ମେଷ ରାଶିକୁ ଚଳିଲେ ଦେବଗୁରୁ ବୃହସ୍ପତି, ଆସନ୍ତା ଅକ୍ଟୋବର ମାସ ଏହି ରାଶିଙ୍କୁ ମିଳିବ ଅନେକ ସଫଳତା

ଦେବଗୁରୁ ବୃହସ୍ପତି ସେପ୍ଟେମ୍ବର ମାସ ୪ ତାରିଖ ସନ୍ଧ୍ୟା ୪:୫୮ ମିନିଟ୍ ରେ ମେଷ ରାଶିରେ ପ୍ରବେଶ କରିଛନ୍ତି । ଏହାର ପ୍ରଭାବ ସମସ୍ତ ରାଶିର ବ୍ୟକ୍ତିଙ୍କ ଜୀବନରେ ପଡ଼ିବ । ଏଠାରେ ସେ ଡିସେମ୍ବର ମାସ ୩୧ ତାରିଖ ଯାଏଁ ଅବସ୍ଥାପନ କରିବେ । ବୃହସ୍ପତିଙ୍କ ଏହି ରାଶି ପରିବର୍ତ୍ତନ ହେତୁ ରାଜଯୋଗ ଗଠନ ହେବ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ ବା ରାଶି ପରିବର୍ତ୍ତନ କରିଥାଆନ୍ତି । ଗ୍ରହମାନଙ୍କର ଏହି ଚଳନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଏହାଛଡ଼ା ଗ୍ରହମାନଙ୍କର ରାଶି ପରିବର୍ତ୍ତନ ଯୋଗୁଁ ଲୋକଙ୍କ ଭାଗ୍ୟ ମଧ୍ଯ ବଦଳିଥାଏ । ତେବେ ଦେବଗୁରୁ ବୃହସ୍ପତି ସେପ୍ଟେମ୍ବର ମାସ ୪ ତାରିଖ ସନ୍ଧ୍ୟା ୪:୫୮ ମିନିଟ୍ ରେ ମେଷ ରାଶିରେ ପ୍ରବେଶ କରିଛନ୍ତି । ଏହାର ପ୍ରଭାବ ସମସ୍ତ ରାଶିର ବ୍ୟକ୍ତିଙ୍କ ଜୀବନରେ ପଡ଼ିବ । ଏଠାରେ ସେ ଡିସେମ୍ବର ମାସ ୩୧ ତାରିଖ ଯାଏଁ ଅବସ୍ଥାପନ କରିବେ । ବୃହସ୍ପତିଙ୍କ ଏହି ରାଶି ପରିବର୍ତ୍ତନ ହେତୁ ରାଜଯୋଗ ଗଠନ ହେବ। ବୃହସ୍ପତିଙ୍କୁ ଜ୍ଞାନ, ଭାଗ୍ୟ, ଅଭିବୃଦ୍ଧିର ଗ୍ରହ ବୋଲି କୁହାଯାଏ । ଏହି ସମୟ ମଧ୍ଯରେ ୩ଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି । ବୃହସ୍ପତିଙ୍କ ଏହି ରାଶି ପରିବର୍ତ୍ତନ ହେତୁ କେଉଁ ୩ଟି ରାଶିର ଜୀବନରେ ପରିବର୍ତ୍ତନ ହେବ ଆସନ୍ତୁ ଜାଣିବା ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଶିକ୍ଷକ, ସନ୍ତାନ, ବଡ଼ଭାଇ, ଶିକ୍ଷା, ଧାର୍ମିକ କାର୍ଯ୍ୟ, ଧନ, ଦାନ, ପୂଣ୍ୟ ଏବଂ ବୃଦ୍ଧି ଆଦିର କାରକ ଭାବେ ଗଣନା କରାଯାଏ । ଏଥିପାଇଁ ଯେବେବି ବୃହସ୍ପତି ଚଳନ ହୁଏ ଏହାର ପ୍ରଭାବ ମାନବ ଜୀବନ ଓ ପୃଥିବୀ ଉପରେ ପଡିଥାଏ । ଏହା କାହାପାଇଁ ଶୁଭ ଫଳ ପ୍ରଦାନ କରିଥାଏ ତ କାହାପାଇଁ ଅଶୁଭ ।

