Below header

ଶ୍ରମିକଙ୍କୁ ମିଳିଛି ଲ୍ୟାଣ୍ଡଲାଇନ ଫୋନ ବ୍ୟବସ୍ଥା, ଉଦ୍ଧାର ହେବାକୁ ଆହୁରି ମାସେ

ଏବେ ଟନେଲରେ ଫସିରହିଥିବା ଶ୍ରମିକ ମାନଙ୍କୁ ମିଳିଛି ଲ୍ୟାଣ୍ଡଲାଇନ ଫୋନ ବ୍ୟବସ୍ଥା । ବିଏସଏନଏଲ ପକ୍ଷରୁ ଶ୍ରମିକ ମାନଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି । ଏକ ଛୋଟ ଲ୍ୟାଣ୍ଡଫୋନ ସୁଡ଼ଙ୍ଗ ଭିତରକୁ ପଠାଯାଇଛି । ଯେଉଁଥିରେ ଇନକମିଂ ଏବଂ ଆଉଟଗୋଇଙ୍ଗର ସୁବିଧା ରହିଛି ।

ଆଜିକୁ ୧୫ ଦିନ ହେବ ଚାଲିଛି ଉଦ୍ଧାର କାର୍ଯ୍ୟ । କେବେ ଟନେଲରୁ ଉଦ୍ଧାର ହେବେ ଫସିଥିବା ୪୧ ଶ୍ରମିକ? ଦିନ ଯେତେ ଗଡୁଛି, ସୁରକ୍ଷିତ ଉଦ୍ଧାର ନେଇ ବଢୁଛି ଦେଶବାସୀଙ୍କ ଉତ୍କଣ୍ଠା । ଏବେ ଟନେଲରେ ଫସିରହିଥିବା ଶ୍ରମିକ ମାନଙ୍କୁ ମିଳିଛି ଲ୍ୟାଣ୍ଡଲାଇନ ଫୋନ ବ୍ୟବସ୍ଥା । ବିଏସଏନଏଲ ପକ୍ଷରୁ ଶ୍ରମିକ ମାନଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି । ଏକ ଛୋଟ ଲ୍ୟାଣ୍ଡଫୋନ ସୁଡ଼ଙ୍ଗ ଭିତରକୁ ପଠାଯାଇଛି । ଯେଉଁଥିରେ ଇନକମିଂ ଏବଂ ଆଉଟଗୋଇଙ୍ଗର ସୁବିଧା ରହିଛି । ସୁଡ଼ଙ୍ଗ ଭିତରେ ନେଟୱର୍କ ନଥିବା କାରଣରୁ ନିକଟରେ ଏକ ଛୋଟ ଟେଲିଫୋନ ଏକ୍ସଚେଞ୍ଜ ସ୍ଥାପିତ ହୋଇଛି ।

ରେସ୍କ୍ୟୁ ଅପରେସନରେ ଲାଗିଥିବା ଉଦ୍ଧାରକାରୀମାନେ ଶ୍ରମିକ ମାନଙ୍କ ପାଇଁ ସ୍ମାର୍ଟଫୋନ ମଧ୍ୟ ପଠାଇଛନ୍ତି । ଯେଉଁଥିରେ ସାପସିଡ଼ି, ଲୁଡ଼ୁ ଭଳି ଅନେକ ଗେମ ଡାଉନଲୋଡ଼ କରି ଦେଇଛନ୍ତି, ଯାହା ଦ୍ୱାରା ସେମାନଙ୍କ ମାନସିକ ସ୍ଥିତି ଠିକ ରହିବ ଏବଂ ଷ୍ଟ୍ରେସ କମ ହେବ । ସ୍ମାର୍ଟଫୋନ ମାଧ୍ୟମରେ ଟନେଲ ଭିତରେ ସେମାନଙ୍କ ସମୟ ସହଜରେ ବିତିଯିବ । କିନ୍ତୁ ନେଟୱର୍କ ନଥିବାରୁ ସେମାନେ ଏହି ସ୍ମାର୍ଟଫୋନରେ କଥା ହେଇ ପାରୁନାହାନ୍ତି ।

ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ କେବଳ ୧୦ ମିଟର ଡ୍ରିଲିଂ ବାକି ଅଛି । ଯଦି ଅଗର୍ ମେସିନର ବ୍ଲେଡ୍ ଭାଙ୍ଗି ନଥାନ୍ତା, ତେବେ ଏହି ଡ୍ରିଲିଂ ସହଜରେ ହୋଇଥାନ୍ତା । ଏଥିସହିତ ବର୍ତ୍ତମାନ ଉଦ୍ଧାରକାରୀ ଦଳ ଖନନ ପାଇଁ ଦୁଇଟି ଯୋଜନା ଉପରେ କାମ ଆରମ୍ଭ କରିଛନ୍ତି । ଉଦ୍ଧାରକାରୀ ଦଳ ବର୍ତ୍ତମାନ ଭୂଲମ୍ବ ଭାବରେ ଡ୍ରିଲ କରିବେ । ଆହୁରି ମଧ୍ୟ, ଅବଶିଷ୍ଟ ୧୦ ମିଟରର ଡ୍ରିଲିଂ ମାନୁଆଲରେ କରାଯିବ।

