ଫାଇନାଲ୍‌ ମ୍ୟାଚ୍‌, ଟସ୍‌ ଜିତି ଭାରତ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ

ବେଙ୍ଗାଲୁରୁ : ଏଠାକାର ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଆଉ କିଛି ସମୟ ପରେ ଆରମ୍ଭ ହେବ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍‌ । ଏହି ଦିବାରାତ୍ର ମାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । କଙ୍ଗାରୁ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । କେନ୍‌ ରିଚାର୍ଡ଼ସନ୍‌ଙ୍କ ବଦଳରେ ଦଳକୁ ଆସିଛନ୍ତି ଜୋଶ୍‌ ହାଜେଲଉଡ୍‌ । ସେପଟେ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।


ଏହି ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ଅତି ସହଜରେ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇ ସମାନ ସ୍ଥିତିରେ ରହିଛି । ତେଣୁ ଆଜି ମ୍ୟାଚ୍‌ର ଫଳାଫଳ ସିରିଜ୍‌ର ଭାଗ୍ୟ ନିର୍ଣ୍ଣୟ କରିବ । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଅନୁସାରେ ଏଠାରେ ଟସ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । କାରଣ ଏଠାକାର ପିଚ୍‌ ପ୍ରଥମ ଭାଗରେ ବ୍ୟାଟିଂ ପାଇଁ ସୁହାଇବ । ଦ୍ୱିତୀୟରେ ବ୍ୟାଟିଂ କରିବା କଷ୍ଟକର ହେବ । ତଥାପି ସେମାନେ ମ୍ୟାଚ୍‌ ଜିତିବା ପାଇଁ ପୂରା ଦମ୍‌ରେ ଚେଷ୍ଟା କରିବେ ବୋଲି କୋହଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.