ମେଷ ରାଶି
ବୃହସ୍ପତିଙ୍କର ବକ୍ର ଗତି ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁଭପ୍ରଦ ହେଇପାରେ । କାରଣ ବୃହସ୍ପତି ମେଷ ରାଶିରେ ଲଗ୍ନ ଭାବରେ ବକ୍ର ଚଳନ କରିବାକୁ ଯାଉଛନ୍ତି । ଏହାଦ୍ବାରା ଏହି ରାଶିର ବ୍ୟକ୍ତିମାନଙ୍କର ଆତ୍ମବିଶ୍ଵାସରେ ବୃଦ୍ଧି ହେବ । ଏହାସହ ନୂତନ ଉତ୍ସାହର ସଂଚାର ମଧ୍ୟ ହେବ । ଯଦି ଏହି ସମୟରେ ଆପଣ କୌଣସି ନୂତନ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ତାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ । ବୃହସ୍ପତି ଆପଣଙ୍କ ରାଶିର ନବମ ଏବଂ ଦ୍ଵାଦଶ ସ୍ଥାନର ଅଧିପତି ଅଟନ୍ତି ଏହାଯୋଗୁଁ ଭାଗ୍ଯ ଆପଣଙ୍କୁ ସହଯୋଗ କରିବ । ଏହା ସହ ଆପଣ ସଞ୍ଚୟ କରିବେ ।

ମିଥୁନ ରାଶି
ଦେବଗୁରୁ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ଫଳରେ ରାଜଯୋଗ ଗଠନ ହେବାକୁ ଯାଉଛି । ଏହି ଯୋଗ ଫଳରେ ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଉଦୟ ହେବ । ଏହି ସମୟରେ ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ । ଜୀବନସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ । ସମ୍ପର୍କରେ ମଧୁରତା ଆସିବ । ଧନ ଓ ଆୟ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ଭ୍ରମଣ ଯୋଗ ରହିଛି ।

ସିଂହ ରାଶି
ସ୍ୱାସ୍ଥ୍ୟ ଭଲ ରହିବ । ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ପୁରୁଣା ବିନିଯୋଗରୁ ଲାଭ ମିଳିବ । ସନ୍ତାନ ସନ୍ତତି ମାନଙ୍କଠାରୁ ଭଲ ଖବର ପାଇ ମନ ପ୍ରସନ୍ନ ରହିବ। ଆୟ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି । ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହୋଇପାରେ । କଠିନ ସମୟ ଦୂର ହେବ । ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ହେତୁ ଲୋକମାନଙ୍କ ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ପ୍ରକାଶ ପାଇବ। ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ମିଳିବ । ଅବିବାହିତଙ୍କ ବିବାହ ସ୍ଥିର ହୋଇପାରେ ।

ତୁଳା ରାଶି
ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ବୃହସ୍ପତିଙ୍କର ବକ୍ର ଚଳନ ଅନୁକୂଳ ହେବ । କାରଣ ଗୁରୁ ଗ୍ରହ ଆପଣଙ୍କ ଗୋଚର କୁଣ୍ଡଳୀ ସପ୍ତମ ଭାବରେ ଯାତ୍ରା କରିବେ । ଏହା ପ୍ରଭାବରେ ଏହି ରାଶିର ବିବାହିତ ବ୍ୟକ୍ତି ମାନକର ବୈବାହିକ ଜୀବନ ସୁଖମୟ ହେବ । ଅବିବାହିତ ମାନକ ପାଇଁ ବିବାହର ଯୋଗ ରହିଛି । ବୃହସ୍ପତି, ତୁଳା ରାଶିର ତୃତୀୟ ଏବଂ ଷଷ୍ଠ ସ୍ଥାନର ଅଧିପତି ଅଟନ୍ତି । ଏହାଦ୍ବାରା ଆପଣଙ୍କୁ କୋର୍ଟକଚେରି ମାମଲାରେ ସଫଳତା ମିଳିବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.