ବହୁ ଚର୍ଚ୍ଚିତ ରାମ ଜନ୍ମଭୂମି ଓ ବାବ୍ରି ମସଜିଦ ମାମଲା, ସୁପ୍ରିମକୋର୍ଟ ରାୟ ଶୁଣାଇବା ପୂର୍ବରୁ ଅଯୋଧ୍ୟାରେ ଲାଗୁ ହେଲା ୧୪୪ ଧାରା

ନୂଆଦିଲ୍ଲୀ: ଅଯୋଧ୍ୟାରେ ଲାଗୁ ହେଲା ୧୪୪ ଧାରା। ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଏହି ନିର୍ଦ୍ଦେଶ ଦେଇଛନ୍ତି ଅଯୋଧ୍ୟା ଜିଲ୍ଲାପାଳ। ବହୁ ଚର୍ଚ୍ଚିତ ରାମ ଜନ୍ମଭୂମି ଓ ବାବ୍ରି ମସଜିଦ ମାମଲାରେ ସୁପ୍ରିମକୋର୍ଟ ରାୟ ଶୁଣାଇବା ପୂର୍ବରୁ ଅଯୋଧ୍ୟାରେ ୧୪୪ ଧାରା ଜାରି ହୋଇଛି। ପୂର୍ବରୁ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଆସନ୍ତା ଅକ୍ଟୋବର ୧୭ ତାରିଖ ପୂର୍ବରୁ ଅଯୋଧ୍ୟା ବିବାଦୀୟ ମାମଲାର ଶୁଣାଣି ଶେଷ ହୋଇପାରେ। ଦଶହରାରେ ସପ୍ତାହେ ଛୁଟି ରହିବା ପରେ ପୁଣି ଥରେ ଶୁଣାଣି ଆରମ୍ଭ ହେଉଛି। ଆଜିଠାରୁ ଅନ୍ତିମ ପର୍ଯ୍ୟାୟରେ ରାମ ଜନ୍ମଭୂମି ଓ ବାବ୍ରି ମସଜିଦ ମାମଲାର ଶୁଣାଣି ହୋଇପାରେ। ଆଜି ୩୮ ଦିନରେ ଶୁଣାଣି କରିବେ ପ୍ରଧାନ ବିଚରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ । ଅକ୍ଟୋବର ୧୮ସୁଦ୍ଧା ସମସ୍ତ ପକ୍ଷଙ୍କୁ ଦଲିଲ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଆସନ୍ତା ନଭେମ୍ବର ୧୭ରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତାପୂର୍ବରୁ ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି। ଅଗଷ୍ଟ ୬ ତାରିଖରୁ ମାମଲାର ନିୟମିତି ଶୁଣାଣି ଆରମ୍ଭ ହୋଇଥିଲା।