Below header

ଜାଣନ୍ତୁ ମଇଳା ଜୋତା ସଫା କରିବାର ୫ଟି ଘରୋଇ ଉପାୟ, ଏପରି କଲେ ଚମକିବ ଜୋତା 

ସ୍କୁଲ ଓ କଲେଜରେ ଧଳା ପୋଷାକ ପିନ୍ଧିବାର ନିୟମ ରହିଛି । ତେବେ ଏହି ପରିସ୍ଥିତିରେ ଆପଣଙ୍କୁ କେବଳ ଧଳା ଜୋତା ପିନ୍ଧିବାକୁ ପଡିବ । ସେଥିପାଇଁ ଆମେ ଆଜି ଆପଣଙ୍କୁ କିଛି ଘରୋଇ ଟିପ୍ସ ଜଣାଇବୁ ଯାହା ଦ୍ୱାରା ଆପଣ ଆପଣଙ୍କ ଧଳା ଜୋତା ଭଲ ଭାବେ ସଫା କରିପାରିବେ । 

ଆପଣମାନେ ତ ଜାଣିଥିବେ ଯେ ମଇଳା ଜୋତାକୁ ସଫା କରିବା ଏକ ବଡ ଚ୍ୟାଲେଞ ହୋଇଥାଏ । ଏହା ସହ ଯଦି ଆପଣଙ୍କ ଜୋତା ଧଳା ତାହେଲେ ଏହାକୁ ସଫା କରିବା ଆହୁରି କଷ୍ଟକର ହୋଇଯାଏ । ସେହିପରି ଯଦି ଆପଣଙ୍କ ଜୋତା କପଡାର ତାହେଲେ ଏହାକୁ ସଫା କରିବା ସହଜ ହୋଇଥାଏ, ହେଲେ ଯଦି ସେଥିରେ ଦାଗ ଓ କାଦୁଅ ଲାଗିଥିବ ତାହେଲେ ସଫା କରିବା କଷ୍ଟ ହୋଇପାରେ । ଏଥିପାଇଁ ଅପାଣ ଯଦି ବାହାରକୁ ଯାଉଛନ୍ତି ତାହେଲେ ଅନ୍ୟ ରଙ୍ଗର ଜୋତା ପିନ୍ଧି ଯାଆନ୍ତୁ ଏବଂ ଧଳା ଜୋତା ରଖିଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଧଳା ଜୋତା ମଇଳା ହେବାରୁ ବଞ୍ଚି ଯିବ । କିନ୍ତୁ ବେଳେବେଳେ ସ୍କୁଲ ଓ କଲେଜରେ ଧଳା ଜୋତା ପିନ୍ଧିବାର ନିୟମ ରହିଛି । ତେବେ ଏହି ପରିସ୍ଥିତିରେ ଆପଣଙ୍କୁ କେବଳ ଧଳା ଜୋତା ପିନ୍ଧିବାକୁ ପଡିବ । ସେଥିପାଇଁ ଆମେ ଆଜି ଆପଣଙ୍କୁ କିଛି ଘରୋଇ ଟିପ୍ସ ଜଣାଇବୁ ଯାହା ଦ୍ୱାରା ଆପଣ ନିଜ ଧଳା ଜୋତା ଭଲ ଭାବେ ସଫା କରିପାରିବେ ।
ଟୁଥପେଷ୍ଟ : 
ଟୁଥପେଷ୍ଟ ଆମ ଦାନ୍ତ ସଫା କରିବାରେ ଅନେକ ସାହାଯ୍ୟ କରିଥାଏ । ସେଥିପାଇଁ ଏହା ଆପଣଙ୍କ ଜୋତା ସଫା କରିବା ପାଇଁ ଏକ ଭଲ ଉପାୟ ହୋଇପାରିବ । ଜୋତା ସଫା କରିବା ପାଇଁ ପ୍ରଥମେ ଗୋଟିଏ ଓଦା କପଡା କିମ୍ବା ବ୍ରସ୍‌ରେ ଟୁଥପେଷ୍ଟ ଲଗାଇବେ ଏବଂ ଜୋତାକୁ ଘସିବା ଆରମ୍ଭ କରିବେ, ଏହାପରେ ସେହି ଜୋତାକୁ ଭଲ ସଫା ପାଣିରେ ଧୋଇ ଦେବେ ।