ସେହିପରି ସତଲେଜ ଜଳ ବିଦ୍ୟୁତ ନିଗମ ପକ୍ଷରୁ ପାହାଡ଼ ଉପରୁ ଭର୍ଟିକାଲ ଡ୍ରିଲିଂ କରାଯିବ । ଏଥିପାଇଁ ମେସିନ୍ ପ୍ରସ୍ତୁତ ହୋଇ ରହିଛି । ଟନେଲ ଉପରୁ ଗାତ କରି ଶ୍ରମିକଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରାଯାଉଛି । ଟନେଲ ମଧ୍ୟରୁ ଶ୍ରମିକ ବାହାରିବା ବେଳକୁ ଖ୍ରୀଷ୍ଟମାସ ହୋଇଯାଇପାରେ । ଏଭଳି ଆକଳନ କରିଛନ୍ତି ରେସକ୍ୟୁର ନିରୀକ୍ଷଣ କରୁଥିବା ଅନ୍ତର୍ଜାତୀୟ ଟନେଲ ଏକ୍ସପର୍ଟ ଆର୍ଣ୍ଣଲଡ ଡିକ୍ସ । ରେସକ୍ୟୁ ପାଇଁ ବିଭିନ୍ନ ବିକଳ୍ପକୁ ଅନୁଧ୍ୟାନ କରାଯାଉଛି । ଉଦ୍ଧାରକାର୍ଯ୍ୟ ବିଳମ୍ବ ହେଉଥିବା ବେଳେ, ଆଉ କେତେ ସମୟ ଲାଗିବ, ଏବେଠୁ ସଠିକ ଭାବେ କହିବା କଷ୍ଟକର ବୋଲି କହିଛନ୍ତି ଉଦ୍ଧାରକାରୀ ଅଧିକାରୀ । ସେ କହିଛନ୍ତି ଯେ, ମାନୁଆଲ୍ ଡ୍ରିଲିଂ ଆରମ୍ଭ ହେବା ପରେ ହିଁ ସକରାତ୍ମକ ସୂଚନା ଦେଇହେବ ।

ଏହି ସମୟରେ ଆଇଏମଡି ତୁଷାରପାତ ଏବଂ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣି ଜାରି କରିଛି । ପାଣିପାଗ ବିଭାଗ ଉତ୍ତରପ୍ରଦେଶ, ରୁଦ୍ରପ୍ରାୟାଗ, ଚାମୋଲି, ପିଥୋରାଗଡ ଏବଂ ଆଲମୋଡାର ଉପର ଅଞ୍ଚଳରେ ତୁଷାରପାତ ସହିତ ଭାରି ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛି । ସିଲ୍କିଆରା, ବଡକୋଟ୍ ହେଉଛି ଉତ୍ତରପ୍ରଦେଶର ସେହି ଅଞ୍ଚଳ ଯେଉଁଠାରେ ପ୍ରବଳ ତୁଷାରପାତ ହୁଏ । ପାହାଡ଼ିଆ ମାଟି ଯୋଗୁଁ ଏହା ହାଲୁକା ବର୍ଷା ପରେ ମଧ୍ୟ ଏହା ବୁଡ଼ିବାକୁ ଲାଗେ ।

ଏଭଳି ପରିସ୍ଥିତିରେ ଟନେଲ ଭିତରେ ଯେଉଁ ପାଇପ୍ ଭର୍ତ୍ତି କରାଯାଇଛି ଏବଂ ଏଠାରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଲୋକଙ୍କ ସୁରକ୍ଷା ପାଇଁ ଏକ ବଡ଼ ଆହ୍ୱାନ ହେବାକୁ ଯାଉଛି । ପାଣିପାଗ ବିଭାଗର ଚେତାବନୀ ଅନୁଯାୟୀ ଯଦି ଏଠାରେ ତୁଷାରପାତ ହୁଏ, ତେବେ ଉଦ୍ଧାର କାର୍ଯ୍ୟ ନିଶ୍ଚିତ ଭାବରେ ପ୍ରଭାବିତ ହେବ । ତୁଷାରପାତ ପରେ ବିଦ୍ୟୁତ୍ ସମସ୍ୟା ଉପୁଜିପାରେ । ଆହୁରି ମଧ୍ୟ ଥଣ୍ଡା ବୃଦ୍ଧି ହେତୁ ଟନେଲରେ ଫସି ରହିଥିବା ଶ୍ରମିକ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଲୋକମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବେ ।

ନଭେମ୍ବର ୧୨ ରେ, ସିଲ୍କିଆରାରେ ନିର୍ମାଣାଧୀନ ଟନେଲର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା ।  ଶ୍ରମିକମାନେ ଫସି ରହିଥିବା ସ୍ଥାନରେ ରେସ୍କ୍ୟୁ ଟିମ୍ ପହଞ୍ଚିବାକୁ ଅଳ୍ପ ଦୂର ରହିଥିବା ବେଳେ, ଖୋଦେଇ ସମୟରେ ବିଭିନ୍ନ କାରଣରୁ ବାଧା ଯୋଗୁଁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଉଦ୍ଧାରକାରୀ ଟିମ୍ ସୂଚନା ଦେଇଛି । ୪୧ ଜଣ ଯାକ ଶ୍ରମିକ ସୁସ୍ଥ ଅଛନ୍ତି ଏବଂ ସେମାନଙ୍କୁ ଖୁବ୍ ଶ୍ରୀଘ୍ର ସୁରକ୍ଷିତ ଭାବେ ଟନେଲ ବାହାରକୁ ଅଣାଯିବା ପାଇଁ ବ୍ୟବସ୍ଥା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.