150K ଛୁଇଁଲା ଇତି ସାମନ୍ତଙ୍କ ଫେସବୁକ ଫଲୋୟର୍ସଙ୍କ ସଂଖ୍ୟା, କୃତଜ୍ଞତା ଜଣାଇଲେ କାଦମ୍ବିନୀ ପତ୍ରିକାର ସମ୍ପାଦିକା
ଓଡ଼ିଆ ସାହିତ୍ୟ କାଦମ୍ବିନୀ ପତ୍ରିକାର ସମ୍ପାଦିକା ଇତି ସାମନ୍ତଙ୍କ ସୋସିଆଲ ମିଡ଼ିଆ ଫେସବୁକ ଆକାଉଣ୍ଟରେ ଫଲୋୟର୍ସଙ୍କ ସଂଖ୍ୟା 150K ଛୁଇଁଛି। ପ୍ରଶଂସକଙ୍କଠାରୁ ମିଳିଥିବା ଏହି ଭଲ ପାଇବା ଦେଖି ଇତି ଫେସବୁକରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ଇତି ସାମନ୍ତ ଜଣେ ଓଡ଼ିଆ ଲେଖିକା ଏବଂ ଚଳଚ୍ଚିତ୍ର ପ୍ରଯୋଜିକା । ସେ ଓଡ଼ିଆ ସାହିତ୍ୟ କାଦମ୍ବିନୀ ପତ୍ରିକାର ସମ୍ପାଦିକା ଭାବରେ କାର୍ଯ୍ୟ କରୁଛନ୍ତି। ଏହି ସଂସ୍ଥା ଜରିଆରେ ସେ ଓଡ଼ିଆଭାଷା ଏବଂ ସଂସ୍କୃତି ପ୍ରସାର ଦିଗରେ ଅନେକ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରିଆସୁଛନ୍ତି । ନିକଟରେ ଇତିଙ୍କ ସୋସିଆଲ ମିଡ଼ିଆ ଫେସବୁକ ଆକାଉଣ୍ଟରେ ଫଲୋୟର୍ସଙ୍କ ସଂଖ୍ୟା 150K ଛୁଇଁଛି। ପ୍ରଶଂସକଙ୍କଠାରୁ ମିଳିଥିବା ଏହି ଭଲ ପାଇବା ଦେଖି ଇତି ଫେସବୁକରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସେ ଲେଖିଛନ୍ତି ଯେ ଆଜି ମୋର ଆପଣମାନଙ୍କୁ ଧନ୍ୟବାଦ ଦେବାର କଥା। ଏହାର କାରଣ ନିଶ୍ଚିତ ଭାବରେ ଆପଣମାନଙ୍କ ମନରେ ଉଙ୍କି ମାରୁଥୁବ । ମୁଁ ବହୁତ ଖୁସି ଆପଣମାନେ ମୋତେ ଗ୍ରହଣ କରିଛନ୍ତି । ମୋର ବ୍ୟକ୍ତିତ୍ୱକୁ ପସନ୍ଦ କରିଛନ୍ତି । ମୋର ଲେଖାକୁ ଭଲପାଇଛନ୍ତି। ସର୍ବୋପରି ମୋର ସମସ୍ତ କାମକୁ ମଧ୍ୟ ଭଲପାଇଛନ୍ତି। ସେହି ଭଲପାଇବା ଦେଇ ମୋତେ ଦୀର୍ଘ ବର୍ଷ ଧରି ସବୁକ୍ଷେତ୍ରରେ ପ୍ରୋତ୍ସାହିତ କରିଆସୁଛନ୍ତି । ସେ ପ୍ରୋତ୍ସାହନର ଆଉ ଗୋଟିଏ ଦିଗ ହେଉଛି ମୋର ସୋସିଆଲ ମିଡ଼ିଆ। ବିଶେଷ କରି ମୋର ଫେସବୁକ ପେଜ । ଆପଣମାନଙ୍କ ଏହି ଭଳି ସ୍ନେହ ଶ୍ରଦ୍ଧା ପ୍ରୋତ୍ସାହନ ସବୁକିଛି ଅତୁଟ ରହିଥାଉ । 150K ଫଲୋୟର୍ସ ଛୁଇଁବା ପରେ କୃତଜ୍ଞନ୍ତା ଜ୍ଞାପନ ସହ ଏହି ସବୁ କେବଳ ଲୋକଙ୍କ ପାଇଁ ସମ୍ଭବ ହୋଇଛି ବୋଲି ସେ କହିଛନ୍ତି।
ଇତି ଆହୁରି ମଧ୍ୟ କହିଛନ୍ତି ଯେ ଆଉଥରେ ବହୁତ ବହୁତ ଧନ୍ୟବାଦ । ଆପଣ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା…ଏଇ ଜୀବନ ଉତ୍ସର୍ଗ ମୋର ଭାଷା ସାହିତ୍ୟ କଳା ସଂସ୍କୃତି ପରମ୍ପରା ପାଇଁ । ମୋ ଜୀବନର ଶେଷ ପର୍ଯ୍ୟନ୍ତ ଏହାକୁ ବଜାୟ ରଖିବି । ହଁ ସେଥିପାଇଁ ମତେ ଆପଣମାନଙ୍କ ସ୍ନେହ, ଶ୍ରଦ୍ଧା, ଭଲପାଇବା, ତଥା ଆଶୀର୍ବାଦ ଦରକାର ବୋଲି ଇତି କହିଛନ୍ତି।