ପ୍ରେସ ଲେଖା ଗାଡ଼ିରେ ଗଞ୍ଜେଇ ଚାଲାଣ, ଦମ୍ପତିଙ୍କୁ ମାଡ଼ି ବସିଲା ଅବକାରୀ ବିଭାଗ

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ବେଳେ ଧରାପଡିଲେ ପତି ପତ୍ନୀ । ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗକୁ ଆଜି ମିଳିଛି ଏକ ସଫଳତା । ଏକ ଟାଟା ଭିକ୍ଟା ଗାଡିରେ ମିଡିଆ ଲେଖି ସେଥିରେ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି । ଏନେଇ ସୋନପୁର ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଉଭୟଙ୍କୁ ଗିରଫ କରିଛି।

ସୁବର୍ଣ୍ଣପୁର (କେନ୍ୟୁଜ): ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ବେଳେ ଧରାପଡିଲେ ପତି ପତ୍ନୀ । ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗକୁ ଆଜି ମିଳିଛି ଏକ ସଫଳତା । ଏକ ଟାଟା ଭିକ୍ଟା ଗାଡିରେ ମିଡିଆ ଲେଖି ସେଥିରେ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି । ଏନେଇ ସୋନପୁର ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଉଭୟଙ୍କୁ ଗିରଫ କରିଛି। ସେମାନେ ହେଲେ ମଧ୍ୟପ୍ରଦେଶ କୋତ୍ମା ଅଞ୍ଚଳର ୩୬ ବର୍ଷୀୟ ଅନିଲ ସୋନି ଓ ତାଙ୍କ ପତ୍ନୀ ୩୧ ବର୍ଷୀୟ ରଜନୀ ସୋନି।

ଆଜି ସକାଳେ ପ୍ରେସ ଲେଖାଯାଇଥିବା ଏକ ଧଳା ରଙ୍ଗର କାର୍‌ରେ ଅନିଲ ଓ ତାଙ୍କ ପତ୍ନୀ ବୌଦ୍ଧରୁ ଗଞ୍ଜେଇକୁ ନେଇ ମଧ୍ୟପ୍ରଦେଶ ଯାଉଥିଲେ। ସୋନପୁର-ବିନିକା ରାସ୍ତାର କର୍ତଙ୍ଗ ଛକ ନିକଟରୁ ଗଂଜେଇ ଭର୍ତି ଗାଡିକୁ ଜବତ କରିବା ସହ ୨୦.୫୦୦ କେଜି ଗଂଜେଇ ଜବତ ହୋଇଥିବାବେଳେ ଏହି ଗଂଜେଇକୁ ବୌଦ୍ଧ ଜିଲ୍ଲାରୁ ମଧ୍ୟପ୍ରଦେଶକୁ ଚାଲାଣ ହେଉଥିବା ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.