Below header

ଭାରତ ଫେରିବ ଛତ୍ରପତି ଶିବାଜୀଙ୍କ ଖାସ ହତିଆର ‘ବାଘ ନଖ’ , ଏଥିରେ ସେ ମୋଗଲ ବାଦଶାହା ଅଫଜଲ ଖାନଙ୍କୁ କରିଥିଲେ ହତ୍ୟା

ଛତ୍ରପତି ଶିବାଜୀ, ଯାହାଙ୍କୁ ମରାଠୀ ମାନେ ଭଗବାନ ଭଳି ପୂଜା କରି ଆସୁଛନ୍ତି । ଇତିହାସ କୁ ଦେଖିଲେ ତାଙ୍କର ଯୁଦ୍ଧ କୌଶଳ ତଥା ବୁଦ୍ଧି ଆଗରେ ଅନେକ ବଡ ବଡ ରାଜା ବି ହାର ମାନିଛନ୍ତି , ତାଙ୍କର ଏକ ଖାସ ହତିଆର ଥିଲା , ଯାହାକୁ ଭାରତରୁ ନେଇ ଲଣ୍ଡନରେ ରଖାଯାଇଥିଲା । ଯାହା ଏବେ ପୁଣି ଥରେ ଭାରତ ଫେରିବା ବୋଲି ଜଣାପଡିଛି ।

ଛତ୍ରପତି ଶିବାଜୀ, ଯାହାଙ୍କୁ ମରାଠୀ ମାନେ ଭଗବାନ ଭଳି ପୂଜା କରି ଆସୁଛନ୍ତି । ଇତିହାସ କୁ ଦେଖିଲେ ତାଙ୍କର ଯୁଦ୍ଧ କୌଶଳ ତଥା ବୁଦ୍ଧି ଆଗରେ ଅନେକ ବଡ ବଡ ରାଜା ବି ହାର ମାନିଛନ୍ତି , ତାଙ୍କର ଏକ ଖାସ ହତିଆର ଥିଲା , ଯାହାକୁ ଭାରତରୁ ନେଇ ଲଣ୍ଡନରେ ରଖାଯାଇଥିଲା । ଯାହା ଏବେ ପୁଣି ଥରେ ଭାରତ ଫେରିବା ବୋଲି ଜଣାପଡିଛି ।

ଛତ୍ରପତି ଶିବାଜୀଙ୍କ ସବୁଠୁ ଖାସ ଅସ୍ତ୍ର ‘ବାଘ ନଖ’ । ଯାହା ତାଙ୍କଠୁ ଛଡାଇ ନିଆଯାଇଥିଲା । ତାହା ପୁଣି ଥରେ ଭାରତ ଫେରିବ । ଭାରତର ଐତିହ୍ୟର ମୁକସାକ୍ଷୀ ଥିବା ଏହି ମୂଲ୍ୟବାନ୍ ବସ୍ତୁ ଭାରତ ଫେରିବା କୁ ନେଇ ଖବର ଶୁଣିବାକୁ ମିଳିଛି । ଅନେକ ବର୍ଷ ଧରି ଏହି ବିରଳ ବାଘ ନଖ ଲଣ୍ଡନର ଭିକ୍ଟୋରିଆ ଆଣ୍ଡ ଆଲବର୍ଟ ମ୍ୟୁଜିୟମରେ ରଖାଯାଇଛି ।

ଭାରତ ଐତିହ୍ୟର ମୁକସାକ୍ଷୀ ଥିବା ଆଉ ଏକ ମୂଲ୍ୟବାନ୍ ବସ୍ତୁ ଅନେକ ବର୍ଷ ପରେ ଏବେ ଭାରତ ଫେରିବ । ଯାହାକୁ ନେଇ ଏବେ ସମସ୍ତେ ଖୁସି। ଛତ୍ରପତି ଶିବାଜୀ ମହାରାଜଙ୍କ ସବୁଠୁ ଖାସ୍ ଅସ୍ତ୍ର ଥିଲା ଏହି ‘ବାଘ ନଖ’ ଭାରତ । ଏହି ଅସ୍ତ୍ରରେ ଶିବାଜୀ ମୋଗଲ ବାଦଶାହା ୬.୭ ଫୁଟ୍ ଅଫଜାଲ ଖାନଙ୍କର ହତ୍ୟା କରିଥିଲେ । ଗତ ଅନେକ ଦଶନ୍ଧି ଧରି ଏହି ବାଘ ନଖ ଲଣ୍ଡନରେ ରଖାଯାଇଛି । ଯାହା ଏବେ ଭାରତ ଫେରିବ ବୋଲି ଶୁଣିବାକୁ ମିଳିଛି ।