ବେକିଂ ସୋଡା : 
ବେକିଂ ସୋଡା ଏକ ଏଭଳି ଜିନିଷ ଯାହା ଦାଗ ହଟାଇବାରେ ସାହାଯ୍ୟ କରେ । ସେଥିପାଇଁ ଗୋଟିଏ ଚାମଚ ବେକିଂ ସୋଡାକୁ କିଛି ପାଣିରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବେ । ତାପରେ ଏହାକୁ ଜୋତା ଉପରେ ଲଗାଇବେ ଏବଂ ଧୀରେ ଧୀରେ ଘସିବେ । ଏହା ପରେ ସେହି ଜୋତାକୁ ସଫା ପାଣିରେ ଧୋଇ ଦେବେ ।
ହାଇଡ୍ରୋଜେନ୍ ପେରକ୍ସାଇଡ୍ :
ହାଇଡ୍ରୋଜେନ୍ ପେରକ୍ସାଇଡ୍ ଏକ ଶକ୍ତିଶାଳୀ ସଫେଇ ଏଜେଣ୍ଟ, ଯାହା  ଦାଗ ଦୂର କରିବାରେ ସାହାଯ୍ୟ କରେ । ସେଥିପାଇଁ ଗୋଟିଏ କପ୍ ହାଇଡ୍ରୋଜେନ୍ ପେରକ୍ସାଇଡ୍ ରେ ଏକ ଚାମଚ ବେକିଂ ସୋଡା ମିଶଇବେ । ଏହି ମିଶ୍ରଣକୁ ଜୋତା ଉପରେ ଲଗାଇବେ ଏବଂ ଏହାକୁ ଧୀରେ ଧୀରେ ଘସିବେ ।  ତାପରେ, ସେହି ଜୋତାକୁ ସଫା ପାଣିରେ ଧୋଇ ଦେବେ ।
ଭିନେଗାର :
ଭିନେଗାର ହେଉଛି ଏକ ପ୍ରାକୃତିକ ସଫେଇ ଏଜେଣ୍ଟ, ଯାହା ଦାଗ ସଫା କରିବା ସହ ଜୋତାକୁ ଚମକାଇବାରେ ସାହାଯ୍ୟ କରିଥାଏ ।  ଗୋଟିଏ କପ ଭିନେଗାରରେ ଗୋଟିଏ ଚାମଚ ଲୁଣ ମିଶାଇବେ । ଏହି ମିଶ୍ରଣକୁ ଜୋତା ଉପରେ ଲଗାଇବେ ଏବଂ ଏହାକୁ ଧୀରେ ଧୀରେ ଘସିବେ ।  ତାପରେ, ସେହି ଜୋତାକୁ ସଫା ପାଣିରେ ଧୋଇ ଦେବେ ।
ଲେମ୍ବୁ ରସ : 
ଲେମ୍ବୁ ରସ ଏକ ପ୍ରାକୃତିକ ବ୍ଲିଚ୍, ଯାହା ଦାଗ ଦୂର କରିବାରେ ସାହାଯ୍ୟ କରିଥାଏ । ଗୋଟିଏ ଲେମ୍ବୁ ରସ ଏକ କପ୍ ପାଣିରେ ମିଶାଇ ଦେବେ । ଏହି ମିଶ୍ରଣକୁ ଜୋତା ଉପରେ ଲଗାଇବେ ଏବଂ ଏହାକୁ ଧୀରେ ଧୀରେ ଘସିବେ । ତାପରେ ଜୋତାକୁ ସଫା ପାଣିରେ ଧୋଇ ଦେବେ । ତେବେ ଏହି ସବୁ ଘରୋଇ ଉପାୟ ଆପଣାଇ ଆପଣା ଆପଣଙ୍କ ମଇଳା ଜୋତା ସଫା କରିପାରିବେ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.