ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶିରିଡି ସହର ବନ୍ଦ

ଶିରିଡି : ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶିରିଡି ସହର ବନ୍ଦ । ସ୍ଥାନୀୟ ଲୋକେ ବନ୍ଦ ଡାକରା ଦେଇଛନ୍ତି । ହେଲେ ଭକ୍ତଙ୍କ ପାଇଁ ମନ୍ଦିର, ଭୋଜନାଳୟ ସାଇ ପ୍ରସାଦାଳୟ, ସାଇ ହସ୍ପିଟାଲ, ସାଇ ଭକ୍ତନିବାସ ଓ ସ୍ଥାନୀୟ ଓଷଧ ଦୋକାନା ଖୋଲା ରହିବ । ବାବାଙ୍କ ଦର୍ଶନ ଓ ପୂଜାବିଧି ଯଥାରୀତି ଚାଲିବ ବୋଲି ସାଇବାବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ସାଇବାବାଙ୍କ ଜନ୍ମସ୍ଥାନ ଶିରିଡି ନୁହଁ ପାଥରୀ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିବା ପରେ ବିବାଦ ଆରମ୍ଭ ହୋଇଛି । ଏହା ସହ ପାଥରୀ ସହରର ବିକାଶ ପାଇଁ ୧୦୦ କୋଟି ଟଙ୍କା ଅନୁଦାନ ଘୋଷଣା କରାଯାଇଛି । ଏହି ଘୋଷଣା ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଯୋଗୁଁ ଦୋକାନ, ହୋଟେଲ  ଓ ଆଶ୍ରମ ବନ୍ଦ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.