ଆଜିଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ କରନ୍ତୁ ବିଶେଷ ପୂଜାର୍ଚ୍ଚନା , ଦୂରହେବ ଏହି ଦୋଷ

ଜ୍ୟୋତିଷଶାସ୍ତ୍ର ଅନୁସାରେ ରାଶିମାନଙ୍କ ମଧ୍ୟରେ ବୃହଷ୍ପତ୍ତି ଗ୍ରହର ରାଶି ହେଉଛିନ୍ତି ଧନୁ ଏବଂ ମୀନ ରାଶି । ଯଦି କେବେ ଏହି ରାଶିରେ ଗ୍ରହମାନଙ୍କ ରାଜା ସୂର୍ଯ୍ୟ ପ୍ରବେଶ କରିଥାନ୍ତି ତେବେ ଏହି ଦୁଇଟି ରାଶିରେ ଖରମାସ ଦୋଷ ଲାଗିଥାଏ । ଏଥିପାଇଁ ଏହି ସମୟରେ କୌଣସି ପ୍ରକାର ଶୁଭ କାମ କରାଯାଇନଥାଏ ।

ତେବେ ସୂଚନା ଅନୁଯାୟୀ ଖରମାସ ଆଜି ଅର୍ଥାତ୍ ମାର୍ଚ୍ଚ ୧୫ ତାରିଖ ଶୁକ୍ରବାର ସକାଳ ୮ଟା ୧୦ ମିନିଟରୁ ମୀନ ରାଶିରେ ପ୍ରବେଶ କରିଛି । ସେଥିପାଇଁ ଆଜିଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଖରମାସ ଦୋଷ ଲାଗିରହିବ । ଏହି ମାସେ ଭିତରେ ଭଗବାନଙ୍କ ଆରାଧନାରେ ବିଶେଷ ମହତ୍ୱ ରହିଛି ।

surjyaଏହି ମାସେ ଭିତରେ କଣ କରିବେ :

-ଧର୍ମଗ୍ରନ୍ଥ ଅନୁସାରେ, ଏହି ମାସରେ ସକାଳୁ ସୂର‌୍ୟ୍ୟୋଦୟ ପୂର୍ବରୁ ଉଠି ଶୌଚ, ସ୍ନାନ ଆଦି ସାରି ଭଗବାନଙ୍କୁ ସ୍ମରଣ କରିବା ଉଚିତ ଏବଂ ପୁରୁଷୋତ୍ତମ ମାସର ନିୟମ ପୁରା କରିବା ଉଚିତ। ଏହାଦ୍ୱାରା ଭଗବାନଙ୍କ ବିଶେଷ କୃପା ଲାଭ ହୋଇଥାଏ ।

-ଏହି ମାସରେ ଘରେ, ମନ୍ଦିରରେ ଭଗବାନଙ୍କ କଥା ଆଲୋଚନା କରିବା ଦ୍ବାରା ଶୁଭଫଳ ମିଳିଥାଏ । ଏହି ମାସରେ ଭଗବାନଙ୍କ ବିଶେଷ ପୂଜା କରାଯାଇଥାଏ ।

Lord-Vishnu– ଏହି ମାସରେ ଦାନ, ପୁଣ୍ୟ ଆଦି କରାଯାଇଥାଏ । ଯାହାଦ୍ବାରା ପୂଣ୍ୟ ପ୍ରାପ୍ତି ହୋଇଥାଏ ।

-ପୁରୁଷୋତ୍ତମ ମାସ ସମ୍ବନ୍ଧରେ ଧର୍ମ ଗ୍ରନ୍ଥରେ ଲେଖା ଅଛି-ପୁରୁଷୋତ୍ତମ ମାସରେ ନିୟମ ପାଳନ କରି ପୂଜା କଲେ ଭଗବାନ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ।

Lord-Vishnu avtar-ଧର୍ମ ଗ୍ରନ୍ଥରେ ରହିଥିବା ଶ୍ଳୋକ ଯାହା ଖରମାସରେ ଜପ କରିବା ଦ୍ୱାରା ପୁଣ୍ୟ ମିଳିଥାଏ । ଏହି ମନ୍ତ୍ର ଜପ କିଭଳି କରିବେ ସେ ସମ୍ପର୍କରେ ମଧ୍ୟ ଗ୍ରନ୍ଥରେ ଲେଖାରହିଛି ଆପଣ ପଣ୍ଡିତଙ୍କ ପରାମର୍ଶ ମଧ୍ଯ ନେଇପାରିବେ  ।

-ମନ୍ତ୍ର ଜପ ସମୟରେ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିବା ଉଚିତ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.