Below header

୨୦୨୪କୁ ନେଇ ବାବା ଭେଙ୍ଗାଙ୍କ ଭୟାନକ ଭବିଷ୍ୟବାଣୀ, ପଡିବ ଅର୍ଥନୈତିକ ସଙ୍କଟ

ବାବା ଭେଙ୍ଗାଙ୍କ ଭବିଷ୍ୟ ବାଣୀକୁ ସମସ୍ତେ ବିଶ୍ୱାସ କରନ୍ତି । କାରଣ ତାଙ୍କର ଅନେକ ପୂର୍ବାନୁମାନ ସଠିକ ଭାବରେ କରିଛନ୍ତି । ତେବେ ବର୍ତ୍ତମାନ ୨୦୨୪ ପାଇଁ ବାବା ଭେଙ୍ଗା ରୁଷର ରାଷ୍ଟ୍ରପତି ପୁଟିନଙ୍କ ହତ୍ୟା, ୟୁରୋପରେ ଆତଙ୍କବାଦୀ ଆକ୍ରମଣର ବୃଦ୍ଧି ଏବଂ ଆଗାମୀ ବର୍ଷରେ ବାୟୋଲୋଜିକାଲ ଆଟାକ ଭଳି ଅନେକ ପୂର୍ବାନୁମାନ କରିଛନ୍ତି ।

ଦୃଷ୍ଟିହୀନ ବୁଲଗେରିଆର କ୍ଲେର୍ଭୋୟାଣ୍ଟ ଭେଙ୍ଗେଲିଆ ଗୁଷ୍ଟରୋଭା, ‘ବାବା ଭେଙ୍ଗା’ ଭାବରେ ଜଣାଶୁଣା, ୨୦୨୪ ପାଇଁ ଅନେକ ଭବିଷ୍ୟବାଣୀ କରିଯାଇଛନ୍ତି । ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଏବଂ ୯/୧୧ ଆକ୍ରମଣ ଭଳି ଘଟଣାଗୁଡ଼ିକର ସଠିକ୍ ପୂର୍ବାନୁମାନ ପାଇଁ ସେ ଖୁବ ଜଣାଶୁଣା । ବାବା ଭେଙ୍ଗାଙ୍କ ଭବିଷ୍ୟ ବାଣୀକୁ ସମସ୍ତେ ବିଶ୍ୱାସ କରନ୍ତି । କାରଣ ତାଙ୍କର ଅନେକ ପୂର୍ବାନୁମାନ ସଠିକ ଭାବରେ କରିଛନ୍ତି । ତେବେ ବର୍ତ୍ତମାନ ୨୦୨୪ ପାଇଁ ବାବା ଭେଙ୍ଗା ରୁଷର ରାଷ୍ଟ୍ରପତି ପୁଟିନଙ୍କ ହତ୍ୟା, ୟୁରୋପରେ ଆତଙ୍କବାଦୀ ଆକ୍ରମଣର ବୃଦ୍ଧି ଏବଂ ଆଗାମୀ ବର୍ଷରେ ବାୟୋଲୋଜିକାଲ ଆଟାକ ଭଳି ଅନେକ ପୂର୍ବାନୁମାନ କରିଛନ୍ତି । ତେବେ ଆସନ୍ତୁ ଜାଣିବା ବାବା ଭେଙ୍ଗା ୨୦୨୪ ପାଇଁ କଣ କଣ ପୂର୍ବାନୁମାନ କରିଛନ୍ତି ।

ପୁଟିନ ହତ୍ୟା: ଆଗାମୀ ବର୍ଷ ପାଇଁ ସେ ଭ୍ଲାଦିମିର ପୁଟିନଙ୍କ ହତ୍ୟାର ପୂର୍ବାନୁମାନ କରିଥିଲେ । ତେବେ ଏହାପୂର୍ବରୁ ମଧ୍ୟ ପୁଟିନ ଅନେକ ହତ୍ୟା ଉଦ୍ୟମର ସମ୍ମୁଖୀନ ହୋଇଥିଲେ ।

ୟୁରୋପରେ ଆତଙ୍କବାଦୀ ଆକ୍ରମଣର ବୃଦ୍ଧି: ବାବା ଭେଙ୍ଗାଙ୍କ ଅନୁଯାୟୀ ୟୁରୋପରେ ୨୦୨୪ ରେ ଆତଙ୍କବାଦୀ ଆକ୍ରମଣରେ ବୃଦ୍ଧି ଘଟିବ ।

