Airtel ଏବଂ Jioକୁ ଟକ୍କର ଦେବ ଏଲନ୍‌ ମସ୍କଙ୍କ ସାଟେଲାଇଟ ଇଣ୍ଟରନେଟ ଷ୍ଟାରଲିଙ୍କ

ଦେଶରେ ଷ୍ଟାରଲିଙ୍କକୁ ଲାଇସେନ୍ସ ଦେବା ପାଇଁ DoT ଅଧିକାରୀମାନେ ୨୦ ସେପ୍ଟେମ୍ବରରେ ଏକ ମିଟିଙ୍ଗ କରି ପାରନ୍ତି । ଟେଲିକମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, କମ୍ପାନୀ ଲାଇସେନ୍ସ ପାଇଁ ଆବେଦନ କରିଛି, ଯାହାର ଆବେଦନ ଉପରେ ବିଚାର ଚାଲିଛି । ଷ୍ଟାରଲିଙ୍କ ସମଗ୍ର ଦୁନିଆର ୩୨ ଟି ଦେଶରେ ନିଜର ସାଟେଲାଇଟ ଆଧାରିତ ଇଣ୍ଟରନେଟ ସର୍ଭିସ ଯୋଗାଉଛି ।

ଏଲନ ମସ୍କଙ୍କ ସାଟେଲାଇଟ ଆଧାରିତ ବ୍ରଡବ୍ୟାଣ୍ଡ ସର୍ଭିସ ଷ୍ଟାରଲିଙ୍କ ଖୁବଶୀଘ୍ର ଭାରତରେ ଲାଇସେନ୍ସ ପାଇବ ବୋଲି ଆଶା କରାଯାଉଛି । ଗତ ବର୍ଷ ଷ୍ଟାରଲିଙ୍କର ମୂଳ କମ୍ପାନୀ ସ୍ପେସ୍‌ ଏକ୍ସ ଟେଲିକମ ବିଭାଗରେ (DOT)ରେ ଗ୍ଲୋବାଲ ମୋବାଇଲ ପର୍ସନାଲ ସାଟେଲାଇଟ (GMPCS) ପାଇଁ ଲାଇସେନ୍ସର ଆବେଦନ କରିଥିଲା ।

ମିଡିଆ ରିପୋର୍ଟ ଅନୁଯାୟୀ ଦେଶରେ ଷ୍ଟାରଲିଙ୍କକୁ ଲାଇସେନ୍ସ ଦେବା ପାଇଁ DoT ଅଧିକାରୀମାନେ ୨୦ ସେପ୍ଟେମ୍ବରରେ ଏକ ମିଟିଙ୍ଗ କରି ପାରନ୍ତି । ଟେଲିକମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, କମ୍ପାନୀ ଲାଇସେନ୍ସ ପାଇଁ ଆବେଦନ କରିଛି, ଯାହାର ଆବେଦନ ଉପରେ ବିଚାର ଚାଲିଛି । ଷ୍ଟାରଲିଙ୍କ ସମଗ୍ର ଦୁନିଆର ୩୨ ଟି ଦେଶରେ ନିଜର ସାଟେଲାଇଟ ଆଧାରିତ ଇଣ୍ଟରନେଟ ସର୍ଭିସ ଯୋଗାଉଛି । କମ୍ପାନୀ ଦୀର୍ଘ ଦିନ ଧରି ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରିଆସୁଛି । ଏହାପୂର୍ବରୁ କମ୍ପାନୀ ୨୦୨୧ ମସିହାରେ ଲାଇସେନ୍ସ ହାସଲ ନକରି ପ୍ରି-ଅର୍ଡର ନେବା ଆରମ୍ଭ କରିଥିଲା । ଏଥି ପାଇଁ କମ୍ପାନୀକୁ ଟେଲିକମ ବିଭାଗ ତାଗିଦ ମଧ୍ୟ କରିଥିଲା । ଏହା ସହିତ କମ୍ପାନୀକୁ ପ୍ରି ଅର୍ଡର ଗ୍ରାହକଙ୍କୁ ଟଙ୍କା ଫେରସ୍ତ କରିବାକୁ ପଡ଼ିଥିଲା ।

ସାଟେଲାଇଟ୍ ଇଣ୍ଟରନେଟ୍ ସର୍ଭିସ ପାଇଁ ଏୟାରଟେଲ୍ Oneweb ସହିତ ମିଶି କାମ କରୁଛି । କମ୍ପାନୀ ମଧ୍ୟ ଲାଇସେନ୍ସ ପାଇଛି । ଏହା ସହିତ ଗଣମାଧ୍ୟମରେ ଖବର ମିଳିଛି ଯେ ଜିଓ ମାଲିକାନା ଜିଓ ସ୍ପେସ୍ ଟେକ୍ନୋଲୋଜି ମଧ୍ୟ GMPCS ଲାଇସେନ୍ସ ପାଇଛି । ଅନ୍ୟପଟେ ଷ୍ଟାରଲିଙ୍କ ଲାଇସେନ୍ସ ବ୍ୟତୀତ ଟେଲିକମ୍ ବିଭାଗ ମଧ୍ୟ ଦେଶରେ ଲାଇସେନ୍ସ ନିୟମ ଅନୁଯାୟୀ OTT ଆପ୍ ଆଣିବାକୁ ବିଚାର କରୁଛି । ଏହି ଆପ୍ସରେ ଗୁଗୁଲ୍ ମିଟ୍, ହ୍ଵାଟ୍ସଆପ୍, ଟେଲିଗ୍ରାମ ଏବଂ ଅନ୍ୟାନ୍ୟ ଇଣ୍ଟରନେଟ୍ ଉପରେ କାମ କରୁଥିବା ଭଏସ୍ ଏବଂ ମେସେଜିଂ ପ୍ଲାଟଫର୍ମ ସାମିଲ ରହିଛି ।

ଇଣ୍ଟରନେଟ୍ ବେସଡ୍‌ ଭଏସ୍ ଏବଂ ମେସେଜିଂ ପ୍ଲାଟଫର୍ମକୁ ଲାଇସେନ୍ସ ଅଧୀନରେ ଆଣିବା ନେଇ ଅନେକ ତର୍କ ସାମ୍ନାକୁ ଆସୁଛି । ମୁଖ୍ୟତଃ କୁହାଯାଉଛି ଯେ ପୂରା ଇଣ୍ଟରନେଟ୍ ବନ୍ଦ କରିବା ପରିବର୍ତ୍ତେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଠିକ କରିବା ପାଇଁ ଆପ୍ସକୁ ରେଗୁଲେଟ କରିବା ଏକ ଭଲ ଅପ୍ସନ ହୋଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.