ପୁଣି ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୬.୦

ପୁଣି ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଆସିଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍‌ ଜିୟୋସାଇନ୍ସେସ୍‌ କହିଛି, ମଙ୍ଗଳବାର ଜାପାନର ହୋଂଶୁର ପଶ୍ଚିମ ଉପକୂଳ ନିକଟରେ ଭୂମିକମ୍ପ ଝଟ୍‌କା ଅନୁଭବ କରାଯାଇଛି ।

ପୁଣି ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଆସିଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍‌ ଜିୟୋସାଇନ୍ସେସ୍‌ କହିଛି, ମଙ୍ଗଳବାର ଜାପାନର ହୋଂଶୁର ପଶ୍ଚିମ ଉପକୂଳ ନିକଟରେ ଭୂମିକମ୍ପ ଝଟ୍‌କା ଅନୁଭବ କରାଯାଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ମପାଯାଇଛି । ଭୂମିକମ୍ପ ପରେ ଏ ପର୍ଯ୍ୟନ୍ତ ମୃତାହତ କି କ୍ଷୟକ୍ଷତିର ସୂଚନା ସାମ୍ନାକୁ ଆସିନାହିଁ ।

ଏହା ପୂର୍ବରୁ ଗତ ରବିବାର ମଧ୍ୟ ଭୂମିକମ୍ପ ଆସିଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ଥିଲା ୫.୦ । ଏହିପରି ଜାନୁୟାରୀ ୧ରେ ଦେଶରେ ଏକ ଶକ୍ତିଶାଳୀ ଭୂମିକମ୍ପ ଆସିଥିଲା, ଯାହାପରେ ଲୋକଙ୍କୁ ସୁନାମୀ ଚେତାବନୀ ଦିଆଯାଇଥିଲା । ବର୍ଷର ପ୍ରଥମ ଦିନରେ ଜାପାନ ଭୂମିକମ୍ପରେ ଥରି ଉଠିଥିଲା । ୭.୬ ତୀବ୍ରତାର ଏହି ଭୂମିକମ୍ପ ସାରା ଦେଶରେ ବ୍ୟାପକ ଧ୍ୱଂସ ଘଟାଇଥିଲା ।

ନୂଆବର୍ଷରେ ଆସିଥିବା ଭୂମିକମ୍ପରେ ଏ ପର୍ଯ୍ୟନ୍ତ ୧୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଘର ଏବଂ ଦୋକାନ କ୍ଷତିଗ୍ରସ୍ତ ହୋଇଛି । ଏଥିଯୋଗୁ କିଛି ଘରେ ବିଜୁଳି ସଙ୍କଟ ସୃଷ୍ଟି ହୋଇଛି । ଜାପାନର ଇଶିକାଭା ପ୍ରଦେଶର ଲୋକେ ବିଦ୍ୟୁତ୍‌ କାଟର ସାମ୍ନା କରିଛନ୍ତି । ପାଖାପାଖି ୨୦,୦୦୦ ଘରେ ବିଦ୍ୟୁତ୍‌ ଏବଂ ଟେଲିଫୋନ୍‌ ସେବା ଠପ୍‌ ହୋଇପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.