ରିପୋର୍ଟ ମୁତାବକ, ଶିବାଜୀ ମହାରାଜଙ୍କ ଏହି ହତିଆର ମରାଠାର ରାଜଧାନୀ ସତାରାରେ ରଖାଯାଇଥିଲା । ଇଂରେଜମାନେ ଭାରତ ଆସିବା ପରେ ମରାଠା ପେଶୱାର ପ୍ରଧନେମନ୍ତ୍ରୀ ୧୮୧୮ରେ ଏହାକୁ ଇଷ୍ଟ ଇଣ୍ଡିଆ କମ୍ପାନୀର ଅଧିକାରୀ ଜେମ୍ସ ଗ୍ରାଣ୍ଟ ଡଫଙ୍କୁ ଉପହାର ଭାବେ ଦେଥିଲେ । ୧୮୨୪ରେ ଡଫ୍ ଇଂଲଣ୍ଡ ଫେରିବା ପରେ ଏହାକୁ ଲଣ୍ଡନର ଭିକ୍ଟୋରିଆ ଆଣ୍ଡ ଆଲବର୍ଟ ମ୍ୟୁଜିୟମକୁ ଦାନ କରିଥିଲେ । ସେବେଠାରୁ ଏହି ବାଘ ନଖ ସେହିଠାରେ ରହିଛି ।

ସୂଚନା ମୁତାବକ, ମହାରାଷ୍ଟ୍ରର ସଂସ୍କୃତି ମନ୍ତ୍ରୀ ଏହି ବାଘ ନଖକୁ ଭାରତ ଫେରାଇ ଆଣିବା ଉପରେ ଖବର ଦେଇଛନ୍ତି । ସେ ଚଳିତ ମାସ ଶେଷ ସୁଦ୍ଧା ଲଣ୍ଡନ ଯାଇ ଲଣ୍ଡନ ସ୍ଥିତ ଭିକ୍ଟୋରିଆ ଆଣ୍ଡ ଆଲବର୍ଟ ମ୍ୟୁଜିୟମ ଅଥରିଟିଙ୍କ ସହ ଚୁକ୍ତିପତ୍ର ସ୍ୱାକ୍ଷର କରି ଏହାକୁ ଫେରାଇ ଆଣିବେ। ଯେମିତିକି ଚଳିତ ବର୍ଷ ଶେଷ ସୁଦ୍ଧା ଏହାକୁ ଭାରତକୁ ଫେରାଇ ଅଣାଯିବ ବୋଲି ସୂଚନା ଦିଆଯାଇଛି ।

‘ଶିବାଜୀ ଆଣ୍ଡ୍ ହିଜ୍ ଟାଇମ୍ସ’ ପୁସ୍ତକ ଅନୁସାରେ ୧୬୫୯ ପରେ ତତ୍କାଳୀନ ରାଜା ଅଫଜାଲ ଖାନ୍ ଶିବାଜୀଙ୍କୁ ଏକ ଚୁକ୍ତି ପାଇଁ ଡାକିଥିଲେ । ଶିବାଜୀ ନିଜର ୨ ଜଣ ବିଶ୍ୱସ୍ତ ସାଥୀଙ୍କ ସହ ସେଠାରେ ପହଞ୍ଚିଥିଲେ । ପହଞ୍ଚିବା ପରେ ଅଫଜାଲ ଖାନ୍ ଶିବାଜୀଙ୍କୁ ଅଦିଲ ଖାନଙ୍କ ଅଧୀନ ହୋଇଯିବାକୁ ପ୍ରସ୍ତାବ ଦେଇଥିଲେ । ବିରୋଧ କରିବାରୁ ଶିବାଜୀଙ୍କ ଉପରକୁ ଆକ୍ରମଣ କରିଥିଲେ । ଶିବାଜୀ ମଧ୍ୟ ନିଜ ବୁଦ୍ଧି ବଳରେ ସବୁ ପ୍ରସ୍ତୁତି କରିକି ଆସିଥିଲେ । ପାଖରେ ଏହି ସ୍ୱତନ୍ତ୍ର ହତିଆର ରଖିଥିଲେ । ଅଫଜାଲ ଖାନ୍ ତାଙ୍କୁ ଆଲିଙ୍ଗନ କରି ମାରିବାକୁ ଚେଷ୍ଟା କରୁଥିବା ସମୟରେ ଶିବାଜୀ ଏହି ବାଘ ନଖ ଦ୍ୱାରା ଅଫଜାଲଙ୍କୁ ହତ୍ୟା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.