Below header

କାମ୍ୟା ପଞ୍ଜାବୀଙ୍କ ବିବାହ ପ୍ରସ୍ତୁତି ଆରମ୍ଭ, ଭିଡିଓ ସେୟାର କରି ଦେଖାଇଲେ କାର୍ଡର ଝଲକ

ଛୋଟ ପରଦାରେ ନିଜ ଦମ୍‌ଦାର ଆକ୍ଟିଂ ଯୋଗୁ ଦର୍ଶକଙ୍କ ପ୍ରଶଂସା ସାଉଁଣ୍ଟିଥିବା କାମ୍ୟା ପଞ୍ଜାବୀ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। କାମ୍ୟା ନିଜ ଦୀର୍ଘଦିନର ବୟଫ୍ରେଣ୍ଡ ଶଲଭ ଡାଙ୍ଗଙ୍କ ସହ ଦାମ୍ପତ୍ୟ ଜୀବନ ଆରମ୍ଭ କରିବେ। ଫେବ୍ରୁଆରୀ ୧୦ ତାରିଖରେ ଉଭୟଙ୍କ ବିବାହ ଥିବା ବେଳେ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହେଇଯାଇଛି। କାମ୍ୟା ସୋସିଆଲ ମିଡିଆରେ ନିଜ ବିବାହ କାର୍ଡ ସେୟାର କରି ଏନେଇ ସୂଚନା ଦେଇଛନ୍ତି।

 

View this post on Instagram

 

Ganapati Bappa Moryaa ❤️ #ShubhMangalKaSha ❤️ @shalabhdang

A post shared by Kamya Panjabi (@panjabikamya) on

କାମ୍ୟା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ସେଥିରେ ଏକ କାର୍ଡ ଉପରେ ଶଲଭ ଓ କାମ୍ୟା ଲେଖାଯାଇଛି। ଭିଡିଓକୁ ସେୟାର କରି କାମ୍ୟା ଲେଖିଛନ୍ତି ଗଣପତି ବାପ୍ପା ମୋରିଆ। #ShubhMangalKaSha। ଶଲଭ ଏହି ପୋଷ୍ଟରେ କମେଣ୍ଟ କରି କହିଛନ୍ତି ‘କାଶ’ର ଆରମ୍ଭ ହେଲା। କାମ୍ୟାର ‘କା’ ଓ ଶଲଭର ‘ଶ’ କୁ ମିଶାଇ କାଶ ଶବ୍ଦ ତିଆରି କରାଯାଇଛି।

 

View this post on Instagram

 

❤️ @shalabhdang

A post shared by Kamya Panjabi (@panjabikamya) on

 

View this post on Instagram

 

Its is indeed a very Happy Diwali ❤️ @shalabhdang

A post shared by Kamya Panjabi (@panjabikamya) on

ସୂଚନାଯୋଗ୍ୟ ଯେ ଏହା କାମ୍ୟାଙ୍କ ଦ୍ୱିତୀୟ ବିବାହ। ପ୍ରଥମ ସ୍ୱାମୀଙ୍କ ଠାରୁ କାମ୍ୟାଙ୍କର ଏକ ୧୦ ବର୍ଷର ଝିଅ ରହିଛି। ସେହିପରି ଶଲଭଙ୍କର ମଧ୍ୟ ଏହା ଦ୍ୱିତୀୟ ବିବାହ ଓ ତାଙ୍କର ଏକ ୧୧ ବର୍ଷର ପୁଅ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.