Below header

ବୈଜ୍ଞାନିକମାନେ ଖୋଜିଲେ ଝିଟିପିଟିର ଏକ ଭିନ୍ନ ପ୍ରଜାତି, କୁମ୍ଭୀର ଭଳି ରହିଛି ବିଶାଳକାୟ

ଅନେକ ଝିଟିପିଟି ଅଛନ୍ତି ଯେଉଁମାନେ ବହୁତ ବଡ ଓ ବିଷାକ୍ତ ହୋଇଥାନ୍ତି । ସାଧାରଣତଃ ଛୋଟ ଝିଟିପିଟିମାନେ ଘରର କାନ୍ଥରେ ବୁଲୁଥିବାର ଆପଣ ମାନେ ଦେଖିଥିବେ କିନ୍ତୁ ଥରେ କଳ୍ପନା କରନ୍ତୁ ତ ଯଦି ଏକ ଝିଟିପିଟି କୁମ୍ଭୀର ଆକାରର ଦେଖିବାକୁ ପାଇବେ ।

ପୃଥିବୀରେ ବିଭିନ୍ନ ପ୍ରକାରର ପ୍ରାଣୀ ବାସ କରନ୍ତି, ଯେଉଁମାନଙ୍କ ମଧ୍ୟରୁ କିଛି ବହୁତ ବଡ଼ ହୋଇଥାନ୍ତି ତ କିଛି ଅତି ଛୋଟ ହୋଇଥାନ୍ତି ଏବଂ କିଛି ବିଷାକ୍ତ ମଧ୍ୟ ହୋଇଥାନ୍ତି । ଆପଣ ନିଶ୍ଚୟ ଝିଟିପିଟିର ଅନେକ ପ୍ରଜାତି ବିଷୟରେ ଜାଣିଥିବେ । ଅନେକ ଝିଟିପିଟି ଅଛନ୍ତି ଯେଉଁମାନେ ବହୁତ ବଡ ଓ ବିଷାକ୍ତ ହୋଇଥାନ୍ତି । ସାଧାରଣତଃ ଛୋଟ ଝିଟିପିଟିମାନେ ଘରର କାନ୍ଥରେ ବୁଲୁଥିବାର ଆପଣ ମାନେ ଦେଖିଥିବେ କିନ୍ତୁ ଥରେ କଳ୍ପନା କରନ୍ତୁ ତ ଯଦି ଏକ ଝିଟିପିଟି କୁମ୍ଭୀର ଆକାରର ଦେଖିବାକୁ ପାଇବେ । ତେବେ ଆପଣ କଣ କରିବେ । ମେକ୍ସିକୋରେ ଏଭଳି ଏକ କୁମ୍ଭୀର ଆକାରର ଝିଟିପିଟି ଦେଖିବାକୁ ମିଳିଛି । ଯାହା ଆଲୋଚନାର ବିଷୟ ପାଲଟିଛି । ଏହା ଏତେ ବଡ଼ ଯେ ବୈଜ୍ଞାନିକମାନେ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ବୈଜ୍ଞାନିକମାନେ ଦକ୍ଷିଣ ମେକ୍ସିକୋର ଏକ ଗଛର ଶିଖରରେ କୁମ୍ଭୀର ପରି ଦେଖାଯାଉଥିବା ଏକ ଅସାଧାରଣ ପ୍ରାଣୀ ଦେଖିବାକୁ ପାଇଥିଲେ । ପରେ ଏହା ଏକ ଝିଟିପିଟି ବୋଲି ଜଣା ପଡ଼ିଥିଲା । ଏହା ଏକ ନୂଆ ପ୍ରଜାତିର ଝିଟିପିଟି, ଯାହାର ନାମ ଆବ୍ରୋନିଆ କ୍ୟୁନେମିକା ବା କୋପିଲା ଆର୍ବୋରିୟଲ୍‌ ଆଲିଗେଟର୍ ଝିଟିପିଟି ରଖାଯାଇଛି । ବୈଜ୍ଞାନିକଙ୍କ ଅନୁଯାୟୀ ଏହି ଝିଟିପିଟିଗୁଡିକ ପ୍ରାୟ ୯.୮ ଇଞ୍ଚ ଲମ୍ବର ହୋଇପାରେ ଏବଂ ସେମାନଙ୍କର ଶରୀର ହଳଦିଆ-ବାଦାମୀ ରଙ୍ଗର ହୋଇଥାଏ । ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଝିଟିପିଟିର ଆଖି ହାଲୁକା ହଳଦିଆ ଏବଂ ଏଥିରେ ଗଭୀର ଦାଗ ଅଛି ।

ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ବିଶାଳ ଝିଟିପିଟି ପତ୍ରରେ ଲୁଚି ରହିଥାଏ ଏବଂ ପ୍ରାୟତଃ ସକାଳ କିମ୍ବା ଅପରାହ୍ନରେ ବାହାରିଥାଏ । ଏକ ରିପୋର୍ଟ ଅନୁଯାୟୀ ୨୦୧୪ରେ ଏହି ଝିଟିପିଟିର ଚିତ୍ର ସାମ୍ନାକୁ ଆସିଥିଲା । ଅନୁସନ୍ଧାନକାରୀମାନେ ୨୦୧୫ରୁ ୨୦୨୨ ପର୍ଯ୍ୟନ୍ତ ଏହି ଝିଟିପିଟିକୁ ନେଇ ଅନୁସନ୍ଧାନ କରିଥିଲେ ଏବଂ ଏହି ମାୟାବୀ ଝିଟିପିଟିକୁ ଖୋଜି ବାହାର କରିଥିଲେ । ରିସର୍ଚ୍ଚରେ କୁହାଯାଇଛି ଏହି ସନ୍ଧାନ ବହୁତ କଠିନ ଥିଲା । ଏହି ଝିଟିପିଟିକୁ ଖୋଜିବା ପାଇଁ ରିସର୍ଚ୍ଚରମାନେ ୨୦ଟି ଗଛ ଉପରେ ଚଢ଼ିଥିଲେ, ଯେଉଁଥିରେ ସେମାନଙ୍କୁ ୩୫୦ ଘଣ୍ଟା ସମୟ ଲାଗିଥିଲା । ଦୀର୍ଘ ଦିନର ପରିଶ୍ରମ ପରେ ଶେଷରେ ସେମାନେ ଏହି ଝିଟିପିଟିକୁ ସନ୍ଧାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.