Below header

ଶ୍ରାଦ୍ଧ ଦେଇ ଘରକୁ ଫେରୁଥିବା ବେଳେ ନାଳକୁ ଖସିପଡିଲା ସ୍କର୍ପିଓ, ୫ ମୃତ

ଶ୍ରାଦ୍ଧ ସାରି ଘରକୁ ଫେରୁଥିଲେ । ହେଲେ ବାଟରେ ଜଗିଥିଲା ଯମ । ଘରକୁ ଫେରିବା ପୂର୍ବରୁ ଅକାଳରେ ଚାଲିଗଲା ଜୀବନ । ବିହାରରେ ଶ୍ରାଦ୍ଧ ଦେଇ ଫେରୁଥିବା ବେଳେ ଅନିୟନ୍ତ୍ରିତ ହୋଇ ନାଳକୁ ଖସିପଡିଲା ସ୍କର୍ପିଓ । ଫଳରେ ଗାଡିରେ ଥିବା ସମସ୍ତ ୫ ଜଣଙ୍କର ମୃତ୍ୟୁ ହୋଇଛି ।

ବିହାର ଛପ୍ରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ମୃତ । ଶ୍ରାଦ୍ଧ ଦେଇ ଘରକୁ ଫେରୁଥିବା ବେଳେ ଅନ୍ତ୍ରିୟନ୍ତ୍ରିତ ହୋଇ ନାଳକୁ ଗଳିପଡିଥିଲା ସ୍କର୍ପିଓ । ଗାଡି ପୋଲ ତଳକୁ ୨୦ ଫୁଟ ଗଭୀରକୁ ପଶିଯାଇଥିଲା । ସ୍କର୍ପିଓରେ ଥିବା ୫ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ମୃତଦେହକୁ ଗାଡିରୁ ବାହାର କରି ପରିବାରକୁ ହସ୍ତାନ୍ତର କରିଛି ।

ଖବର ମୁତାବକ, ଦୁର୍ଘଟଣା ଗୁରୁବାର ରାତିରେ ହୋଇଥିଲା । ମୃତକ ସମସ୍ତେ ଏକ ଶ୍ରାଦ୍ଧ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ବେଳେ ସ୍କର୍ପିଓଟି ପୋଲ ତଳକୁ ଖସିପଡିଥିଲା । ୨୦ ଫୁଟ ତଳକୁ ଖସିପଡିଥିଲା ଗାଡି । ରାତି ସମୟରେ ଦୁର୍ଘଟଣା ହେବା ଯୋଗୁଁ କେହି ଉଦ୍ଧାର କରିପାରିନଥିଲେ । ଗାଡି ଭିତରେ ସମସ୍ତେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ପୋଲିସ କହିଛି ।

ମୃତକଙ୍କ ମଧ୍ୟରେ ଚାରି ଜଣ ଗୋପାଳଗଂଜର ରହିଥିବା ବେଳେ ଜଣେ ସାରଣ ଜିଲ୍ଲାର ବୋଲି ଜଣାପଡିଛି । ଗାଡିରେ ଥିବା ସମସ୍ତ ଲୋକ ଗୋପାଳଗଂଜର ବୈକଣ୍ଠପୁରରୁ ସିବାନ ଜିଲ୍ଲାର ବସନ୍ତପୁର ସ୍ଥିତ ବଗହିକୁ ଶ୍ରାଦ୍ଧ କାର୍ଯ୍ୟକ୍ରମରୁ ଫେରୁଥିଲେ । ମୃତକଙ୍କ ପରିଚୟ ମିଳିଛି । ସେମାନେ ହେଲେ ଦିନେଶ ସିଂ, ଲାଲବାବୁ ଶାହ, ସୁଧିର କୁମାର, ସୁରଜ କୁମାର ଏବଂ ରାମଚନ୍ଦ୍ର ଶାହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.