ରାଇଭର ଶୋଇଲେ ଲାଗିବ ଏମର୍ଜେନ୍ସି ବ୍ରେକ

ଉତ୍ତର ପୂର୍ବ ରେଳବାଇ ତରଫରୁ ଏହି ଡିଭାଇସ୍‌ର ନାଁ ରେଳ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ (RDAS) ରଖାଯାଇଛି । ଏହି ଡିଭାଇସ୍ କିଛି ସପ୍ତାହ ମଧ୍ୟରେ ପ୍ରସ୍ତୁତ ହୋଇଯିବ । ଏହି ଡିଭାଇସ୍‌ ପ୍ରସ୍ତୁତ ହେବା ପରେ ଏହା ଅନେକ ଟ୍ରେନରେ ଲଗାଯାଇ ପାରିବ ।

ରେଳବାଇ ଖୁବ୍ ଶୀଘ୍ର ଏକ ଡିଭାଇସ ଆଣିବାକୁ ଯାଉଛି, ଯାହା ଟ୍ରେନର ସୁରକ୍ଷାକୁ ଆହୁରି ବଢ଼ାଇବ । ଉତ୍ତର-ପୂର୍ବ ସୀମାନ୍ତ ରେଳବାଇ ଏପରି ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବେସଡ୍‌ ଡିଭାଇସ୍‌ ପ୍ରସ୍ତୁତ କରୁଛି, ଯାହା ଡ୍ରାଇଭର ଶୋଇବା ସମୟରେ ସ୍ୱୟଂଚାଳିତ ଭାବେ ଏମର୍ଜେନ୍ସି ବ୍ରେକ୍ ଲଗାଇବ । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଏଆଇ ବେସଡ୍‌ ଡିଭାଇସ୍‌ ଡ୍ରାଇଭରର ଅଳସୁଆପଣକୁ ଜାଣି ପାରିଥାଏ ଏବଂ ତୁରନ୍ତ ଏମର୍ଜେନ୍ସି ପରିସ୍ଥିତି ପାଇଁ ସତର୍କ କରିଥାଏ । କେବଳ ଏତିକି ନୁହେଁ, ଯଦି ଡ୍ରାଇଭର ନିୟନ୍ତ୍ରଣ ହରାଇଥାଏ ତେବେ ଏମର୍ଜେନ୍ସି ବ୍ରେକ୍ ମଧ୍ୟ ସ୍ୱୟଂଚାଳିତ ଭାବରେ ଲାଗିଯାଏ । ଏହି ଡିଭାଇସ୍‌ ପ୍ରସ୍ତୁତ ହେବା ପରେ ଏହା ଅନେକ ଟ୍ରେନରେ ଲଗାଯାଇ ପାରିବ ।

ଉତ୍ତର ପୂର୍ବ ରେଳବାଇ ତରଫରୁ ଏହି ଡିଭାଇସ୍‌ର ନାଁ ରେଳ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ (RDAS) ରଖାଯାଇଛି । ଏହି ଡିଭାଇସ୍ କିଛି ସପ୍ତାହ ମଧ୍ୟରେ ପ୍ରସ୍ତୁତ ହୋଇଯିବ । ଏହି ଡିଭାଇସ୍ ବର୍ତ୍ତମାନ ଡେଭଲପ କରାଯାଉଛି ଏବଂ ଏହା ସଠିକ୍ ଭାବରେ କାମ କରୁଛି କି ନାହିଁ ତାହା ଟ୍ରାଏଲ କରିବା ପରେ ଜଣା ପଡ଼ିବ । କିଛି ସପ୍ତାହ ମଧ୍ୟରେ ଏହାର ଟ୍ରାଏଲ ହେବ ବୋଲି ଆଶା କରାଯାଉଛି।

ଯେତେବେଳେ ଏହି ସିଷ୍ଟମ୍ ପ୍ରସ୍ତୁତ ହୋଇଯିବ, ସେତେବେଳେ ରେଳବାଇ ପାଇଲଟ୍ ପ୍ରୋଜେକ୍ଟ ଅନୁସାରେ ପ୍ରଥମ ୨୦ଟି ମାଲଗାଡ଼ି ଇଞ୍ଜିନ ଏବଂ ଯାତ୍ରୀବାହୀ ଟ୍ରେନ୍ ଇଞ୍ଜିନରେ ଲଗାଯିବ । ଏହା ଲଗାଇବା ପରେ ରେଳବାଇ ନିଜର ଜୋନ୍ସକୁ ଫିଡବ୍ୟାକ ଦେବାକୁ କହିଛି ଯାହା ଦ୍ବାରା ଏହାକୁ ଉନ୍ନତ କରାଯାଇପାରିବ। ଜଣେ ରେଳ ଅଧିକାରୀ କହିଛନ୍ତି ଯେ ସମସ୍ତ ଫାଷ୍ଟ ଟ୍ରେନ୍ ଗୁଡିକରେ ପ୍ରଥମରୁ ଏକ ଆଲର୍ଟ ସିଷ୍ଟମ ଲାଗାଯାଇଥାଏ । ପ୍ରତ୍ୟେକ ହାଇସ୍ପିଡ୍ ଟ୍ରେନରେ ଡ୍ରାଇଭରଙ୍କ ପାଦ ତଳେ ଏକ ଲିଭର (ପ୍ୟାଡଲ୍) ଲଗାଯାଇଥାଏ, ଯାହାକୁ ପ୍ରତି ମିନିଟରେ ହିଟ୍‌ କରିବାକୁ ପଡିଥାଏ । ଯଦି ଡ୍ରାଇଭର ଏହା ନକରନ୍ତି ତେବେ ଏମର୍ଜେନ୍ସି ବ୍ରେକ୍ ଆପେ ଆପେ ଲାଗିଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.