ମରକ୍କୋ ଭୂକମ୍ପ: ଦୁଃଖ ପ୍ରକାଶ କରି ଟ୍ଵିଟ କଲେ ପ୍ରଧାନମନ୍ତ୍ରୀ ମୋଦି

ମରକ୍କୋରେ ହୋଇଥିବା ଭୂକମ୍ପରେ କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ୍‌ କରି ଲେଖିଛନ୍ତି ଯେ ମରକ୍କୋ ଭୂକମ୍ପରେ ହୋଇଥିବା ଜୀବନ ହାନି ପାଇଁ ମୁଁ ଅତ୍ୟନ୍ତ ଦୁଃଖିତ । ଏହି ଦୁଃଖଦ ସମୟରେ ମରକ୍କୋ ସହ ମୋର ସମବେଦନା ରହିଛି ।

ଆଜି ସକାଳେ ହୋଇଥିବା ଭୟଙ୍କର ଭୂକମ୍ପରେ ଆଫ୍ରିକୀୟ ଦେଶ ମରକ୍କୋ ଥରି ଯାଇଛି । ୬.୮ ମ୍ୟାଗ୍ନିଚ୍ୟୁଡର ଏହି ଭୂକମ୍ପ ଏଠାରେ ଅନେକ ଧ୍ୱଂସ ଘଟାଇଛି। ଏହି ଘଟଣାରେ ୬୩୨ ଜଣ ପ୍ରାଣ ହରାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି । ଏଭଳି ଭୟଙ୍କର ଭୂକମ୍ପ ଯୋଗୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଏହି ଭୂକମ୍ପରେ ଅନେକ ଅଟ୍ଟାଳିକା ଧ୍ୱଂସ ହୋଇଯାଇଛି । ଏହି ଧ୍ୱଂସ ଅଟ୍ଟାଳିକା ତଳେ ବହୁ ସଂଖ୍ୟକ ଲୋକ ପୋତି ହୋଇଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା ୬୩୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

ମରକ୍କୋରେ ହୋଇଥିବା ଭୂକମ୍ପରେ କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ୍‌ କରି ଲେଖିଛନ୍ତି ଯେ ମରକ୍କୋ ଭୂକମ୍ପରେ ହୋଇଥିବା ଜୀବନ ହାନି ପାଇଁ ମୁଁ ଅତ୍ୟନ୍ତ ଦୁଃଖିତ। ଏହି ଦୁଃଖଦ ସମୟରେ ମରକ୍କୋ ସହ ମୋର ସମବେଦନା ରହିଛି । ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା ରହିଛି । ମୁଁ ଆହତମାନଙ୍କ ଆରୋଗ୍ୟ ପାଇଁ କାମନା କରୁଛି। ଏହି ଦୁଃଖଦ ସମୟରେ ମରକ୍କୋକୁ ଭାରତ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛି।

ସୂଚନା ଅନୁଯାୟୀ ଆଜି ସକାଳେ ଘଟିଥିବା ଭୂକମ୍ପର କେନ୍ଦ୍ରସ୍ଥଳ ମରକ୍କୋ ସହରଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ଥିବା ମରାକେଶ ସହର ଠାରେ ହୋଇଥିଲା। ଏହି ଭୂକମ୍ପର ଝଟକା ଏତେ ଶକ୍ତିଶାଳୀ ଥିଲା ଯେ ଏହାର ପ୍ରଭାବ ପ୍ରାୟ ୩୫୦ କିଲୋମିଟର ଦୂରରେ ଥିବା ମରକ୍କୋର ରାଜଧାନୀ ରବାତରେ ମଧ୍ୟ ଅନୁଭୂତ ହୋଇଥିଲା । ଭାରତୀୟ ସମୟ ଅନୁଯାୟୀ, ଆଜି ସକାଳ ପ୍ରାୟ ୩ଟା ୪୧ମିନିଟ ସମୟରେ ମରକ୍କୋରେ ଭୂକମ୍ପ ଘଟିଥିଲା । ଗତ ୧୨୦ ବର୍ଷ ମଧ୍ୟରେ ଉତ୍ତର ଆଫ୍ରିକାରେ ଏହି ଭୂକମ୍ପ ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ବୋଲି କୁହାଯାଉଛି ।

ୟୁଏସଜିଏସ ଅନୁଯାୟୀ, ୧୯୦୦ ମସିହା ପରଠାରୁ ଏହି ଅଞ୍ଚଳର ୫୦୦ କିଲୋମିଟର ଅଞ୍ଚଳରେ , ଏଭଳି ଶକ୍ତିଶାଳୀ ଭୂକମ୍ପ ଘଟିନାହିଁ । ଏହି ଭୂକମ୍ପର ଲେବଲ M୬ ରେକର୍ଡ ହୋଇଥିବାବେଳେ ଏହା ପୂର୍ବରୁ କେବଳ M୫ ଲେବଲର ଭୂକମ୍ପ ରେକର୍ଡ କରାଯାଇଛି | ଭୂକମ୍ପର କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ଗୋଟିଏ ଝଟକାରେ ଏକ ପୁରୁଣା କୋଠା ଭୁଶୁଡ଼ି ପଡ଼ିଥିଲା। ଏହି ଘଟଣା ପରେ ସେଠାରେ ଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.