Below header

ନ୍ୟୁଜିଲାଣ୍ଡର ସେଣ୍ଟ୍ରାଲ ଖ୍ରୀଷ୍ଟଚର୍ଚ୍ଚ ସହରର ମସଜିଦ୍‌ରେ ବନ୍ଧୁକଧାରୀର ଆଖିବୁଜା ଗୁଳିମାଡ , ୪୯ ମୃତ

ନ୍ୟୁଜିଲାଣ୍ଡ: କେନ୍ୟୁଜ୍ ନ୍ୟୁଜିଲାଣ୍ଡରେ ବଡ଼ ଧରଣର ଗୁଳିକାଣ୍ଡ । ଖ୍ରୀଷ୍ଟ ଚର୍ଚ୍ଚର ଦୁଇଟି ମସ୍‌ଜିଦ୍‌ରେ ଗୁଳିମାଡ଼ ହୋଇଛି । ଅଲନୁର ଓ ଲିନଉଡ୍‌ ମସଜିଦ୍‌ରେ ହୋଇଥିବା ଗୁଳିମାଡ଼ରେ ୪୯ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଜଣେ ମହିଳା ଜଅଛନ୍ତି । ନ୍ୟୁଜିଲାଣ୍ଡ ମିଡିଆ ଅନୁସାରେ ଗୁଳିମାଡ଼ କରିଥିବା ବନ୍ଧୁକଧାରୀ ୧୭ ମିନିଟ୍‌ ପର୍ଯ୍ୟନ୍ତ ଲାଇଭ୍‌ ଭିଡିଓ କରିଥିଲା । ଜଣେ ବନ୍ଧୁକଧାରୀ ଅଷ୍ଟ୍ରେଲିଆର ବୋଲି ଜଣାପଡ଼ିଛି ।

୨୮ ବର୍ଷୀୟ ଏହି ବନ୍ଧୁକଧାରୀ ପ୍ରଥମେ ଅଲନୁର ମସ୍‌ଜିଦ୍‌ ନିକଟରେ କାର୍‌ ପାର୍କ କରିବା ପରେ ଭିତରକୁ ପ୍ରବେଶ କରିଥିଲା । ଏହା ପରେ ଆଖିବୁଜା ଗୁଳି ଚାଳନା କରିଥିଲା । ଏହା ପରେ ଲିନ୍‌ଉଡ୍‌ ଚର୍ଚ୍ଚରେ ଫାୟାରିଂ ହୋଇଥିଲା । ବନ୍ଧୁକଧାରୀ ଆର୍ମୀ ପୋଷାକରେ ଆସିଥିଲା । ମସ୍‌ଜିଦ୍‌ରେ ଏବେ ବି ଆଉ କିଛି ବନ୍ଧୁକଧାରୀ ରହିଥିବା ସୂଚନା ମିଳୁଛି । ତାକୁ କାବୁ କରିବାକୁ ପ୍ରୟାସ ଜାରି ରଖିଛି ପୋଲିସ । ଏହା ନ୍ୟୁଜିଲାଣ୍ଡ ଇତିହାସରେ କଳା ଦିନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଗୁଳିମାଡ଼ ପରେ ଘରୁ କାହାରିକୁ ନବାହାରିବା ପାଇଁ ପୋଲିସ ପକ୍ଷରୁ କୁହାଯାଇଛି । ସହରର ସବୁ ସ୍କୁଲକୁ ବନ୍ଦ କରାଯାଇଛି ।

bangladesh playerଏହି ଗୁଳିମାଡ଼ ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାଂଲାଦେଶ କ୍ରିକେଟ୍‌ ଟିମ୍‌ର ଖେଳାଳି । ଗୁଳିମାଡ଼ ବେଳେ ବାଂଲାଦେଶ ଟିମ୍‌ର ଖେଳାଳି ମସ୍‌ଜିଦ୍‌ ଭିତରେ ନମାଜ୍‌ ପଢୁଥିଲେ । ଗୁଳିମାଡ଼ ହେବା ମାତ୍ରେ ଖେଳାଳିଙ୍କୁ ସୁରକ୍ଷିତ ବାହାରକୁ କଢାଯାଇଥିଲା । ଖେଳାଳିମାନେ ମସ୍‌ଜିଦ୍‌ ପାଖ ପାର୍କ ଦେଇ ଦୌଡ଼ି ପଳାଇ ଆସିଥିଲେ । ବାଲାଂଦେଶ ଟିମ୍‌ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି । ତୃତୀୟ ଟେଷ୍ଟ ପୂର୍ବରୁ ଖେଳାଳିମାନେ ପ୍ରାକ୍ଟିସ୍‌ ସାରିବା ପରେ ମସ୍‌ଜିଦ୍‌କୁ ଯାଇଥିଲେ । ଏହି ଗୁଳିମାଡ଼ ଘଟଣା ପରେ ନ୍ୟୁଜିଲାଣ୍ଡ-ବାଂଲାଦେଶ ମଧ୍ୟରେ ହେବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ ବାତିଲ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.