Below header

ହିମାଚଳ: ପ୍ରବଳ ଥଣ୍ଡାରେ ଜମିଲା ସିସୁ ହ୍ରଦ, ଲାହୋଲ ସ୍ପିତିରେ ତାପମାତ୍ରା ମାଇନସ୍‌ ୧୫ ଡିଗ୍ରୀ

ପୂର୍ବ-ଉତ୍ତର ଭାରତରେ ବର୍ତ୍ତମାନ ପ୍ରବଳ ଥଣ୍ଡା ଏବଂ ଶୀତଲହରୀର ପ୍ରକୋପ ଜାରି ରହିଛି । ହିମାଚଳ ପ୍ରଦେଶର ଲାହୋଲ ସ୍ପିତିରେ ପାରଦ ଶୂନରୁ ମାଇନସ୍‌ ୧୫ ଡିଗ୍ରୀ ପର୍ଯ୍ୟନ୍ତ ଖସିଆସିଛି । ଅତିଶୟ ଥଣ୍ଡା ହେତୁ ଏଠାରେ ଥିବା ସିସୁ ହ୍ରଦ ସହ ଅନେକ ଛୋଟ ହ୍ରଦ ଜମିଯାଇଛି ।

ପୂର୍ବ-ଉତ୍ତର ଭାରତରେ ବର୍ତ୍ତମାନ ପ୍ରବଳ ଥଣ୍ଡା ଏବଂ ଶୀତଲହରୀର ପ୍ରକୋପ ଜାରି ରହିଛି । ହିମାଚଳ ପ୍ରଦେଶର ଲାହୋଲ ସ୍ପିତିରେ ପାରଦ ଶୂନରୁ ମାଇନସ୍‌ ୧୫ ଡିଗ୍ରୀ ପର୍ଯ୍ୟନ୍ତ ଖସିଆସିଛି । ଅତିଶୟ ଥଣ୍ଡା ହେତୁ ଏଠାରେ ଥିବା ସିସୁ ହ୍ରଦ ସହ ଅନେକ ଛୋଟ ହ୍ରଦ ଜମିଯାଇଛି । ପ୍ରବଳ ଥଣ୍ଡାରେ ବରଫ ପାଲଟି ଯାଇଥିବା ସିସୁ ହ୍ରଦର ଭିଡିଓ ଏବେ ସାମ୍ନାକୁ ଆସିଛି ।

ଏହି ହ୍ରଦ ବର୍ତ୍ତମାନ ସମୟରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ବହୁ ସଂଖ୍ୟାରେ ପର୍ଯ୍ୟଟକ ଲାହୋଲ ସ୍ପିତିରେ ପହଞ୍ଚୁଥିବା ଦେଖିବାକୁ ମିଳୁଛି । ହିମାଚଳ ପ୍ରଦେଶର ମନାଲି ଏବଂ ଲାହୋଲ ସ୍ପିତି ସମେତ ଅନେକ ଅଞ୍ଚଳରେ ଡିସେମ୍ବରରୁ ବରଫ ବୃଷ୍ଟି ହେଉଛି, ଯେଉଁ କାରଣରୁ ଏଠାରେ ପାହାଡ଼ଗୁଡ଼ିକ ବରଫରେ ଢାଙ୍କି ହୋଇଯାଇଛି ।

ବରଫାବୃତ୍ତ ପାହାଡ଼ର ସୁନ୍ଦରତାର ମଜା ନେବା ପାଇଁ ହିମାଚଳ ପ୍ରଦେଶକୁ ବହୁ ପର୍ଯ୍ୟଟକଙ୍କ ଆଗମନ ହେଉଛି । ଲାହୋଲ ସ୍ପିତିରେ ପ୍ରବଳ ଥଣ୍ଡା, ଶୀତଲହରୀ ଏବଂ ବରଫ ବୃଷ୍ଟି ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.