ବାୟୋଲୋଜିକାଲ ଆଟାକ: ୨୦୨୪ ମସିହାରେ ବାୟୋଲୋଜିକାଲ ଅସ୍ତ୍ର ପରୀକ୍ଷଣ କିମ୍ବା ଆକ୍ରମଣ କରୁଥିବା ଏକ ‘ବଡ ଦେଶ’ର ଭବିଷ୍ୟବାଣୀ କରିଛନ୍ତି । ବାବା ଭେଙ୍ଗା ଆସନ୍ତା ବର୍ଷରେ ଏଭଳି ଅସ୍ତ୍ରଶସ୍ତ୍ରର ବିପଦକୁ ଦର୍ଶାଇଥିଲେ ।

ବିପୁଳ ଅର୍ଥନୈତିକ ସଙ୍କଟ: ବାବା ଭେଙ୍ଗା ଆଗାମୀ ୨୦୨୪ ମସିହାରେ ଏକ ପ୍ରମୁଖ ଅର୍ଥନୈତିକ ସଙ୍କଟ ବିଷୟରେ ଭବିଷ୍ୟବାଣୀ କରିଥିଲେ । ସେ ଏହାକୁ ଭୌଗୋଳିକ ରାଜନୈତିକ ତିକ୍ତତା, ପଶ୍ଚିମରୁ ପୂର୍ବକୁ ଅର୍ଥନୈତିକ ଶକ୍ତିର ପରିବର୍ତ୍ତନ ଏବଂ ଋଣ ସ୍ତର ବୃଦ୍ଧି ଭଳି କାରଣ ଦର୍ଶାଇଥିଲେ ।

ଏହିଭଳି ଭୟାନକ ଭବିଷ୍ୟବାଣୀ ମଧ୍ୟରେ ବାବା ଭେଙ୍ଗା କିଛି ସକରାତ୍ମକ ବିକାଶର ମଧ୍ୟ ପୂର୍ବାନୁମାନ କରିଥିଲେ:

ଚିକିତ୍ସା ସମ୍ବନ୍ଧୀୟ ସଫଳତା : ୨୦୨୪ ରେ ଆଲଜାଇମର ନୂତନ ଚିକିତ୍ସା ଏବଂ କର୍କଟ ରୋଗର ଉପଶମ ଉଦ୍ଭାବନ ସହିତ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସଫଳତାର ପୂର୍ବାନୁମାନ କରି ଯାଇଛନ୍ତି ।

ତେବେ ଆସନ୍ତୁ ଜାଣିବା କିଏ ଥିଲେ ବାବା ଭେଙ୍ଗା?

ବାବା ଭେଙ୍ଗା ୧୯୧୧ ମସିହାରେ ଉତ୍ତର ମାକେଡୋନିଆର ଷ୍ଟ୍ରୁମିକାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଧାର୍ମିକ ନେତା ତଥା ହର୍ବାଲ ଡାକ୍ତର ଥିଲେ । ମାତ୍ର ୧୨ ବର୍ଷ ବୟସରେ ଆଖି ହରାଇବା ସତ୍ୱେ ସେ ଭବିଷ୍ୟତ ଦେଖିବାର ଇଶ୍ୱରୀୟ ଉପହାର ପାଇଥିବାର ଦାବି କରିଥିଲେ । ଅଗଷ୍ଟ ୧୧ ୧୯୯୬ ରେ ତାଙ୍କର ଦେହାନ୍ତ ଘଟିଥିଲା । ସେ ଅନେକ ଭବିଷ୍ୟବାଣୀ ଛାଡିଯାଇଛନ୍ତି । ଯାହା ମଧ୍ୟରେ ତାଙ୍କର ଏହା ମଧ୍ୟ ବିଶ୍ୱାସ ରହିଥିଲା ଯେ ଦୁନିଆ ୫୦୭୯ରେ ସମାପ୍ତ ହୋଇଯିବ । ସେହି ଭଳି ୨୦୨୪ ପାଇଁ ମଧ୍ୟ ବାବା ଭେଙ୍ଗା ଭବିଷ୍ୟବାଣୀ କରିଥିଲେ କିନ୍ତୁ ଏହା ମଧ୍ୟରୁ କେତେ କଥା ବାସ୍ତବରେ ସତ ହେବ ତାହା କେବଳ ଆଗାମୀ ସମୟରେ ହି ଜଣାପଡିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.